Home ଖୋର୍ଦ୍ଧା ସମାଜସେବୀ ଭାସ୍କର ଜେନାଙ୍କ ପ୍ରତିମୂର୍ତି ଉନ୍ମୋଚିତ

ସମାଜସେବୀ ଭାସ୍କର ଜେନାଙ୍କ ପ୍ରତିମୂର୍ତି ଉନ୍ମୋଚିତ

65

ଭୁବନେଶ୍ୱର ତା ୨୦.୫(ଓଡିଆ ପୁଅ)- ଆଜି ଜଟଣୀ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ ଡେଲାଙ୍ଗ ବ୍ଲକର ହରିପୁରୁ ଠାରେ ବିଶିଷ୍ଟ ସମାଜସେବୀ ସ୍ୱର୍ଗତ ଭାସ୍କର ଜେନାଙ୍କର ଆବକ୍ଷ ପ୍ରତିମୂର୍ତି ଉନ୍ମୋଚନ କଲେ। ପବିତ୍ର ଐତିହାସିକ ଅରାଗଡ଼ ପର୍ବତ ପାଦଦେଶରେ ସ୍ୱର୍ଗତ ଜେନାଙ୍କର ଆବକ୍ଷ ପ୍ରତିମୂର୍ତି ସ୍ଥାପନ କରାଗଲା। ଏହି ପରିପ୍ରେକ୍ଷୀରେ ଶ୍ରୀ ରାଉତରାୟ କହିଲେ ଯେ ଏ ଅଂଚଳର ବିକାଶ ପାଇଁ ସ୍ୱର୍ଗତ ଜେନାଙ୍କର ଅବଦାନ ଅତୁଳନୀୟ। ଏ ଅଂଚଳର ଦୁଇଟି ହାଇସ୍କୁଲ, ଗୋଟିଏ କଲେଜ, ରାସ୍ତା ନିର୍ମାଣ ଓ ବିଭିନ୍ନ ସାମୁହିକ କାର୍ଯ୍ୟରେ ସ୍ୱର୍ଗତ ଜେନାଙ୍କ ଭୂମିକା ପ୍ରଶଂସନୀୟ। ସମାଜର ଦୁର୍ଗତ ଲୋକ, ପ୍ରାକୃତିକ ଦୁର୍ବିପାକରେ କ୍ଷତିଗ୍ରସ୍ତ ଲୋକ ଏବଂ ଦିନ ଦରିଦ୍ରଙ୍କ ଙ୍କୁ ସେ ସଦାସର୍ବଦା ସାହାଯ୍ୟ କରନ୍ତି। ଐତିହାସିକ ଅରାଗଡ଼ା ପାହାଡ଼ର ବିକାଶ ଏବଂ ଏଠାରେ ଜଙ୍ଗଲ ସୃଷ୍ଟି କାର୍ଯ୍ୟ ମଧ୍ୟ ସେ କରାଇଥିଲେ। ତାଙ୍କର ଅବଦାନକୁ ଅଂଚଳବାସୀ ମନେ ରଖିବେ। ଏହି କାର୍ଯ୍ୟକ୍ରମରେ ବାଟୁ ହରିଚନ୍ଦନ ଓ ନିରୁପମା ପାତ୍ର ପ୍ରମୁଖ ଯୋଗଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.