Home ଜିଲ୍ଲା ପରିକ୍ରମା କୃଷକଙ୍କ ପାଇଁ ଷ୍ଟାର ହେଲଥ ଆଣିଲା ନୂଆ ବୀମା ଯୋଜନା, ଡିଜିଟାଲ ସେବା ନେସନାଲ ହେଡଙ୍କ...

କୃଷକଙ୍କ ପାଇଁ ଷ୍ଟାର ହେଲଥ ଆଣିଲା ନୂଆ ବୀମା ଯୋଜନା, ଡିଜିଟାଲ ସେବା ନେସନାଲ ହେଡଙ୍କ ଦ୍ୱାରା ଉଦ୍‌ଘାଟିତ

47

ଭଦ୍ରକ, ୧୦ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସ୍ୱାସ୍ଥ୍ୟ ବୀମା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିଛି ଷ୍ଟାର ହେଲଥ୍ । କରୋନା ମାନବ ସଭ୍ୟତାକୁ ଜୀବନର ମୂଲ୍ୟ ସମ୍ପର୍କରେ ବହୁକିଛି ଶିକ୍ଷା ଦେଇଛି । ଆର୍ଥୀକ ଅନାଟନ ପାଇଁ ଉପଯୁକ୍ତ ଚିକିତ୍ସା ସେବାରୁ ବଞ୍ଚିତ ହୋଇ ଲକ୍ଷଲକ୍ଷ ଲୋକ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି । ତେଣୁ ସାଧାରଣ ଲୋକ ଏବେ ନିଜର ତଥା ପରିବାର ସଦସ୍ୟଙ୍କ ଜୀବନ ରକ୍ଷା ପାଇଁ ବିକଳ୍ପ ଖୋଜୁଛନ୍ତି । କରୋନା ପ୍ରକୋପ କମି ଆସୁଥିବାବେଳେ, ଏଥିରୁ ସୌଭାଗ୍ୟବଶତଃ ଜୀବନ ବଞ୍ଚାଇଥିବା ବ୍ୟକ୍ତିବିଶେଷ ଖର୍ଚ୍ଚ ବହୁଳ ଚିକିତ୍ସାରୁ ରକ୍ଷା ପାଇବା ପାଇଁ ବିକଳ୍ପ ଖୋଜୁଥିବାବେଳେ, ଷ୍ଟାର ହେଲଥ ସାଧାରଣ ବୀମା କମ୍ପାନୀ ବିକଳ୍ପ ଆଣିଛି । ମାତ୍ର ୨ହଜାର ୫ଶହ ଟଙ୍କା ପ୍ରିମୟମରେ ପ୍ରତ୍ୟେକ ବର୍ଗର ଲୋକ ନିଜର ଗୁରୁତର ରୋଗ ଚିକିତ୍ସାର ସୁଯୋଗ ନେଇ ପାରିବେ ବୋଲି କମ୍ପାନୀର ନେସନାଲ ହେଡ ଆଦିତ୍ୟ ବିଲିଆନୀ କହିଛନ୍ତି । ବିଷେଶକରି କୃଷକମାନଙ୍କ ପାଇଁ କମ୍ପାନୀ ପକ୍ଷରୁ ନୂତନ କରି ଆରମ୍ଭ କରାଯାଇଥିବା ମାଇକ୍ରୋ ରୁରାଲ ଏଣ୍ଡ ଫାର୍ମର୍ସ କେଆର ପଲିସିର ଡିଜିଟାଲ ସେବାକୁ ଭଦ୍ରକ ଜିଲ୍ଲାରେ ଉଦଘାଟନ କରି ଶ୍ରୀ ବିଲିଆନୀ କହିଛନ୍ତି । ଷ୍ଟାର ହେଲଥ କମ୍ପାନୀର ଶାଖା ପରିଚାଳକ ସଂଜୀବ କୁମାର ସଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏକ ଭବ୍ୟ ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ଜୋନାଲ ହେଡ ପୂର୍ଣ୍ଣେନ୍ଦୁ ରଥ, ରାଜ୍ୟ ଗ୍ରାମାଞ୍ଚଳ ମୁଖ୍ୟ ସମୀର ବେହୁରିଆ, ଯୋଗଦେଇ ବକ୍ତବ୍ୟ ରଖିଥିବାବେଳେ, ଗ୍ରାମାଞ୍ଚଳର କୃଷକମାନେ ଏହା ଦ୍ୱାରା ବିଶେଷ ଭାବେ ଉପକୃତ ହେବେ ବୋଲି ମତପ୍ରକାଶ କରିଥିଲେ । ତେବେ ଏହି ସଂସ୍ଥା ଦେଶର ବୀମା କମ୍ପାନୀ ନିୟାମକ ପ୍ରାଧିକରଣ(ଆଇଆରଡିଏ) ଦ୍ୱାରା ଅନୁମୋଦିତ ବୋଲି କମ୍ପାନୀ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ଉକ୍ତ ସଭାରେ କାର୍ତ୍ତିକ ଚନ୍ଦ୍ର ରାଉଳ ମଣିଷର ଜୀବନ ଯନ୍ତ୍ରଣା ଓ ସ୍ୱାସ୍ଥ୍ୟ ବୀମାର ଗୁରୁତ୍ୱ ଉପରେ ଏକ ମର୍ମସ୍ପର୍ଶୀ କବିତା ଆବୃତ୍ତି କରିଥିବାବେଳେ କାର୍ଯ୍ୟାଳୟର ସମସ୍ତ ସେଲସ ମ୍ୟାନେଜର, ଆଡଭାଇଜର ଓ ବହୁ ସଂଖ୍ୟକ ବୀମାଧାରୀ ଉପସ୍ତିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.