ଭଦ୍ରକ, ୨୬ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଭଦ୍ରକ ବସ୍ ସିଣ୍ଡିକେଟ୍ର କର୍ମକର୍ତ୍ତା ନିର୍ବାଚନ ଗାନ୍ଧିପଡିଆ ସ୍ଥିତ ସୀତାରାମ କଲ୍ୟାଣ ମଣ୍ଡପ ଠାରେ ଜିଲା ପ୍ରଶାସନର କଡା ସୁରକ୍ଷା ମଧ୍ୟରେ ଶେଷ ହୋଇଛି । ସକାଳ ୯ଟାରୁ ଆରମ୍ଭ ହୋଇ ଦିନ ୩ଟାରେ ଏହା ଶେଷ ହୋଇଥିଲା । ଏହି ନିର୍ବାଚନରେ ୭୫ ଜଣ ସଭ୍ୟ/ସଭ୍ୟା ଗୁପ୍ତ ଭୋଟିଂ ଅନୁସାରେ ନିଜ ନିଜର ମତଦାନ ସାବ୍ୟସ୍ତ କରିଥିଲେ । ଏଥିରେ ସଭାପତି ଭାବେ ପ୍ରଦୀପ କୁମାର ଦାସ, ଉପସଭାପତି ଭାବେ ଶ୍ରୀନିବାସ ପତି, ସଂପାଦକ ଭାବେ ହେମନ୍ତ କୁମାର ପାଢୀ, ଯୁଗ୍ମ ସଂପାଦକ ଭାବେ ନିଶିକାନ୍ତ ପଣ୍ଡା, କୈଳାସ ଚନ୍ଦ୍ର ସାହୁ, ସହ ସଂପାଦକ ଭାବେ ସତ୍ୟରଂଜନ ସାହୁ ଓ ପ୍ରଥମ ନାୟକ, ଇମ୍ତିଆଜ ଅଲ୍ଲୀ ଖାଁ, ପ୍ରଦ୍ୟୁମ୍ନ କୁମାର ଲେଙ୍କା, କୋଷାଧ୍ୟକ୍ଷ ଭାବେ ରାଜେନ୍ଦ୍ର କୁମାର ମହାପାତ୍ର, ଉପକୋଷାଧ୍ୟକ୍ଷ ଭାବେ ସରୋଜ କୁମାର ଧଳ ଏବଂ କାର୍ଯ୍ୟନିର୍ବାହୀ ସଭ୍ୟ ଭାବେ ପୁରୁଷୋତ୍ତମ ପଲେଇ, ନନ୍ଦକିଶୋର ସାହୁ, ଦାମୋଦର ପ୍ରସାଦ ପଟ୍ଟନାୟକ, ସଲାମୁଦ୍ଦିନ୍ ଖାଁ, ରାଧାକିଶୋର ପଟ୍ଟନାୟକ, ପ୍ରଦୀପ କୁମାର ଦାସ (ଟୁଟୁ), ଦୁର୍ଯ୍ୟୋଧନ ଭୋଇ, ଉଦୟନାଥ ସାମଲ, ଅଧର କୁମାର ଦାଶ, ଦେବଦତ୍ତ ମହାପାତ୍ର, ଏସ୍କେ ଦିଲାୱର, ସୁରେଶ ଚନ୍ଦ୍ର ପାତ୍ର ନିର୍ବାଚିତ ହୋଇଥିଲେ । ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସୁରକ୍ଷା ଯୋଗାଇ ଦିଆଯାଇଥିବାରୁ ନିର୍ବାଚନ କମିଟିର ସଭ୍ୟ ରତିକାନ୍ତ ସେନାପତି, ଯାଦବ କୁମାର ସାହୁ, କମଳାକାନ୍ତ ପରିଡାଙ୍କ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଛି ।