ଭଦ୍ରକ, ୩୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରା ଠାରେ ଥିବା ମା’ ଧାମରାଇ ଉଚ୍ଚ ବିଦ୍ୟାଳୟକୁ ସାହୁ ଆକ୍ୱାଟିକ୍ସ ପକ୍ଷରୁ ୧ଲକ୍ଷ ଟଙ୍କା ଅନୁଦାନ ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ମୋ ସ୍କୁଲ ଅଭିଯାନ ଆରମ୍ଭ ହୋଇଥିଲା । ଏହି ଅଭିଯାନ ର ମୂଳ ଲକ୍ଷ୍ୟ ଥିଲା ଯେ କୌଣସି ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀ ମାନଙ୍କୁ ପାଠ ପଢାଇବା ସହ ଓ ସମାଜରେ ଆଦର୍ଶ ଓ ପ୍ରତିଷ୍ଠିତ ବ୍ୟକ୍ତି ମାନଙ୍କୁ ବିଦ୍ୟାଳୟ ସହ ଯୋଡିବା । ଏଥି ସହିତ ସେମାନଙ୍କର ସାହାଯ୍ୟ ଓ ସହଯୋଗରେ ବିଦ୍ୟାଳୟର ସାମଗ୍ରିକ ଉନ୍ନତି କରିବା । ଆଜି ଧାମରା ନିକଟସ୍ଥ ଗୁଆଁଳ ଗ୍ରାମର ସାହ୍ୁ ଆକ୍ୱାଟିକ୍ସର ମାଲିକ ତଥା ଚାନ୍ଦବାଲି ପଂଚାୟତ ସମିତି ଅଧ୍ୟକ୍ଷାଙ୍କ ପ୍ରତିନିଧି ରଞ୍ଜନ କୁମାର ସାହୁ ଭଦ୍ରକ ଜିଲାପାଳ ଜ୍ଞାନରଞ୍ଜନ ଦାସଙ୍କୁ ଭେଟି ୧ଲକ୍ଷ ଟଙ୍କା ର ଚେକ ପ୍ରଦାନ କରିଥିଲେ । ଏଥିସହ ସେ ଆଗାମୀ ଦିନରେ ବିଦ୍ୟାଳୟର ଉନ୍ନତି ପାଇଁ ବଦ୍ଧ ପରିକର ବୋଲି ମଧ୍ୟ ମତ ପ୍ରକାଶ କରିଥିଲେ ।