Home Top News ନବୀନଙ୍କଠୁ ଶିଖିଲେକି ମମତା? ୫ ଟଙ୍କାରେ ଭାତ, ଡାଲି ତରକାରୀ ସହିତ ଅଣ୍ଡା

ନବୀନଙ୍କଠୁ ଶିଖିଲେକି ମମତା? ୫ ଟଙ୍କାରେ ଭାତ, ଡାଲି ତରକାରୀ ସହିତ ଅଣ୍ଡା

118

ନୂଆଦିଲ୍ଲୀ ୧୫-୨ (ଓଡ଼ିଆ ପୁଅ) : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ରାଜ୍ୟରେ ୫ ଟଙ୍କା ଖାଦ୍ୟ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନାର ନାମ ହେଉଛି ‘ମା’, ଯାହା ତୃଣମୂଳ କଂଗ୍ରେସ (ଟିଏମସି) ର ‘ମା ମାଟି ମାନୁଷ’ ସ୍ଲୋଗାନରୁ ଆସିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି କୋଲକାତାରେ ଏହି ଯୋଜନା ଆରମ୍ଭ କରିଛନ୍ତି।

୫ ଟଙ୍କାର ଥାଳିରେ କ’ଣ ମିଳିବ ?

କୋଲକାତା ମ୍ୟୁନିସିପାଲିଟି କର୍ପୋରେସନର ଜଣେ ଅଧିକାରୀ କହିଛନ୍ତି ଯେ ‘ମା’ ଯୋଜନା ଅଧୀନରେ ଲୋକଙ୍କୁ କେବଳ ୫ ଟଙ୍କାରେ ପ୍ଲେଟରେ ଭାତ, ଡାଲି, ତରକାରୀ ଏବଂ ଅଣ୍ଡା ଦିଆଯିବ। ଠିକ୍ ସମୟରେ ଖାଦ୍ୟ ଯୋଗାଇ ଦିଆଯିବ। ଏହି ଯୋଜନା ଧୀରେ ଧୀରେ ପଶ୍ଚିମବଙ୍ଗର ଅନ୍ୟାନ୍ୟ ସହରକୁ ବିସ୍ତାର କରାଯିବ। ଏହି ଯୋଜନା ପାଇଁ ରାଜ୍ୟ ସରକାର ବଜେଟରେ ଏକ ବ୍ୟବସ୍ଥା କରିସାରିଛନ୍ତି। ଏହାପୂର୍ବରୁ ଟିଏମସି ଲକଡାଉନ୍ ସମୟରେ କରୋନା ଦ୍ୱାରା ପ୍ରଭାବିତ ପ୍ରବାସୀ ଶ୍ରମିକମାନଙ୍କ ପାଇଁ ‘ଦିଦିର୍ ରନ୍ନାଘର ଅର୍ଥାତ୍ ମମତାଙ୍କ ରୋଷେଇ ଘର’ ଆରମ୍ଭ କରିଥିଲା।

ଏପ୍ରିଲ-ମେ ମାସରେ ବେଙ୍ଗଲରେ ବିଧାନସଭା ନିର୍ବାଚନ।

ସୂଚନାଯୋଗ୍ୟଯେ, ପଶ୍ଚିମବଙ୍ଗରେ ଚଳିତ ବର୍ଷ ଏପ୍ରିଲ-ମେ ମାସରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏଭଳି ପରିସ୍ଥିତିରେ ପ୍ରତ୍ୟେକ ଦଳ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ନିଜ ନିଜ ପ୍ରୟାସରେ ଲାଗିପଡ଼ିଛନ୍ତି। ଏଥର ବଙ୍ଗଳାରେ ଭାରତୀୟ ଜନତା ପାର୍ଟି ମଧ୍ୟ ନିର୍ବାଚନରେ ବେଶ୍ ଜୋର୍‌ସୋରରେ ଲାଗିପଡ଼ିଛି। ଜନସାଧାରଣଙ୍କୁ ଅନେକ ବଡ଼ ବଡ଼ ପ୍ରତିଶୃତି ଦିଆଯାଉଛି। ଏଥି ସହିତ ବଙ୍ଗଳା ନିର୍ବାଚନରେ କଂଗ୍ରେସ ଏବଂ ବାମପନ୍ଥୀଙ୍କ ମିଳିତ ମଞ୍ଚ ମଧ୍ୟ ନିଜକୁ ଦୃଢ଼ କରୁଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.