ମାଲକାନଗିରି,୧୫ ।୫ ( ଓଡିଆ ପୁଅ ) ମାଲକାନଗିରି ନିର୍ବାଚନ ମଣ୍ଡଳୀର ପୁବ ର୍ତନ ବିଧାୟକ ତଥା ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ବିକାଶ ପରିଷଦ ଅଧ୍ୟକ୍ଷ ମାନସ ମାଡକାମି ଙ୍କ ମାତା ଉଙ୍ଗି ମାଡକାମି ଙ୍କ ୭୧ବର୍ଷରେ ବିୟୋଗ ହୋଇଛି । ୧୩ତାରିଖ ରାତ୍ର ଗୋଟାଏ ବେଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ,ତାଙ୍କ ମୃତ୍ୟୁ ଖବର ମିଳିବାପରେ ଜିଲ୍ଲାରେ ଶୋକର ଛାୟାଖେଳି ଯାଇଛି । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ପୁତ୍ର ପୁବ ର୍ତନ ବିଧାୟକ ତଥା ଜିଲ୍ଲା ସ୍ୱତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ମାନସ ମାଡକାମି ଙ୍କ ସହ ୩ ପୁଅ ୨ ଝିଅ,ବୋହୁ ,ସ୍ୱାମୀ ଉପସ୍ଥିତ ଥିଲେ । ସେ ଜଣେ ପରଉପକାରି , ଧର୍ମପରାୟଣ ମହିଳା ଥିଲେ । ବୃଦ୍ଧା ଅବସ୍ଥାରେ ମଧ୍ୟ ନିପଟ ମଫସଲ ଦୃଗମ ଡଙ୍ଗସଖାଲ ଗ୍ରାମରେ ରହି ନିଜ ସ୍ୱାମୀଙ୍କ ସହିତ ଫାର୍ମହାଉସ କଥା ବୁଝିବା ସହିତ ଗ୍ରାମବାସୀଙ୍କ ଭଲମନ୍ଦରେ ପାଖରେ ଠିଆହେଉଥିଲେ ।ଶୁକ୍ରବାର ଦିନ ତାଙ୍କର ନିଜ ବାସସ୍ଥାନ ଚାଲାଣଗୁଡା ପଚାଂୟତ ଡଙ୍ଗସଖାଲ ଗ୍ରାମରେ କୋଭିଡ ନିୟମ ପାଳନ ସହ ଅନ୍ତେଷ୍ଠି କ୍ରୀୟା ସମାପନ କରାଯାଇଛି । ତାଙ୍କ ଅନ୍ତେଷ୍ଠି କ୍ରୀୟାରେ ବିଶିଷ୍ଟ ବ୍ୟକ୍ତି ବିଶେଷ ଓ ବିଜେଡି ଦଳର ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ ।