ଭଦ୍ରକ, ୨୦ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବନ୍ତ ବ୍ଲକ କେନ୍ଦୁଆପଦା ସ୍ଥିତ ଉତ୍କଳ କେଶରୀ ଡ଼ଃ ହରେକୃଷ୍ଣ ମହତାବ ମହାବିଦ୍ୟାଳୟ ପରିସରରେ ଖୋଲା ଯାଇଥିବା ସଙ୍ଗରୋଧ କେନ୍ଦ୍ରର ଅନ୍ତେବାସୀଙ୍କୁ ମାସ୍କ ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି । ଭଣ୍ଡାରିପୋଖରୀ ବିଧାନସଭାର ବିଜେପି ନେତା ବଦ୍ରୀନାରାୟଣ ଧଳଙ୍କ ନେତୃତ୍ୱ ରେ ଦଳୀୟ ପଦାଧିକାରୀମାନେ ଯାଇ ସଙ୍ଗରୋଧରେ ଥିବା ପ୍ରବାସୀ ଓଡ଼ିଆ ଭାଇଭଉଣୀଙ୍କୁ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ । ଏଥିସହ କରୋନାର ଦ୍ୱିତୀୟ ଲହର କିପରି କାୟା ବିସ୍ତାର କରି ଚାଲିଛି ସେ ନେଇ ସତର୍କ କରାଇ ଥିବା ବେଳେ ଯଦି ଆମେ ନିଜେ ନିଜକୁ ସୁରକ୍ଷିତ ନ ରଖିବା ତେବେ ମହାମାରୀ କୁ ପ୍ରତିହତ କରିବାରେ ଆମେ ବ୍ୟର୍ଥ ହେବା ବୋଲି କହିଥିଲେ । ଇଂ ପ୍ରମୋଦ ଜେନା, ପୁର୍ବତନ ସରପଞ୍ଚ ମନୋଜ ବିଶ୍ୱାଳ, ଆଇନଜୀବି ବନମାଳୀ ଜେନା, ପ୍ରାକ୍ତନ ସମିତିସଭ୍ୟ କୁଳମଣି ବେହେରା ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ସାମାଜିକ ଦୂରତା ରକ୍ଷା କରି ପ୍ରବାସୀଙ୍କୁ ମାସ୍କ ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା । ଏହି ସଙ୍ଗରୋଧ କେନ୍ଦ୍ରର କାର୍ଯ୍ୟଧାରାକୁ ପ୍ରଶଂସା କରାଯାଇ ସ୍ଥାନୀୟ ସରପଞ୍ଚ ମିତାଲି ଜେନାଙ୍କୁ ପ୍ରଶଂସିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମଣ୍ଡଳ ସାଧାରଣ ସମ୍ପାଦକ ରାଜୀବ ଲୋଚନ ସାହୁ, ବିଦ୍ୟାଧର ସେନାପତି, ବୁଦ୍ଧିରାମ ବାରିକ, ଧନେଶ୍ୱର ସେଠୀ, ଭାସ୍କର ମହାକୁଢ, ତାପସ ମଲ୍ଲିକ, ସୁଧାକର ଲେଙ୍କା, ସନ୍ତୋଷ ପରିଡ଼ା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଅନ୍ୟପକ୍ଷରେ ଏହି ବ୍ଲକର ଆଗରପଡ଼ା ମହାବିଦ୍ୟାଳୟରେ ପ୍ରସ୍ତୁତ ହୋଇ ରହିଥିବା ଏକମାତ୍ର ୧ଶହ ଶଯ୍ୟା ବିଶିଷ୍ଟ କୋଭିଡ଼ କେୟାର ସେଣ୍ଟର ଏବଂ ସରକାରୀ ବାଳିକା ବିଦ୍ୟାଳୟରେ ସଙ୍ଗରୋଧକ କେନ୍ଦ୍ର କାର୍ଯ୍ୟକ୍ଷମ ନହେବା ନେଇ ଶ୍ରୀଧଳ କ୍ଷୋଭ ପ୍ରକାଶ କରିବା ସହ ତୁରନ୍ତ ଏହାକୁ କାର୍ଯ୍ୟକାରୀ କରିବାକୁ ଦାବୀ କରିଥିଲେ । ପ୍ରକାଶଥାଉକି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଆଗରପଡ଼ା ଅଞ୍ଚଳରେ କରୋନା ପଜିଟିଭ ର ହଟଜୋନ ପାଲଟି ଥିବା ବେଳେ ତୁରନ୍ତ ଏହାକୁ କାର୍ଯ୍ୟକାରୀ କରିବାକୁ ଏ ଅଞ୍ଚଳର ବୁଦ୍ଧିଜୀବି ମହଲ ଦାବୀ କରିଛି ।