ହାଟଡ଼ିହି, ୧ । ୪ : (ଓଡିଆପୁଅ / ବିକାଶ ବିଶ୍ୱାଳ) ଶ୍ରୀଜଗନ୍ନାଙ୍କ ଚେତନା ଦ୍ୱାରା ଭଲ ଆଚରଣ ମଣିଷ ସୃଷ୍ଟି ହୋଇପାରିବ । ବର୍ତ୍ତମାନ ସମୟରେ ଆଚରଣହୀନ ମଣିଷ ମାନେ ନିଜ ବାପା, ମା, ବନ୍ଧୁ ବାନ୍ଧବଙ୍କୁ ଭୁଲିଯାଇ ବିପଥଗାମୀ ହେଉଛନ୍ତି । ଜଗନ୍ନାଥଙ୍କ ଚେତନା ଦ୍ୱାରା ଏହାକୁ ରୋକାଯାଇ ପାରିବ ବୋଲି କେନ୍ଦୁଝର ଜିଲ୍ଲା ସମଣା ପଞ୍ଚାୟତର କଦମ୍ବଡିହି ଗ୍ରାମରେ ଚାରଣ ଗୋଷ୍ଠୀର ୪୪ତମ ପ୍ରାଦେଶିକ ସମ୍ମିଳନୀ ଓ ଶ୍ରୀଜଗନ୍ନାଥ ଚେତନା ମହାଧିବେସନରେ ଅତିଥିମାନେ ମତ ପ୍ରକାଶ କରିଛନ୍ତି । ତିନିଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମ ପାଇଁ ଗତକାଲି ପୁଣ୍ୟତୋୟା ବୈତରଣୀ ନଦୀର ସମଣା ଘାଟରୁ ୧୦୮କଳଶ ଶୋଭାଯାତ୍ରା କରାଯାଇ ଯଜ୍ଞ ମଣ୍ଡପରେ ସ୍ଥାପନ କରାଯିବାପରେ ମାଣତୀରା ମଣ୍ଡଳର ପଣ୍ଡିତ ଭଗବାନ ସତପଥି, ଲକ୍ଷ୍ମୀକାନ୍ତ ସତପଥି, ବିଚିତ୍ରାନନ୍ଦ ଦାଶଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯାଇଥିଲା । ମଦନ ମୋହନ ନାୟକ ଓ ସୁଲୋଚନା ନାୟକ କର୍ତ୍ତା ଭାବେ ପୂଜାକାର୍ଯ୍ୟ ସମ୍ପାଦାନ କରୁଛନ୍ତି । ପ୍ରଫୁଲ ଚନ୍ଦ୍ର ନାୟକ ଓ ଅଭୟ କୁମାର ସାଙ୍କ ଦ୍ୱାରା ପୁରୀରୁ ଆଜ୍ଞାମାଳ ଅଣାଯିବାପରେ ପୁର୍ବତନ ଜିଲ୍ଲା ବିଜେଡି ସଭାପତି ବିମ୍ବାଧର ବିଶ୍ୱାଳ ଏହାକୁ ଗ୍ରହଣକରି ପୂଜାମଣ୍ଡପରେ ସ୍ଥାପନ କରିଥିଲେ । ଗତକାଲି ସନ୍ଧ୍ୟାରେ ଚାରଣଗୋଷ୍ଠୀ ପକ୍ଷରୁ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗୀତାରେ କୃତକାର୍ଯ୍ୟ ହୋଇଥିବା ୩୮ଜଣ ଛାତ୍ର ଓ ୧୧୩ଜଣ ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ଉତ୍ସବରେ ହାଟଡିହି ବିଡିଓ ଜୟଦେବ ଦାସ, ଡିପିସି ପୁର୍ଣ୍ଣଚନ୍ଦ୍ର ସେଠୀ ପ୍ରମୁଖ ଯୋଗଦେଇଥିଲେ । ଆଜି ଏହି ଉତ୍ସବର ଦ୍ୱିତୀୟ ଦିନରେ ଚାରଣ ଗୋଷ୍ଠୀ ପୁରୀର ଡ. ଗୋପାଳ ଚନ୍ଦ୍ର ରଥ, ଉପଦଳପତି ଡ. ଶରତ ଚନ୍ଦ୍ର ପାତ୍ର, ସାଧାରଣ ସମ୍ପାଦକ ହରିଶ ଚନ୍ଦ୍ର ସାହୁ, ସହ ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ବେହେରା, ପତ୍ରିକା ସମ୍ପାଦକ ପଣ୍ଡିତ ଗଣେଶ୍ୱର ପରିଡା, ଭରତ ଚନ୍ଦ୍ର ନାଥ, ନବଘନ ଭଞ୍ଜ, ନବଘନ ରାଉତ, ବାସୁଦେବ ବେହେରା, ଅରକ୍ଷିତ ପାଣିଗ୍ରାହୀଙ୍କ ସମେତ ଚାରଣ ଗୋଷ୍ଠୀର ସମସ୍ତ କର୍ମକର୍ତ୍ତା ଯୋଗଦେଇ ଶ୍ରୀଜଗନ୍ନାଥଙ୍କ ଚେତନାର ପ୍ରଚାର ପ୍ରସାର ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଭୂ ଶ୍ରୀଜଗନ୍ନାଥଙ୍କ ୫୬ପଉଟି ଭୋଗ ପ୍ରଦର୍ଶନୀ, ବସ୍ତ୍ର ଅଳଙ୍କାର ପ୍ରଦର୍ଶନୀ, ପୁଷ୍ପଅଳଙ୍କାର ପ୍ରଦର୍ଶନୀ କରାଯିବା ସହିତ ଜଗନ୍ନାଙ୍କ ଗଜାନନ ବେଶ, ସୁନାବେଶ, ବଡସିଂହାର ବେଶ, ଶ୍ରାଦ୍ଧବେଶ, ପଦ୍ମବେଶ, ବଡଶୃଙ୍ଗାର ବେଶ ଆଦି ପ୍ରଦର୍ଶନ କରାଯିବା ସହିତ ଶ୍ରଦ୍ଧାଳୁ ମାନଙ୍କୁ ଟଙ୍କତୋରାଣୀ ବଣ୍ଟନ କରାଯାଇଥିଲା । ସନ୍ଧ୍ୟାରେ ଶୁଭେନ୍ଦୁ କୁମାର ସ୍ୱାଇଁ, ଅରୁଣ ଭାଇ, ମାନସଭାଇଙ୍କ ଦ୍ୱାରା ପ୍ରବଚନ କାର୍ଯର୍୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏହି ଅବସରରେ ହାଟଡିହି ବ୍ଲକର ୩୧ଟି ଯାକ ପଞ୍ଚାୟତର ୧୮୩ଜଣ ଭାଗବତପ୍ରେମୀଙ୍କୁ ଉତ୍ତରୀୟ ଓ ମାନପତ୍ର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ପିତାମ୍ବର ସା, ରାମଚନ୍ଦ୍ର ନାୟକ, ବଳରାମ ନାୟକ, ନାରାୟଣ ଦାସ, ନବଘନ ନାୟକ, ଶତୃଘ୍ନ ରାଉତ, କୃଷ୍ଣ ଚନ୍ଦ୍ର ମହାନ୍ତି, ପୁର୍ଣ୍ଣଚନ୍ଦ୍ର ନାୟକ, ଭୀମସେନ ନାୟକ, ଅଜୟ ସାଙ୍କ ସମେତ ସମସ୍ତ ଗ୍ରାମବାସୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରୁଛନ୍ତି ।