Home ଜିଲ୍ଲା ପରିକ୍ରମା ଓସିଏ ‘ଭିଜନ-୨୦୨୪’ ଆନ୍ତଃ ଜିଲ୍ଲା କ୍ଲବ ସିନିୟର ଲିଗ୍ ଟୁର୍ଣ୍ଣାମେଣ୍ଟ, ବିଜୟଭାନୁ ଗ୍ରୀନ ରେଲୱେ ସ୍ପୋର୍ଟ୍‌ସ...

ଓସିଏ ‘ଭିଜନ-୨୦୨୪’ ଆନ୍ତଃ ଜିଲ୍ଲା କ୍ଲବ ସିନିୟର ଲିଗ୍ ଟୁର୍ଣ୍ଣାମେଣ୍ଟ, ବିଜୟଭାନୁ ଗ୍ରୀନ ରେଲୱେ ସ୍ପୋର୍ଟ୍‌ସ ଏକାଡେମୀ ବିଜୟୀ

52

ଭଦ୍ରକ, ୧୯ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚରମ୍ପା ରେଲୱେ ଗ୍ରାଉଣ୍ଡ ଓ ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପଡ଼ିଆ ଦୁଇଟି ସ୍ଥାନରେ ଓଡ଼ିଶା କ୍ରିକେଟ ଆସୋସିଏସନ ଆନୁକୁଲ୍ୟରେ ‘ଭିଜନ-୨୦୨୪’ ପରିପ୍ରେକ୍ଷୀରେ ଜିଲ୍ଳା କ୍ରିକେଟ ଆସୋସିସିଏସନ ଦ୍ୱାରା ଆୟୋଜିତ ହୋଇ ଚାଲୁଥିବା ଆନ୍ତଃ ଜିଲ୍ଳା ସିନିୟର କ୍ଲବ ଲିଗ ଟୁର୍ଣ୍ଣାମେଣ୍ଟରେ ଆଜି ୨ଟି ମ୍ୟାଚ ଅନୁଷ୍ଠିତ ହୋଇଥିଲା । ସେଥିମଧ୍ୟରୁ ଗୋଟିଏ ମ୍ୟାଚରେ ବିଜୟଭାନୁ ଗ୍ରୀନ ଦଳ ବିଜୟୀ ହୋଇଥିବା ବେଳେ ଅନ୍ୟ ଏକ ମ୍ୟାଚରେ ଇଷ୍ଟକୋଷ୍ଟ ରେଲୱେ ସ୍ପୋର୍ଟ୍‌ସ ଏକାଡେମୀ ବିଜୟୀ ହୋଇଛି । ଚରମ୍ପା ରେଲୱେ ପଡ଼ିଆରେ ଅନୁଷ୍ଠିତ ମ୍ୟାଚ ବିଜୟଭାନୁ ମେମୋରିଆଲ କ୍ରିକେଟ ଏକାଡେମୀ (ଗ୍ରୀନ) ଓ ୟୁନାଇଟେଡ ଏକାଡେମୀ ମଧ୍ୟରେ ଖେଳା ଯାଇଥିଲା । ଏହି ମ୍ୟାଚକୁ ଗ୍ରୀନ ଦଳ ୧୯୧ ରନରେ ଜତିଛି । ଗ୍ରୀନ ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । ଦଳ ୪୭.୧ ଓଭରରେ ୩୪୧ ରନ କରି ଅଲ୍ ଆଉଟ ହୋଇଥିବା ବେଳେ ରୁଦ୍ର ରଂଜନ ବେହେରା ୯୦, ସାହିଲ ଖାନ ୬୫ ଓ ସି. କୁମାର ସ୍ୱାମୀ ୪୬ ରନ କରିଥିଲେ । ୟୁନାଇଟେଡ ଏକାଡେମୀ ପକ୍ଷରୁ ସାହାନଓ୍‌ବାଜ କାଦ୍ରୀ ୫ ଉଇକେଟ, ସେକ୍ ଆଲାଉଦ୍ଦିନ ଓ ବିମଲ ଦାସ ଗୋଟିଏ ଲେଖାଏଁ ଉଇକେଟ ନେଇଥିଲେ । ଦ୍ୱିତୀୟାର୍ଦ୍ଧରେ ବ୍ୟାଟିଂ କରି ୟୁନାଇଟେଡ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୩୩.୨ ଓଭରରେ ମାତ୍ର ୧୫୦ ରନ କରି ସମସ୍ତ ଖେଳାଳୀ ଆଉଟ ହୋଇଯାଇଥିଲେ । ତେବେ ଦଳ ପକ୍ଷରୁ ପ୍ରୀତି ରଂଜନ ନାୟକ ୫୨, କମଳାକାନ୍ତ ବେହେରା ୨୦ ଓ ଚିତ୍ତ ରଂଜନ ବେହେରା ୨୭ ରନ କରିଥିଲେ ।

ଗ୍ରୀନ ପକ୍ଷରୁ ସୌମ୍ୟ ରଂଜନ ବାରିକ ୩ଟି, ସୂର୍ଯ୍ୟ ମହାପାତ୍ର ୨ଟି ଓ ସି. କୁମାର ସ୍ୱାମୀ ଗୋଟିଏ ଉଇକେଟ ନେଇଥିଲେ । ଗ୍ରୀନ ଦଳର ସି. କୁମାର ସ୍ୱାମୀଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ ବିବେଚିତ କରାଯାଇଥିଲା । ଏହି ମ୍ୟାଚକୁ ଲଲାଟ କେଶରୀ ନନ୍ଦ ଓ ପ୍ରଦିପ୍ତ କୁମାର ନାୟକ ଅମ୍ପାୟାର ଭାବେ ପରିଚାଳନା କରିଥିବା ବେଳେ ଦେବବ୍ରତ ଦାସ ଓ ସସ୍ମିତା ଜୀଉ ସ୍କୋରର ଥିଲେ । ଅନ୍ୟପକ୍ଷରେ ଭଦ୍ରକ କଲେଜ ପଡ଼ିଆରେ ଖେଳା ଯାଇଥିବା ମ୍ୟାଚରେ ଇଷ୍ଟକୋଷ୍ଟ ରେଲୱେ ସ୍ପୋର୍ଟ୍‌ସ ଏକାଡେମୀ ସୂର୍ଯ୍ୟଶିଖା କ୍ରିକେଟ କ୍ଳବକୁ ୧୬୭ ରନରେ ପରାଜିତ କରି ବିଜୟୀ ହୋଇଛି । ରେଲୱେ ଏକାଡେମୀ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି୪୦ ଓଭରରେ ୪ ଉଇକେଟ ହରାଇ ୨୮୫ ରନ କରିଥିଲା । ଦଳ ପକ୍ଷରୁ ମାନସ କୁମାର ସାହୁ ୧୦୨, ଜ୍ୟୋତିରଂଜନ ମହାରଣା ୮୮, ଓମ୍‌ଶ୍ରୀ ଯାଦବ ୩୧, ନୀହାର ଭୁୟାଁ ୨୫ ରନ କରିଥିଲେ । ସୂର୍ଯ୍ୟଶିଖା ପକ୍ଷରୁ ଚନ୍ଦନ ରାଉତ ଗୋଟିଏ ଉଇକେଟ ନେଇଥିଲେ । ଦ୍ୱିତୀୟ ପାଳିରେ ବ୍ୟାଟିଂ କରିଥିବା ସୂର୍ଯ୍ୟଶିଖା ଦଳ ୩୦ ଓଭରରେ ୧୧୮ରନ କରି ସବୁ ଖେଳାଳୀ ଆଉଟ ହୋଇଥିଲେ । ତେବେ ଦଳ ପକ୍ଷରୁ ଆଲୋକ ବାରିକ ୨୩୩, ଇମ୍‌ରାନ ଖାନ୍ ୧୯ ଓ ସରୋଜ ଧଳ ୧୯ ରନ କରିବାକୁ ସକ୍ଷମ ହୋଇଥିଲେ । ରେଲୱେ ଏକାଡେମୀ ପକ୍ଷରୁ ମୃଣ୍ମୟ ତ୍ରିପାଠୀ ୪ଟି ଓ ହରେକୃଷ୍ଣ ବାରିିକ ୨ଟି ଉଇକେଟ ନେଇଥିଲେ । ମାନସ କୁମାର ସାହୁଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ ବିବେଚିତ କରାଯାଇଥିଲା । ଏହି ମ୍ୟାଚରେ ସାର୍ଥକ ରଂଜନ ବିଶ୍ୱାଳ ଓ ରଂଜନ ମହାନ୍ତି ଅମ୍ପାୟାର ଥିବା ବେଳେ ସସ୍ମିତା ସାହୁ ଓ ଅସିତ ଦାସ ସ୍କୋରର ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.