Home ଜିଲ୍ଲା ପରିକ୍ରମା ଭଦ୍ରକ : ପ୍ରେମୀ ଯୁଗଳଙ୍କ ବିବାହ

ଭଦ୍ରକ : ପ୍ରେମୀ ଯୁଗଳଙ୍କ ବିବାହ

70

ଭଦ୍ରକ, ୧୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମହିଳା ଶିଶୁବିକାଶ ଏବଂ ମିଶନ ଶକ୍ତି ବିଭାଗ ଦ୍ୱାରା ପ୍ରାୟୋଜିତ ସୋସାଇଟି ଫର ଉଇକର କମ୍ୟୁନିଟି ଦ୍ୱାରା ପରିଚାଳିତ ଆସିଆନା ସୁଧାର ଗୃହରେ ଅନ୍ତେବାସୀ ବୈଶାଖୀ ମହାନ୍ତିଙ୍କ ବିବାହ ନିଜ ପ୍ରେମିକ ପ୍ରକାଶ ବେହେରାଙ୍କ ସାଙ୍ଗରେ କୁଆଁସ ବଡ଼ଦାଣ୍ଡସ୍ଥିତ ଜଗନ୍ନାଥ ମନ୍ଦିରରେ ବୈଦିକ ରୀତିରେ ସମ୍ପୂର୍ଣ୍ଣ ହୋଇଯାଇଛି । ପ୍ରକାଶ ଥାଉକି ବୈଶାଖି ଓ ପ୍ରକାଶଙ୍କ ମଧ୍ୟରେ ଦୁଇବର୍ଷ ହେବ ପ୍ରେମସମ୍ପର୍କ ଗଢିଉଠିଥିଲା । ବୈଶାଖିଙ୍କ ପରିବାର ଉଭୟଙ୍କ ସମ୍ପର୍କକୁ ବିରୋଧ କରିବାରୁ ଉଭୟ ଗତ ଅକ୍ଟୋବର ୨୦୧୯ରେ ଘରଛାଡ଼ି ବାଙ୍ଗାଲୋର ପଳାଇଯାଇଥିଲେ । ସେଠି କିଛି ଦିନ ରହିବା ପରେ ପ୍ରକାଶ ନିଜ ଗ୍ରାମ ଚାନ୍ଦବାଲି ଥାନାସ୍ଥିତ କୃଷ୍ଣପୁରକୁ ଫେରିଯାଇଥିଲା । ଏପଟେ ବୈଶାଖିର ପରିବାର ପୁରୁଣାବଜାର ଥାନାରେ ନିଜ ଝିଅର ନିଖୋଜ ବିଷୟରେ ଏକ ଏତାଲା ଦେଇଥିଲେ । ପ୍ରକାଶ ଓ ବୈଶାଖି ଉଭୟ ପ୍ରକାଶର ଘରେ ଥିବା ସମୟରେ ପୋଲିସ ବୈଶାଖିକୁ ଉଦ୍ଧାର କରିଥିଲା । ବୈଶାଖି ନିଜ ବାପାମାଆ ପାଖକୁ ଫେରିଯିବାକୁ ଚାହୁଁନଥିଲା । କାରଣ ସେ ପ୍ରକାଶକୁ ନିଜର ଜୀବନସାଥୀ କରିବାକୁ ଦୃଢ ସଂକଳ୍ପ ନେଇଥିଲା । ପରେ ଜିଲ୍ଲାଶିଶୁମଙ୍ଗଳ କମିଟିରେ ହାଜର ହୋଇ ଆସିଆନା ଓପନ ସେଲଟର ହୋମ୍‌ରେ ଆଶ୍ରୟ ଦିଆଯାଇଥିଲା । ବୈଶାଖିର ପ୍ରାପ୍ତ ବୟସ ହେବାପରେ ତାକୁ ଆସିଆନା ସୁଧାର ଗୃହକୁ ସ୍ଥାନାନ୍ତରିତ କରାଯାଇଥିଲା । ଆସିଆନାର ସମ୍ପାଦିକାଙ୍କ ନିର୍ଦ୍ଦେଶ କ୍ରମେ ସୁଧାର ଗୃହର ପରାମର୍ଶଦାତ୍ରୀ ଉଭୟ ପକ୍ଷଙ୍କୁ କାଉନ୍‌ସିଲିଂ କରିଥିଲେ । କିନ୍ତୁ ବୈଶାଖି ନିଜ ଜିଦ୍‌ରେ ଅଟଳ ରହିଥିଲା । ଏଥିରେ ବୈଶାଖିର ମାଆ ଲିଖିତ ବୟାନ ଦେଇଥିଲେ ଯେ ତାଙ୍କ ଝିଅ ବୈଶାଖି ନିଜ ପସନ୍ଦ ବା ଇଛାରେ ବିବାହ କଲେ ମୋର କୌଣସି ଆତ୍ତି ଅଭିଯୋଗ ନାହିଁ ।ଏହି ଉତ୍ସବରେ ଆସିଆନାର ସମ୍ପାଦିକା ସୋଫିଆ ସେକ୍ , ସମାଜସେବୀ ପ୍ରଫେସର ରାଧାରାଣୀ ମହାପାତ୍ର, ଅବସରପ୍ରାପ୍ତ ପ୍ରଫେସର ପ୍ରଭାତନଳୀନ ମହାପାତ୍ର, ଆସିଆନାର ପରାମର୍ଶଦାତ୍ରୀ ଅନିମା ପଣ୍ଡା, ସଂଯୋଜକ ରିଆଜ ଅହମ୍ମଦ ଓ କର୍ମକର୍ତ୍ତା ଶାନ୍ତିଲତା ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.