Home ଜିଲ୍ଲା ପରିକ୍ରମା ସେତୁ ଉପରେ ସେତୁର ଶିଳାନ୍ୟାସ

ସେତୁ ଉପରେ ସେତୁର ଶିଳାନ୍ୟାସ

63

ଭଦ୍ରକ, ୨୭ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଲୋକଙ୍କୁ ନଦୀ ନାଳ ପାରି ହେବା ସକାସେ ପଟାପୋଲ ଟିଏ ମିଳୁନି ତେଣେ ସେତୁ ଭାଙ୍ଗି ସେତୁ ଉପରେ ନୁଆ ସେତୁ ନିର୍ମାଣ ପାଇଁ ଶିଳାନ୍ୟାସ ହେଉଛି । ଏହିଭଳି ଏକ ଘଟଣା ଏବେ ଭଦ୍ରକ ସହରରେ ଚର୍ଚାର ବିଷୟ ହୋଇଛି । ଆବଶ୍ୟକତାକୁ ଦୃଷ୍ଟିରେ ରଖି ଗତ ୨୦୦୨ ମସିହାରେ ଭଦ୍ରକ ସହର ଦେଇ ପ୍ରବାହିତ ସାଳନ୍ଦୀ ନଦୀ ର କୁଆଁସ ଠାରେ ଅର୍ଜ୍ଜୁନ ସେତୁ ର ଶୁଭ ଉଦଘାଟନ କରାଯାଇଥିଲା । ପ୍ରାୟ ୬୦ ଲକ୍ଷ ଟଙ୍କା ବ୍ୟୟରେ ଏହି ସେତୁ ନିର୍ମାଣ କରାଯାଇଥିବା ବେଳେ ତତକାଳିନ ଭଦ୍ରକ ସାଂସଦ ତଥା ପୂର୍ବତନ କେନ୍ଦ୍ର ଜଳସଂପଦ ମନ୍ତ୍ରୀ ଅଜ୍ଜୁନ ସେଠୀଙ୍କ କରକମଳରେ ଏହି ସେତୁର ଶୁଭ ଉଦଘାଟନ କରାଯାଇଥିଲା । କୁହାଯାଇଥିଲା ତ୍‌ତକାଳିନ ସାଂସଦ ଅଜ୍‌ୁର୍ନ ସେଠୀଙ୍କ ଅନୁଦାନରେ ଏହି ସେତୁ ନିର୍ମାଣ କରାଯାଇଥିବାରୁ ସେତୁର ନାମ ଅଜ୍‌ୁର୍ନ ସେତୁ ରଖାଯାଇଥିଲା । ତେବେ ଏହି ସେତୁ ବର୍ତମାନ ସୁଦ୍ଧା ସଂପୁର୍ଣ୍ଣ ଅକ୍ଷତ ରହିଥିବା ଏବଂ ପୁର୍ଣ୍ଣ ଚଳନକ୍ଷମ ରହିଥିବା ବେଳେ ହଠାତ ଏହି ସେତୁ ଉପରେ ଅନ୍ୟଏକ ନୂଆ ସେତୁ ନିର୍ମାଣର ଶିଳାନ୍ୟାସ କରାଯାଇଛି । ଭଦ୍ରକ ବିଧାୟକ ସଞ୍ଜିବ ମଲ୍ଲିକ ଏବଂ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳଙ୍କ କରକମଳରେ ଏହି ନୂଆ ସେତୁର ଶିଳାନ୍ୟାସ କରାଯାଇଛି । ପ୍ରାୟ ୬୮ ମିଟର ଲମ୍ଭ ବିଶିଷ୍ଟ ଏହି ନବନିର୍ମିତ ସେତୁର ବ୍ୟୟ ଅଟକଳ ପ୍ରାୟ ୬ କୋଟି ୪ ଲକ୍ଷ ଟଙ୍କା ରଖାଯାଇଥିବା ବେଳେ ଆଗାମୀ ବର୍ଷକ ମଧ୍ୟରେ ଏହି ସେତୁ ନିର୍ମାଣ ସଂପୁର୍ଣ୍ଣ କରିବାକୁ ବିଧାୟକ ପ୍ରତିଶୃତି ଦେଇଛନ୍ତି । ସବୁଠାରୁ ବଡ କଥା ହେଲା ଘରେ ନପଶୂୁଣୁ ଚାଳ ବାଜିବା ସଦୃଶ ସେତୁ ଶିଳାନ୍ୟାସ ହେଉ ହେଉ ଏହାର ନାମ କରଣ କୁ ନେଇ ବିବାଦ ଦେଖାଦେଇଛି । ପୂର୍ବରୁ ନାମିତ ଅର୍ଜ୍ଜୁନ ସେତୁର ନାମକରଣକୁ ପରିବର୍ତନ କରାଯାଇ ଏହାକୁ କାନ୍ତକବି ଲକ୍ଷ୍ମୀକାନ୍ତଙ୍କ ନାମରେ ନାମିତ କରିବାକୁ ଆୟୋଜକ ନିଷ୍ପତି ନେଇ ତଦନୁଯାଇ ଫଳକ ନିର୍ମାଣ କରାଯାଇଥିବା ବେଳେ ଏହାକୁ ବିରୋଧ କରାଯିବାରୁ ନାମ ପରିବର୍ତ୍ତନ କରାଯାଇ ଏହାକୁ କୁଆଁସ ସେତୁ ରଖାଯାଇଛି । ତେବେ ପୁରୁଣାସେତୁ ହଟାଯାଇ ସେଠାରେ ନୁଆ ସେତୁ ନିର୍ମାଣ କରାଯାଉଥିଲେ ମଧ୍ୟ ଏହାର ନାମକରଣ ପରିବର୍ତନର ଯଥାର୍ଥତା କୁ ନେଇ ସାଧାରଣ ବୁଦ୍ଧିଜିବର ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅନ୍ୟପକ୍ଷରେ ଘଟଣାକ୍ରମ ବିଜେଡି ରାଜନୀତିରୁ ଅଜ୍‌ୁର୍ନଙ୍କ ବିଦାୟ ଏବଂ ତାଙ୍କର ଦେହାନ୍ତ ସହିତ ତାଙ୍କ ସ୍ମୃତି କୁ ଲିଭେଇ ଦେବା ସକାସେ କିଛି ମୁଷ୍ଟିମେୟ ରାଜନୈତିକ ଲୋକଙ୍କର ଏହା ହୀନ ପ୍ରୟାସ ବୋଲି ଚର୍ଚ୍ଚା ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.