ଭଦ୍ରକ, ୧୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟଙ୍କ ମହାପ୍ରୟାଣ ଦିବସକୁ ସମର୍ପଣ ଦିବସ ଭାବେ ପାଳନ କରାଯାଇଛି । ପୂର୍ବତନ ଜିଲ୍ଲା ସଭାପତି ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବଦ୍ରୀନାରାୟଣ ଧଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ରାଜ୍ୟ ସମ୍ପାଦକ ଅଭିମନ୍ୟୁ ସେଠୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଡାକ୍ତର ପ୍ରଦୀପ ନାୟକ, ବରିଷ୍ଠ ବିଜେପି ନେତା ଶ୍ରୀହଷ୍ର୍ ସ୍ୱାଇଁ, ମମତା ବେହେରା ପ୍ରମୁଖ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କର ଜୀବନାଦର୍ଶ ଉପରେ ଆଲୋକପାତ କରି ତାଙ୍କୁ ଜଣେ ପ୍ରଖର ରାଷ୍ଟ୍ରବାଦୀ ଚିନ୍ତାନାୟକ ଓ ଏକାତ୍ମମାନବବାଦ୍ର ପ୍ରଣେତା ବୋଲି ଅଭିହିତ କରିଥିଲେ । ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଭାକର ସାମଲ, ଅନିଲ ବେହେରା, ପ୍ରମୋଦ ସାମଲ, ଭାଗିରଥୀ ମହାକୁଡ, ବସନ୍ତ ବେହେରା ପ୍ରମୁଖ ଯୋଗ ଦେଇ ପଣ୍ଡିତ ଦୀନଦୟାଲଙ୍କର ରାଷ୍ଟ୍ରପ୍ରତି ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ । ମଣ୍ଡଳ ସଭାପତି ନାରାୟଣ ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ ।