Home ଜିଲ୍ଲା ପରିକ୍ରମା ଜିଲା ଯୋଗାଣ କାର୍ଯ୍ୟାଳୟ ଘେରିଲେ ଷେଣ୍ଢତୀରା ଓ ପଧାନପଡା ସେବା ସମବାୟ ସମିତିର ଶତାଧିକ ଚାଷୀ

ଜିଲା ଯୋଗାଣ କାର୍ଯ୍ୟାଳୟ ଘେରିଲେ ଷେଣ୍ଢତୀରା ଓ ପଧାନପଡା ସେବା ସମବାୟ ସମିତିର ଶତାଧିକ ଚାଷୀ

42

ଭଦ୍ରକ, ୨୫ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବନ୍ତ ବ୍ଲକ୍ ଷେଣ୍ଢତୀରା ଓ ପଧାନପଡା ସେବା ସମବାୟ ସମିତିର ଧାନମଣ୍ଡିରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ବିରୁଦ୍ଧରେ ଶତାଧିକ ଚାଷୀମାନଙ୍କ ପକ୍ଷରୁ ଭଦ୍ରକ ଜିଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳାୟ ଘେରାଉ କରାଯାଇଛି । ସେମାନେ ଜିଲା ଯୋଗାଣ ଅଧିକାରୀଙ୍କୁ ଦେଇଥିବା ଅଭିଯୋଗ ପତ୍ରରୁ ଯାହା ଜଣାଯାଏ ଉପରୋକ୍ତ ଦୁଇ ସେବା ସମବାୟ ସମିତିର ସଂପାଦକ, ଡାଟା ଏଣ୍ଟ୍ରି ଅପରେଟର, ଅଫିସ୍ ପିଅନ ଓ ଧାନ ପ୍ରକ୍ୟୁରମେଣ୍ଟ କମିଟିର ସଦସ୍ୟଙ୍କ ସହ କେତେକ ଅସାଧୁ ଧାନ ବେପାରୀଙ୍କ ମଧୁଚନ୍ଦ୍ରିକା ରହିଛି । ଯାହାଫଳରେ ପଂଜିକୃତ ଶତାଧିକ ଚାଷୀମାନଙ୍କର ଟୋକନ୍ ଅବଧି ଓ ସରକାରୀ ଟାର୍ଗେଟ୍ ସରିଯାଇଥିବାବେଳେ ସେମାନେ ଆଜିପର୍ଯ୍ୟନ୍ତ ମଣ୍ଡି ମାଧ୍ୟମରେ ସରକାରୀ ଧାର୍ଯ୍ୟ ମୂଲ୍ୟରେ ଧନା ବିକ୍ରିୟ କରିନପାରି ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଉପରୋକ୍ତ ଦୁଇ ସେବା ସମବାୟ ସମିତିର ସଂପାଦକ, ଡାଟା ଏଣ୍ଟ୍ରି ଅପରେଟର, ଅଫିସ୍ ପିଅନ ଓ ଧାନ ପ୍ରକ୍ୟୁରମେଣ୍ଟ କମିଟିର ସଦସ୍ୟ ମିଶି ନକଲି ଚାଷୀମାନଙ୍କ ମାଧ୍ୟମରେ ଅଗ୍ରୀମ ଧାନ ବିକ୍ରି କରିବା ପାଇଁ ଗୁପ୍ତ ଷଡଯନ୍ତ୍ର କରି ୧ କିମ୍ବା ୨ ଏକର ଚାଷଜମି ଥିବା ଚାଷୀମାନଙ୍କ ନାମରେ ୨୦୦/୩୦୦ କ୍ୱିଣ୍ଟାଲ ଧାନ ଦଲାଲମାନଙ୍କ ଜରିଆରେ ସରକାରୀ ମୂଳ୍ୟରେ ବିକ୍ରି କରିଛନ୍ତି । ଯାହାଫଳରେ ପଂଜିକୃତ ଚାଷୀମାନଙ୍କ ବେଳକୁ ଟାର୍ଗେଟ୍ ସରିଯାଇଛି ।

ସେଥିପାଇଁ ସେମାନଙ୍କର ଟୋକନ୍ କଟିଯିବା ଓ ଲାପ୍ସ କରିଯିବା ଫଳରେ ଧାନ ବିକ୍ରି କରିନପାରିବାରୁ ପିଲାମାନଙ୍କର ସ୍କୁ ଫି, ଟ୍ୟୁସନ ଫି, ଘରର ଇଲେକ୍ଟ୍ରି ବିଲ୍‌, ସରକାରୀ ଖଜଣା ଦେବା ସହ ପରିବାର ପାଇଁ ପନିପରିବା ଓ ଔଷଧ କିଣିବା ପାଇଁ ସେମାନଙ୍କ ପାଖରେ ପଇସା ନଥିବାର ଦର୍ଶାଇଛନ୍ତି । ଏଠାରେ ସୂଚନାଯୋଗ୍ୟ ଦୁଇ ସେବା ସମବାୟ ସମିତିର ଧାନ ପ୍ରକ୍ୟୁରମେଣ୍ଟ କମିଟିର ସଦସ୍ୟମାନଙ୍କ ସହଯୋଗରେ ସେମାନଙ୍କ ଅଂଚଳରେ ଅନେକ ଅସାଧୁ ଧାନ ବେପାରୀ ୧୨ ଶହ ଟଙ୍କାରେ ଧାନ କିଣିବା ପାଇଁ ଚାଷୀମାନଙ୍କୁ ପ୍ରବର୍ତ୍ତାଉଛନ୍ତି । ଏଣୁ ଅଧିବକ୍ତା ବନମାଳୀ ଜେନା ଓ ସ୍ଥାନୀୟ କୃଷକ ନେତା ଶଙ୍କର୍ଷଣ ଜେନାଙ୍କ ନେତୃତ୍ୱରେ ଷେଣ୍ଢତୀରା ଓ ପଧାନପଡା ସେବା ସମବାୟ ସମିତିର ବାସନ୍ତୀ ଜେନା, ଗୟାଧର ଜେନା, ନରେନ୍ଦ୍ର ଜେନା, ନବକିଶୋର ସ୍ୱାଇଁ, ସୁକାନ୍ତି ପାଇକରାୟ, ହରେକୃଷ୍ଣ ଦାଶ, ବିଷ୍ଣୁମୋହନ ଦାଶ, ହେମନ୍ତ କୁମାର ଦାଶ, ଗୌରାଙ୍ଗ ଜେନା, ସନ୍ତୋଷ ନାୟକଙ୍କ ଭଳି ଶତାଧିକ ଚାଷୀ ଜିଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ । ଶେଷରେ ଯୋଗାଣ ଅଧିକାରୀ ରଞ୍ଜନ ସେଠଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରି ଉପରୋକ୍ତ ଦୁଇ ସେବା ସମବାୟ ସମିତିରେ ଧାନକିଣାରେ ହୋଇଥିବା ବ୍ୟାପକ ଦୁର୍ନୀତି ଓ ଅନିୟମିତତାର ତଦନ୍ତ କରି ଦୋଷୀମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସେମାନଙ୍କୁ ଉଚିତ୍ ନ୍ୟାୟ ପ୍ରାଦନ କରିବାକୁ ଦାବି କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.