Home କେନ୍ଦୁଝର ଭାରତୀୟ ଜୀବନ ମୀମା ନିଗମର ସଚେତନତା କାର୍ଯ୍ୟକ୍ରମ

ଭାରତୀୟ ଜୀବନ ମୀମା ନିଗମର ସଚେତନତା କାର୍ଯ୍ୟକ୍ରମ

21

ହାଟଡିହି, ୨୪ /୧-(ଓଡିଆପୁଅ / ବିକାଶ ବିଶ୍ୱାଳ) ଭାରତୀୟ ଜୀବନବୀମା ନିଗମର ଏପିପି ଡେ ଅବସରରେ ଏକ ସଚେତନତା କାର୍ଯ୍ୟକ୍ରମ ଛେନାପଦି ଛକଠାରେ ଅନୁଷ୍ଠିତ ହୋଇଯାଇଛି । ଆଞ୍ଚଳିକ ଅଭିକର୍ତ୍ତା ସଂଘ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ହାଟଡିହି ଅଞ୍ଚଳର ୩୦ରୁ ଉର୍ଦ୍ଧ ଏଜେଣ୍ଟ ଯୋଗଦେଇ ବଜାରର ସମସ୍ତ ବ୍ୟବସାୟୀ ଓ ଜନସାଧାରଣଙ୍କୁ ଏଲଆଇସି ର ଆବଶ୍ୟକତା ଓ ଉପକାରିତା ସମ୍ପର୍କରେ ସଚେତନ କରାଇଥିଲେ । ଏଥିରେ ସଂଘର ସ୍ଥାୟୀ ସଭାପତି ନରସିଂହ ପଣ୍ଡା, ପ୍ରଶାନ୍ତ କୁମାର ସ୍ୱାଇଁ, ଶଶିକାନ୍ତ ଜେନା, ଅଭିମନ୍ୟୁ ବିଶ୍ୱାଳ, କୈଳାଶ ଚନ୍ଦ୍ର ରାଉତ, ପରେଶ କୁମାର ଜେନା, ସନ୍ତୋଷ କୁମାର ସା, କଳ୍ପତରୁ ସୁତାର, ସନ୍ତୋଷ କୁମାର ଚକ୍ର, ସାମନ୍ତ ଅଭିଷେକ ଜେନା, ଅନ୍ନଦା ପ୍ରସନ୍ନ ଜେନା ଏବଂ ଅନ୍ୟ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.