Home Top News କିସାନ ଟ୍ରାକ୍ଟର ରାଲିକୁ ନେଇ ଦିଲ୍ଲୀ ପୋଲିସର ବଡ ଖୁଲାସା – ପାକିସ୍ତାନରେ କ୍ରିଏଟ ହୋଇଛି...

କିସାନ ଟ୍ରାକ୍ଟର ରାଲିକୁ ନେଇ ଦିଲ୍ଲୀ ପୋଲିସର ବଡ ଖୁଲାସା – ପାକିସ୍ତାନରେ କ୍ରିଏଟ ହୋଇଛି ୩୦୦ରୁ ଉର୍ଦ୍ଧ୍ୱ ଟ୍ୱିଟର ଆକାଉଣ୍ଟ

63

ନୂଆଦିଲ୍ଲୀ ୨୪-୧ (ଓଡିଆ ପୁଅ) ରବିବାର ଦିନ ଦିଲ୍ଲୀ ପୋଲିସ ଦାବି କରିଛି ଯେ ଗଣତନ୍ତ୍ର ଦିବସ ଅବସରରେ ଚାଷୀଙ୍କ ପ୍ରସ୍ତାବିତ ଟ୍ରାକ୍ଟର ପରେଡକୁ ବ୍ୟାହତ କରିବା ପାଇଁ ପାକିସ୍ତାନରେ ୩୦୦ ରୁ ଅଧିକ ଟ୍ୱିଟର ଆକାଉଣ୍ଟ ସୃଷ୍ଟି କରାଯାଇଛି।

ଟ୍ରାକ୍ଟର ପରେଡ ସହ ଜଡିତ ବିସ୍ତୃତ ଯୋଜନା ସମ୍ପର୍କରେ ସ୍ପେଶାଲ କମିଶନର ପୋଲିସ (ଇଣ୍ଟେଲିଜେନ୍ସ) ଦୀପେନ୍ଦ୍ର ପାଠକ କହିଛନ୍ତି ଯେ ମଙ୍ଗଳବାର ଦିନ ଗଣତନ୍ତ୍ର ଦିବସ କାର୍ଯ୍ୟକ୍ରମ ଶେଷ ହେବା ପରେ କଡା ସୁରକ୍ଷା ମଧ୍ୟରେ ଟ୍ରାକ୍ଟର ପରେଡ ହେବ।

ପାକିସ୍ତାନରୁ ମିଳିଥିବା ୩୦୮ ଟୁଇଟର ହ୍ୟାଣ୍ଡେଲ
ଗଣମାଧ୍ୟମ ରିପୋର୍ଟ ଅନୁଯୟୀ, ପାଠକ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଜାନୁଆରୀ ୧୩ ରୁ ୧୮ ମଧ୍ୟରେ ପାକିସ୍ତାନରେ ୩୦୦ ରୁ ଅଧିକ ଟ୍ୱିଟର ଆକାଉଣ୍ଟ କ୍ରିଏଟ୍‌ କରାଯାଇଛି। ଏହି ପରି ବିଭିନ୍ନ ଏଜେନ୍ସିରୁ ସମାନ ପ୍ରକାରର ସୂଚନା ମିଳିଛି। ଏହା ଆମ ପାଇଁ ଏକ ଚ୍ୟାଲେଞ୍ଜିଂ କାର୍ଯ୍ୟ ହେବ। ତେବେ ଗଣତନ୍ତ୍ର ଦିବସ ପରେଡ ଶେଷ ହେବା ପରେ କଡା ସୁରକ୍ଷା ମଧ୍ୟରେ ଟ୍ରାକ୍ଟର ପରେଡକୁ କରାଯିବ।

ସୂଚନାଯୋଗ୍ୟ ଯେ, ଦିଲ୍ଲୀ ସୀମାରେ ହଜାର ହଜାର କୃଷକ ନୂତନ କୃଷି ନିୟମକୁ ବିରୋଧ କରୁଛନ୍ତି। ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ପଞ୍ଜାବ, ହରିୟାଣା ଏବଂ ପଶ୍ଚିମ ଉତ୍ତରପ୍ରଦେଶର। କୃଷକ ସଂଗଠନମାନେ ଅଭିଯୋଗ କରିଛନ୍ତି ଯେ ନୂତନ କୃଷି ନିୟମ ମଣ୍ଡି ଏବଂ ଏମଏସପି କ୍ରୟ ପ୍ରଣାଳୀକୁ ସମାପ୍ତ କରିବ ଏବଂ କୃଷକମାନେ ବଡ କର୍ପୋରେଟ ହାଉସର ଦୟା ଉପରେ ନିର୍ଭରଶୀଳ ହେବେ।

ଏହାପୂର୍ବରୁ ପୋଲିସ କୃଷକ ସଂଗଠନର ନେତାମାନଙ୍କୁ ଜାତୀୟ ରାଜଧାନୀ ବାହାରେ ଟ୍ରାକ୍ଟର ପରେଡ ବାହାର କରିବାକୁ ଅନୁରୋଧ କରିଥିଲା ​​କିନ୍ତୁ ସେମାନେ ଦିଲ୍ଲୀର ଆଉଟର ରିଙ୍ଗ ରୋଡ୍‌ରେ ପ୍ୟାରେଡ କରିବାକୁ ଜିଦ୍ ଧରିଥିଲେ। ପୋଲିସ ଏବଂ କୃଷକଙ୍କ ମଧ୍ୟରେ ଚତୁର୍ଥ ରାଉଣ୍ଡ ଆଲୋଚନାରେ ଉଭୟ ପକ୍ଷ ମଧ୍ୟରେ ପ୍ୟାରେଡ ସହମତି ପ୍ରକାଶ ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.