ଭଦ୍ରକ, ୧୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତ ୨୦୧୯ ମସିହା ଫେବୃୟାରୀ ୧୪ ତାରିଖରେ ପୁଲୱାମାରେ ଆମ ସେନାବାହିନୀର ଯେଉଁ ଯବାନମାନେ ଆମକୁ ସୁରକ୍ଷା ଦେବାକୁ ଯାଇ ଦେଶପାଇଁ ପ୍ରାଣବଳି ଦେଇ ସହୀଦ ହୋଇଥିଲେ, ସେମାନଙ୍କୁ ସମ୍ମାନ ଜଣାଇ ଆଜିର ଦିନକୁ ସହୀଦ ଦିବସ ରୂପେ ପାଳନ କରିଛନ୍ତି ଭଦ୍ରକ ବନ୍ତଛକସ୍ଥିତ ଅଖିଳ ଭାରତୀୟ ଭାଇଚାରା ସଂଘର କର୍ମକର୍ତ୍ତାମାନେ । ଏଥିଉପଲକ୍ଷେ ସନ୍ଧ୍ୟା ପ୍ରାୟ ୬.୩୦ ସମୟରେ ବନ୍ତଛକରୁ ଏକ ମହମବତୀ ଶୋଭାଯାତ୍ରା ବନ୍ତଛକରୁ ବାହାରି ସହର ପରିକ୍ରମା କରିବା ପରେ ଅପର୍ତ୍ତିବିନ୍ଧା ଛକସ୍ଥିତ ସହୀଦ ବେଦୀରେ ପୁଷ୍ପାର୍ଘ୍ୟ ଅର୍ପଣ କରିଥିଲେ । ଏହି ଶୋଭାଯାତ୍ରାରେ ଉପଦେଷ୍ଟା ସାମ୍ବାଦିକ ପ୍ରମୋଦ ରାୟ, ଇଂ ହବିବୁଲ୍ଲା ଖାଁ , ଦିବ୍ୟସିଂହ ନାୟକ, ଅନ୍ତର୍ଯ୍ୟାମୀ ଓଝା, ଅଶୋକ ଦାସ, ମିର୍ ବୁଦ୍ଦୁଙ୍କ ସମେତ ସେକ୍ ବାବୁଜାନ, ସେକ୍ ସାଗର, ଆଲୋକ ବେହେରା, ସେକ୍ ମୁସ୍ତାକ, ସେକ୍ ମଣ୍ଟୁ, ସେକ୍ ସାରୋ, ସେକ୍ ରାଜୁଦ୍ଦିନ୍, ସତ୍ୟବ୍ରତ ସାହୁ, ମନ୍ମଥ କୁମାର ପାଢୀ, ସେକ୍ ଅବଦୁଲ ଗୋଲାମ ଓ ସେକ୍ ରାଜୁ ପ୍ରମୁଖ ଅଂଶଗ୍ରହଣ କରି ସହୀଦ ମାନଙ୍କ ଉଦ୍ଦେଶ୍ୟରେ ଫଟୋଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।