Home କୋରାପୁଟ ଗାଁ ଆମ୍ବ ପସରା ଷ୍ଟଲ ଉଦଘାଟିତ, ଦଶମନ୍ତପୁରରୁ ୧୦ ଟନ ଆମ୍ବ ରାଂଚି ଯିବ

ଗାଁ ଆମ୍ବ ପସରା ଷ୍ଟଲ ଉଦଘାଟିତ, ଦଶମନ୍ତପୁରରୁ ୧୦ ଟନ ଆମ୍ବ ରାଂଚି ଯିବ

77

କୋରାପୁଟ ୦୭-୦୬(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ସହରସ୍ଥିତ ଅଫିସର୍ସ କ୍ଲବ ସମ୍ମୁଖରେ ଗାଁ  ଆମ୍ବ ପସରା ଷ୍ଟଲ ଉଦଘାଟିତ ହୋଇଯାଇଛି ।ଓରମାସ ସହାୟତାରେ କାପକୋ ଦ୍ୱାରା ବୋରିଗୁମ୍ମାରୁ ୬ ଟନ ଆମ୍ବ ଅଣାଯଇ ବିକ୍ରୀ କରାଯାଉଥିବା ଜଣାପଡିଛି ।କୋରାପୁଟ ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତର ମୁଖ୍ୟ ଅତିଥିଭାବେ ଯୋଗଦେଇ ଷ୍ଟଲଟିକୁ ଉଦଘାଟନ କରିଥିଲେ ।ଜୁନ ମାସ ୨୦ ତାରିଖ ପର୍ଯ୍ୟନ୍ତ ଷ୍ଟଲରେ ବାଇଗଣପଲ୍ଲି ,ଦଶେରୀ ଓ ଆମ୍ରପଲ୍ଲି ବିକ୍ରୀ କରାଯିବ ବୋଲି ଜଣାପଡିଛି ।କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନ , ଜିଲ୍ଲା ଗ୍ରାମ୍ୟ ଉନବ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରବୀର କୁମାର ନାୟକ ,କୋରାପୁଟ ମ୍ୟୁନସିପାଲଟି ନିର୍ବାହୀ ଅଧିକାରୀ ଆଲୋକ ରଂଜନ ସାମାନ୍ତରାୟ ,ମିଶନଶକ୍ତିର ଡିପିଏମ ଜୟକୃଷ୍ଣ ମହାପାତ୍ର, ଓରମାସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରୋସନ କାର୍ତିକ  ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ମିଶ୍ର ,ଓଏଲଏମର ଡପିଏମ ସସ୍ମିତା ସାମାନ୍ତରାୟ ,ଏପିଡି ଗୈାରୀ ଶଙ୍କର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।ସୁନାବେଡା ମ୍ୟୁନସିପାଲଟିରେ ମଧ୍ୟ ଗାଁ ଆମ୍ବ ପସରା ଷ୍ଟଲ ଖୋଲାଯାଇଥିବା ଓରମାସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରୋସନ କାର୍ତିକ ସୂଚନା ଦେଇଛନ୍ତି ।ଗୋଲାଗୁଡାର ଜୟଦୁର୍ଗା ପ୍ରଡ୍ୟୁସର ଗ୍ରୂପ ଆମ୍ବ ବିକ୍ରୀ କରୁଥିବା ସେ ପ୍ରକାଶ କରିଛନ୍ତି ।ଦଶମନ୍ତପୁରରୁ  ୧୦ ଟନ ଆମ୍ବ ଝାଡଖଣ୍ଡର ରାଂଚିକୁ ପଠାଯିବ ବୋଲି ସର ସୂଚନା ଦେଇଛନ୍ତି ।ଲେଙ୍ଗଡା ଓ ଦଶେରୀ ଆମ୍ବ ରାଂଚି ଯିବ ବୋଲି ପ୍ରକାଶ କରିଛନ୍ତି ।ଏହାପୂର୍ବରୁ ଓରମାସ ସହାୟତାରେ କୋରାପୁଟର ଜୈବିକ ହଳଦୀକୁ ଇଫକୋ-କିଶାନ କ୍ରାୟ କରି ବାଙ୍ଗାଲୋର ନେଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.