ନୟାଗଡ /୨୮/୦୩ (ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ବ୍ଲକ ରାମଚନ୍ଦ୍ରପୁର ନିକଟସ୍ଥ ଭଟ୍ଟପୁର ରେ ସାମନ୍ତ ସିଂହାର ମନ୍ଦିର ଭୂମି ପୂଜନ ଓଡିଶା ର ମାନ୍ୟବର ଯୋଜନା ସମନ୍ୱୟ ଓ ବାଣିଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଙ୍କ ଦ୍ୱାରା ଭୂମି ପୂଜନ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ନୟାଗଡ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ ଓ ଗୋପାଳପୁର ସରପଞ୍ଚ ଶରତ ଚନ୍ଦ୍ର ରଥ ଯୋଗ ଦେଇଥିଲେ । ରଣପୁର ର ବିଜୁ ଜନତା ଦଳର ନେତା ଶଚ୍ଚିକାନ୍ତ ସଡଙ୍ଗି , ଇଂ. ଦେବାଶିଷ ପଟ୍ଟନାୟକ , ପ୍ରତିଭା ମହାନ୍ତି ଓ ରଞ୍ଜନ କୁମାର ଦାଶ ଙ୍କ ସମେତ ବହୁନେତା ଯୋଗ ଦେଇଥିଲେ । ଭଟ୍ଟପୁର ଗ୍ରାମର ଶହ ଶହ ପୁରୁଷ ଓ ମହିଳା ମଧ୍ୟ ଯୋଗ ଦେଇଥିଲେ ।
ସାମନ୍ତ ସିଂହାର ଜଣେ ଅର୍ଦ୍ଧ ନାରୀଶ୍ୱର ଦେବ ଭାବରେ ପରିଚିତ । ଗ୍ରାମ ଠାରୁ ବହୁ ଦୂରରେ ଏକ ନାଳ କୂଳରେ ପୂଜା ପାଇ ଆସୁଥିଲେ । ମାନ୍ୟବର ମନ୍ତ୍ରୀ ଙ୍କ ଦ୍ୱାରା ଭୂମି ପୂଜନ ହେବା ଯୋଗୁଁ ଗ୍ରାମବାସୀ ଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଥିଲା । ଏଥିପାଇଁ ଏକ ସଭାର ଆୟୋଜନ କରାଯାଇଥିଲା । କିନ୍ତୁ ମନ୍ତ୍ରୀଙ୍କ ସୁରକ୍ଷା ପାଇଁ ପୋଲିସ ଉପସ୍ଥିତ ଥିଲେ ମଧ୍ୟ କୋଭିଡ୍ କଟକଣା କୁ ଭୁଲି ଯାଇଥିଲେ । ଉପସ୍ଥିତ ଶହ ଶହ ମହିଳା ଓ ପୁରୁଷ ଙ୍କ ମୁହଁରେ ମାସ୍କ ନଥିଲା ତ ଆଉ କାହା ମୁହଁରେ ମାସ୍କ ଥିଲେ ମଧ୍ୟ ସଠିକ୍ ଜାଗାରେ ନଥିଲା । ସାମାଜିକ ଦୁରତ୍ୱ କୁ ଯେପରି ସମ୍ପୁର୍ଣ୍ଣ ଭୁଲିଯାଇଥିଲେ ।