Home ଜିଲ୍ଲା ପରିକ୍ରମା ଦୋବଲ ପଂଚାୟତ କାର୍ଯ୍ୟାଳୟ ଗୃହନିର୍ମାଣକୁ ନେଇ ଦୁଇ ଗ୍ରାମ ମଧ୍ୟରେ ଖଣ୍ଡ ଯୁଦ୍ଧ

ଦୋବଲ ପଂଚାୟତ କାର୍ଯ୍ୟାଳୟ ଗୃହନିର୍ମାଣକୁ ନେଇ ଦୁଇ ଗ୍ରାମ ମଧ୍ୟରେ ଖଣ୍ଡ ଯୁଦ୍ଧ

30

ଭଦ୍ରକ, ୨୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ବ୍ଲକର ଦୋବଲ ପଂଚାୟତ ନୂତନ ପଂଚାୟତ କାର୍ଯ୍ୟାଳୟ ଗୃହ ନିର୍ମାଣ ନିମନ୍ତେ ଆଜି ବ୍ଲକ ପକ୍ଷରୁ ଦୋବଲ ପଂଚାୟତର ସୋଧ ଗ୍ରାମର ଧରମପଡ଼ିଆ ନିକଟରେ କାର୍ଯ୍ୟ ନିମନ୍ତେ ଜାଗା ଚିହ୍ନଟ କରାଯିବାବେଳେ ପଂଚାୟତର ଦୋବଲସାହି ଓ ସୋଧ ଗ୍ରାମ ମଧ୍ୟରେ ତୁମୂଳ ଗଣ୍ଡଗୋଳ ଓ ପ୍ରଶାସନକୁ ଗାଳି ଗୁଲଜ କରିବା ସହିତ ଜାଗା ଚିହ୍ନଟ ବେଳେ ବ୍ୟବହାର କରାଯାଇଥିବା ଫିତାକୁ ମଧ୍ୟ ଛିଡ଼ାଇ ଦେଇଥିଲେ । ଘଟଣା ସ୍ଥଳରେ ବ୍ୟାପକ ପୋଲିସ ମୁତୟନ ହୋଇଥିଲେ ସୁଧା କୌଣସି ଫଳପ୍ରଦ ହୋଇପାରି ନଥିଲା । ଶେଷରେ ପୋଲିସ ଅସହାୟ ପ୍ରକାଶ କରି ବିଡ଼ିଓଙ୍କୁ ସେଠାରେ ଜାଗା ଚିହ୍ନଟ ନକରି ଫେରିଯିବାପାଇଁ ପରାମର୍ଶ ଦେଇଥିଲେ । ପ୍ରକାଶ ଥାଉକି ଦୋବଲ ପଂଚାୟତର ଏହି ନୂତନ କାର୍ଯ୍ୟାଳୟ ପାଇଁ ଆଜି ବିଡ଼ିଓ ଦୁର୍ଗାଚରଣ ମୁର୍ମୁ, ସହକାରୀ ଯନ୍ତ୍ରୀ ସେହ୍ଲା ସଂଗୀତା ଟୁଡ଼ୁ ଓ କନିଷ୍ଠ ଯନ୍ତ୍ରୀ ପ୍ରମୁଖ ଉକ୍ତ ସୋଧ ଗ୍ରାମକୁ ଗୃହ ଚଉବନ୍ଧୀ ନିର୍ଦ୍ଧାରଣ କରିବା ନିମନ୍ତେ ଆସିଥିଲେ । ପରନ୍ତୁ ଉକ୍ତ ପଂଚାୟତର ଦୋବଲ ଓ ଇଟୁଆ ଗ୍ରାମର ଶତାଧିକ ଗ୍ରାମବାସୀ ଏହି କାର୍ଯ୍ୟକ୍ରମକୁ ବିରୋଧ କରିଥିଲେ ଏବଂ ଘଟଣା ସ୍ଥଳରେ ବ୍ଲକ ପ୍ରଶାସନକୁ ଘଉଡ଼ାଇବା ସହିତ କାର୍ଯ୍ୟ ବନ୍ଦ କରିବାପାଇଁ ଦାବି କରିଥିଲେ । ଶେଷରେ ପୋଲିସ ଏସ୍‌ଡ଼ିପିଓ ବିଜୟକୃଷ୍ଣ ମହାପାତ୍ର ବିଡ଼ିଓଙ୍କୁ ପଳାଇବା ପାଇଁ କହିଥିଲେ ।

ପ୍ରକାଶ ଥାଉକି ୨୦୧୭ ମସିହାରେ ନୂତନ ପଂଚାୟତ ଭାବେ ଦୋବଲ ପଂଚାୟତକୁ ମୁସ୍ତଫାପୁର ପଂଚାୟତ ଅଲଗା ହେବାପରେ ଦୋବଲ ପଂଚାୟତ କାର୍ଯ୍ୟାଳୟଟି ମୁସ୍ତଫାପୁର ପଂଚାୟତ ଅଧିନରେ ରହିବାପରେ ଦୋବଲ ପଂଚାୟତର ନିଜସ୍ୱ ଗୃହ ଓ କାର୍ଯ୍ୟାଳୟ ଏକ କମ୍ୟୁନିଟି ସେଣ୍ଟରରେ ଚା ିଛି । ତେବେ ଏଠାରେ ନୂତନ କାର୍ଯ୍ୟାଳୟ ପାଇଁ ପ୍ରାୟ ୩୫ଲକ୍ଷ ଟଙ୍କା ଅର୍ଥ ମଞ୍ଜୁର ହୋଇଥିଲା । ଏନେଇ ୮ମାସ ତଳେ ଦୋବଲ ପଂଚାୟତର ସୋଧ ଠାରେ ଏହି କାର୍ଯ୍ୟାଳୟ ନିର୍ମାଣ ନିମନ୍ତେ ଶୁଭ ଦିଆଯାଇଥିବାବେଳେ ସୀମା ବିବାଦକୁ କେନ୍ଦ୍ରକରି ଘଟଣା ସ୍ଥଳକୁ କନିଷ୍ଠ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀ ଆସୁଥିବାରୁ ତାଙ୍କୁ ପଂଚାୟତର କେତେକ ବ୍ୟକ୍ତି ଉଦ୍ଦେଶ୍ୟ ମୂଳକ ଭାବରେ ଟଣାଓଟରା ଓ ଠେଲାପେଲା କରିଥିଲେ । ଏନେଇ ଗୋଟିଏ ଗୋଷ୍ଠୀ ସୋଧଠାରେ ପଂଚାୟତ କାର୍ଯ୍ୟାଳୟ ନିର୍ମାଣ କୁ ବିରୋଦ୍ଧକରିଥିଲେ । ପରେ ଓଡ଼ିଶା ସରକାର ପଂଚାୟତ ରାଜ ଓ ପାନିୟ ଜଳ ବିଭାଗ ସୋଧ ଠାରେ ଦୋବଲ ପଂଚାୟତ କାର୍ଯ୍ୟାଳୟ କରାଯିବାପାଇଁ ତା ୨୨/୦୪/୨୧ରିଖରେ ଚିଠିନଂ ୭୩୦୭ରେ ଭଦ୍ରକ ଜିଲ୍ଳାପାଳ, ବିପିଓ ଭଦ୍ରକ ଓ ବିଡ଼ିଓ ଧାମନଗରକୁ ଚିଠି କରିଥିଲେ । ପ୍ରକାଶ ଥାଉକି ଦୋବଲ ପଂଚାୟତର ଭୋଟର ୪୨୪୯ଜଣ ଅଛନ୍ତି । ଦୋବଲ ପଂଚାୟତ ତିନୋଟି ରାଜସ୍ୱ ଗ୍ରାମ ତଥା ଦୋବଲ, ସୋଧ ଓ ଇଟୁଆ ତେବେ ଦୋବଲ ରାଜସ୍ୱ ଗ୍ରାମର ୮୦୭, ସୋଧ ରାଜସ୍ୱ ଗ୍ରାମର ୩୦୦୩ ଓ ଇଟୁଆ ରାଜସ୍ୱ ଗ୍ରାର ୪୩୯ଜଣ ଭୋଟର ଥିବାବେଳେ ଭୌଗଳିକ ସ୍ଥିତିରେ ସୋଧରେ ୩୦୦୩ଜଣ ପପୁଲେସନ ଥିବାରୁ ସେଠାରେ ଏହି ପଂଚାୟତ କାର୍ଯ୍ୟାଳୟ କରାଯିବାପାଇଁ ନିଷ୍ପତି ହୋଇଥିଲା । ତେବେ ପୂର୍ବ ବିବାଦକୁ ଆଖିଆଗରେ ରଖି ଧାମନଗର ଥାନା ପରିସରରେ ଦୋବଲ ପଂଚାୟତର ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ବୈଠକ କରାଯାଇଥିଲା ଏବଂ ଆଜି ତା ୨୨/୦୫/୨୧ରିଖରେ ଦୋବଲ ପଂଚାୟତର ସୋଧ ଠାରେ ପଂଚାୟତ କାର୍ଯ୍ୟାଳୟ ନିର୍ମାଣ ନିମନ୍ତେ ଚଉବନ୍ଦି ନିରୁପଣ (ଲେଆଉଟ୍‌) କରିବାପାଇଁ ନିଷ୍ପତ୍ତି ହୋଇଥିଲା । ତେବେ ପୂର୍ବ ଗଣ୍ଡଗୋଳକୁ ଆଖିଆଗରେ ରଖି ଜିଲ୍ଳା ପ୍ରଶାସନ ସେଠାରେ ୨ପ୍ଲାଟୁନ୍ ପୋଲିସ ଫୋର୍ସ, ଦୁଇଜଣ ମାଜିଷ୍ଟ୍ରେଟ୍‌, ଜଣେ ଏସ୍‌ଡ଼ିପିଓଙ୍କୁ ପଠାଇଥିଳେ ।

ହେଲେ ଦୋବଲ ଠାରେ ଶତାଧିକ ଲୋକ ଦୋବଲ- ସୋଧ ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ ଓ ପ୍ରତିବାଦ କରିଥିଲେ । ଏକଥା ପୋଲିସ ପ୍ରଶାସନ ଜାଣି ଦୀର୍ଘ ସମୟପରେ ଦୋବଲ ବାଟେ ନଯାଇ ଗ୍ରାମର ପଛପଟେ ରାମେଶ୍ୱରପୁର ଦେଇ ସୋଧରେ ପହଂଚିଥିଲେ । ତେବେ ଦୋବଲ ଗ୍ରାମବାସୀମାନେ ପୋଲିସ ଓ ବିଡ଼ିଓ ପଛବାଟା ଜାଗା ଚିହ୍ନଟ କରିବାପାଇଁ ଆସୁଥିବାବେଳେ ସେଠାରେ ଦୋବଲ ଗ୍ରାମବାସୀମାନେ ପହଂଚି ବିରୋଧ କରିବା ସହିତ ଦୋବଲ ପଂଚାୟତ ନାମରେ ପଂଚାୟତ କାର୍ଯ୍ୟାଳୟ ଦୋବଲ ଠାରେ ହେଉ ବୋଲି ଦାବି କରି ଉଭୟ ଗୋଷ୍ଠୀ ମଧ୍ୟରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି କରିଥିଲେ । ଶେଷରେ ପୋଲିସ ଅସହାୟ ପ୍ରକାଶ କରି ଏହି କାର୍ଯ୍ୟକୁ ବନ୍ଦ ରଖିଥିଲେ ଏବଂ ପରବର୍ତ୍ତି ସମୟରେ ଏସ୍‌ଡ଼ିପିଓଙ୍କ କାର୍ଯ୍ୟାଳୟରେ ଉଭୟ ଗୋଷ୍ଠୀଙ୍କ ମତାମତ ପରେ ଯାହା ପଦକ୍ଷେପ ନିଆଯିବବୋଲି ଏସ୍‌ଡ଼ିପିଓ ଶ୍ରୀ ମହାପାତ୍ର ପ୍ରକାଶ କରିଥିଲେ । ତେବେ ଏହି କରୋନା କଟକଣା ଓ ସଟ୍‌ଡ଼ାଉନ୍ ଭିତରେ କେହିଜଦି ବ୍ୟକ୍ତି ରାସ୍ତାରେ ଛିଡ଼ାହେଲେ ବିଡ଼ିଓ, ତହସିଲଦାର ଓ ପୋଲିସ ସେମାନଙ୍କ ଠାରୁ ଫାଇନ୍ ଆଦାୟ କରନ୍ତି । କିନ୍ତୁ ଆଜି ଏ ସଟ୍‌ଡ଼ାଉନ୍ ଭିତରେ ସୋଧ ଗ୍ରାମରେ ଶହ ଶହ ଲୋକ ଏକତ୍ରିତ ହେବା ଓ ମୁହଁରେ ମାସ୍କ ନଥିବା ଲୋକଙ୍କ ପ୍ରତି ପୋଲିସର କି କାର୍ଯ୍ୟାନୁଷ୍ଠାନ ରହୁଛି ତାହା ଦେଖିବାକୁ ବାକିରହିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.