Home କେନ୍ଦ୍ରାପଡ଼ା କେନ୍ଦ୍ରାପଡା ଜିଲ୍ଲାରେ ମେଡିକାଲ୍ କଲେଜ ପ୍ରତିଷ୍ଠା ଦାବିକୁ ସମର୍ଥନ

କେନ୍ଦ୍ରାପଡା ଜିଲ୍ଲାରେ ମେଡିକାଲ୍ କଲେଜ ପ୍ରତିଷ୍ଠା ଦାବିକୁ ସମର୍ଥନ

20

କେନ୍ଦ୍ରାପଡା ୧୫/୨(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- କେନ୍ଦ୍ରାପଡା ଜିଲ୍ଲା ସରକାରୀ ଅବସରପ୍ରାପ୍ତ କର୍ମଚାରୀ ସଂଗଠନ ପକ୍ଷରୁ ଲକ୍ଷ୍ମୀନାରାୟଣ ଧର୍ମଶାଳା ପରିସରରେ ମନ୍ମଥ ନାଥ ରାଉତଙ୍କ ସଭାପତିତ୍ୱରେ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ସଂଗଠନର ଉପଦେଷ୍ଟା ଅଧ୍ୟାପକ ଅଜୟ ସାମଲ କେନ୍ଦ୍ରାପଡା ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ବିଭିନ୍ନ ଗଣସଂଗଠନ, ରାଜନୈତିକ ଦଳ, ଜିଲ୍ଲା ପରିଷଦ ଓ ସାମାଜିକ ସଂଗଠନ ଗୁଡିକ ମେଡିକାଲ କଲେଜ ପ୍ରତିଷ୍ଠାକୁ ସମର୍ଥନ କରୁଛନ୍ତି ବୋଲି କହିଥିଲେ। ମେଡିକାଲ କଲେଜ ପ୍ରତିଷ୍ଟା ପାଇଁ ମିଳିତ କ୍ରିୟାନୁଷ୍ଠାନ କମିଟି ଦାବିକୁ ସଂଗଠନ ପକ୍ଷରୁ ସ୍ୱାଗତ କରଯିବା ସହ ସମର୍ଥନ ଜ୍ଞାପନ କରାଯାଇଛି। ଆଗାମୀ ମାର୍ଚ୍ଚ ୪ ତାରିଖ ଦିନ ଜିଲ୍ଲାପାଳଙ୍କ ଅଫିସ ଆଗରେ ଶତାଧିକ ଧାରଣା କାର୍ଯ୍ୟକ୍ରମରେ ସଂଗଠନ ଯୋଗ ଦେବ। ଏହାପରେ ଏପ୍ରିଲ ମାସରେ ବାର୍ଷିକ ଅଧିବେଶନ ଅନୁଷ୍ଠିତ ହେବ ବୋଲି ସଂପାଦକ କରୁଣାକର ଦାସ ପ୍ରସ୍ତାବ ଆଗତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଯୁଗ୍ମ ସଂପାଦକ ବୈଷ୍ଣବ ଚରଣ ସ୍ୱାଇଁ, ଉପସଭାପତି ଡା.ରମାନାଥ ମହାନ୍ତି, କୋଷାଧ୍ୟକ୍ଷ ସୁରେଶ ପଟ୍ଟନାୟକ, ଅମୀୟ ନାୟକ, ଅଜିତ ରାଉତ, କୃଷ୍ଣଚନ୍ଦ୍ର ସ୍ୱାଇଁ ପ୍ରମୁଖ ଆଲୋଚନାରେ ଭାଗନେଇ ଆଗାମୀ ଦିନରେ କେନ୍ଦ୍ରାପଡାରେ ଉନ୍ନତି ମୂଳକ କାମରେ ସଂଗଠନ ପକ୍ଷରୁ କାର୍ଯ୍ୟକ୍ରମ ଗ୍ରହଣ କରିବା ପାଇଁ ସ୍ଥିର କରାଯାଇଛି। ସର୍ବଶେଷରେ ଶ୍ରୀନିବାସ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.