Home ଜିଲ୍ଲା ପରିକ୍ରମା ଭଦ୍ରକ ଅବକାରୀ ବିଭାଗର ଚଢାଉ, ୨ ଶହ ଲିଟର ରନ୍ଧାମଦ ଜବତ, ୩ ଗିରଫ

ଭଦ୍ରକ ଅବକାରୀ ବିଭାଗର ଚଢାଉ, ୨ ଶହ ଲିଟର ରନ୍ଧାମଦ ଜବତ, ୩ ଗିରଫ

48

ଭଦ୍ରକ, ୨୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମହାମାରୀ କରୋନା ସମୟରେ ଚୋରା ଦେଶୀମଦ ମାଫିଆଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇଛି । ସଟ୍‌ଡାଉନ୍ ଓ ଲକଡାଉନ ଜନିତ ପୁଲିସ୍ ମୁତୟନର ସୁଯୋଗରେ ଚୋରା ମଦ ମାଫିଆ ମାନେ ଗ୍ରାମାଞ୍ଚଳରେ ଚୋରା ମଦ କାରବାରକୁ ବଢାଇବାରେ ଲାଗିଛନ୍ତି । ତେବେ ଜିଲାପାଳ ଡ. ଜ୍ଞାନ ଦାସଙ୍କ ନିର୍ଦ୍ଦେଶ କ୍ରମେ ଉପଜିଲାପାଳ ପୀତାମ୍ବର ସାମଲଙ୍କ ତତ୍ତ୍ୱାବଧାନରେ ଅବକାରୀ ଆରକ୍ଷୀ ଅଧିକ୍ଷକ ଧନେଶ୍ୱର ବରାଡ ଓ ଭଦ୍ରକ ଅବକାରୀ ଥାନାଧିକାରୀ ସନ୍ତୋଷ ବଳଙ୍କ ନେତୃତ୍ୱରେ ଏକ ଟିମ୍ ଆଜି ସାବରଙ୍ଗ ଥାନା ଅଧୀନସ୍ଥ ନଚ୍ଛିପୁର ଗ୍ରାମରେ ଚଢାଉ କରି ୧୫୦ ଲିଟର ରନ୍ଧାମଦ ଜବତ କରିଛନ୍ତି । ଏହି ଚଢାଉରେ ଏକ ହୋଣ୍ଡା ଆକ୍ଟିଭା ସ୍କୁଟିକୁ ମଧ୍ୟ ଜବତ କରାଯାଇ ଦୁଇ ଚୋରା ବେପାରୀ ପ୍ରଦୀପ ବେହେରା ଓ ଉତ୍କଳ ବେହେରାଙ୍କୁ ଗିରଫ କରାଯାଇଛି । ଅନୁରୂପ ପୁରୁଣାବଜାର ଥାନା ଅଧୀନସ୍ଥ ମିର୍ଜାପୁରରୁ ୨୫ ଲିଟର ଦେଶୀ ରନ୍ଧା ମଦ ମଧ୍ୟ ଜବତ କରାଯାଇ ଲିଟୁ ବେହେରା ନାମକ ଜଣେ ଯୁବକକୁ ଗିରଫ କରାଯାଇଛି । ପରବର୍ତ୍ତୀ ସମୟରେ ଉପରୋକ୍ତ ଦୁଇଟି ଘଟଣାରେ ପୃଥକ୍ ପୃଥକ୍ ଭାବେ ଦୁଇଟି ମାମଲା ରୁଜୁ କରାଯାଇ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.