Home Top News କୃଷକ ଆନ୍ଦୋଳନ – କୃଷକ-ସରକାର ଦଶମ ରାଉଣ୍ଡ ବୈଠକ : ଦେଢ଼ ବର୍ଷ ପାଇଁ ଆଇନ...

କୃଷକ ଆନ୍ଦୋଳନ – କୃଷକ-ସରକାର ଦଶମ ରାଉଣ୍ଡ ବୈଠକ : ଦେଢ଼ ବର୍ଷ ପାଇଁ ଆଇନ ସ୍ଥଗିତ ରଖିବାକୁ ସରକାର ପ୍ରସ୍ତୁତ କିନ୍ତୁ କୃଷକ ନେତାଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ, ୨୨ ରେ ପୁନଃ ବୈଠକ

59

ନୂଆଦିଲ୍ଲୀ, ୨୦-୧ (ଓଡିଆ ପୁଅ) ନୂତନ କୃଷି ଆଇନ ସମ୍ପର୍କରେ କେନ୍ଦ୍ର ସରକାର ଏବଂ ଆନ୍ଦୋଳନକାରୀ କୃଷକଙ୍କ ମଧ୍ୟରେ ଦଶମ ରାଉଣ୍ଡ ଆଲୋଚନା ଆଜି ଚାଲିଛି।

କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏବଂ କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ ବିଜ୍ଞାନ ଭବନରେ କୃଷକଙ୍କ ସହ ଆଲୋଚନା କରୁଛନ୍ତି। ଏହି ଆଲୋଚନା ପୂର୍ବରୁ ମଙ୍ଗଳବାର ଅନୁଷ୍ଠିତ ହେବାର ଥିଲା, କିନ୍ତୁ ଏହାକୁ ସ୍ଥଗିତ ରଖାଯାଇଥିଲା। ସୂଚନାଯୋଗ୍ୟଯେ, ୨୬ ନଭେମ୍ବରରୁ କୃଷକମାନେ ଦିଲ୍ଲୀ ସୀମାରେ ତିନୋଟି ନୂତନ କୃଷି ନିୟମକୁ ବିରୋଧ କରି ଆନ୍ଦୋଳନ କରିଆସୁଛନ୍ତି। ସମସ୍ତ ତିନୋଟି ଆଇନ ପ୍ରତ୍ୟାହାର ଦାବିରେ ସେମାନେ ଜିଦ୍ ଧରିଛନ୍ତି। ଅନ୍ୟପକ୍ଷରେ କେନ୍ଦ୍ର ସରକାର ଏହି ନୂତନ ନିୟମକୁ ଚାଷୀଙ୍କ ପାଇଁ ଲାଭଦାୟକ ବୋଲି ବର୍ଣ୍ଣନା କରୁଛନ୍ତି ଏବଂ ବୁଝାମଣା ମାଧ୍ୟମରେ ଏହି ସମସ୍ୟାର ସମାଧାନ କରିବାକୁ ଚାହୁଁଛନ୍ତି। ଉଭୟ ପକ୍ଷ ମଧ୍ୟରେ ଏପର୍ଯ୍ୟନ୍ତ ନଅ ରାଉଣ୍ଡ ଆଲୋଚନା ହୋଇସାରିଛି, କିନ୍ତୁ ଏପର୍ଯ୍ୟନ୍ତ କିଛି ଫଳ ମିଲିପାରି ନାହିଁ।

ବୈଠକ ପରେ ବାହାରକୁ ଆସି କୃଷକ ନେତା କହିଛନ୍ତି ଯେ, ଦେଢ଼ ବର୍ଷ ପାଇଁ ଆଇନକୁ ସ୍ଥଗିତ ରଖିବାକୁ ସରକାର ପ୍ରସ୍ତୁତ ବୋଲି କହିଛନ୍ତି।

ଏହାର ଉତ୍ତରରେ କୃଷକମାନେ କହିଛନ୍ତି ଯେ, ଆଇନକୁ ସ୍ଥଗିତ ରଖିବାର କୌଣସି ଅର୍ଥ ନାହିଁ ଏବଂ ଆମେ ଆଇନକୁ ରଦ୍ଦ କରିବାକୁ ଚାହୁଁଛୁ ବୋଲି ସ୍ପଷ୍ଟ କରିଛନ୍ତି।

ସୂଚନାନୁସାରେ, ସରକାର ଏବଂ କୃଷକଙ୍କୁ ନେଇ ଏକ କମିଟି ଗଠନ ପାଇଁ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ପ୍ରସ୍ତାବ ଦେଇଛନ୍ତି। ଏହି କମିଟି ଆଇନ୍ ର ଗୋଟିଏ ଗୋଟିଏ ବିନ୍ଦୁ ଉପରେ ଆଲୋଚନା କରିବ ବୋଲି ସେ କହିଥିଲେ।

ଅପର ପକ୍ଷରେ ସୁପ୍ରିମ କୋର୍ଟ କୃଷି ଆଇନକୁ ଆସନ୍ତା ଆଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ଏ ନେଇ କୋର୍ଟ ଏକ କମିଟି ଗଠନ କରିଛନ୍ତି। ଏହି କମିଟି କୃଷକମାନଙ୍କ ସହ ଆଲୋଚନା କରି ଦୁଇମାସ ମଧ୍ୟରେ ରିପୋର୍ଟ ଦେବ।

ଦଶମ ପର୍ଯ୍ୟାୟ ବୁଝାମଣା ଅସ୍ପଷ୍ଟ ଥିଲା, କେନ୍ଦ୍ର ସରକାର କୃଷି ଆଇନ ଉପରେ ଅସ୍ଥାୟୀ ରୋକ ପ୍ରସ୍ତାବ ଦେଇଥିଲେ, ଯେଉଁଥିରେ କୃଷକ ନେତାମାନେ ଏଥିରେ ସହମତ ନଥିଲେ। ଏହି ଆନ୍ଦୋଳନକୁ ବନ୍ଦ କରିବାକୁ ସରକାର ନିବେଦନ କରିଥିଲେ।

ଭାରତୀୟ କିସାନ ୟୁନିଅନର ମୁଖପାତ୍ର ରାକେଶ ଟିକାଇଟ କହିଛନ୍ତି ଯେ, ସରକାରଙ୍କୁ ସର୍ବନିମ୍ନ ସମର୍ଥନ ମୂଲ୍ୟ (ଏମଏସପି) ଉପରେ ଏକ ଆଇନ ପ୍ରଣୟନ କରିବାକୁ ପଡିବ ଏବଂ ତିନୋଟି କୃଷି ଆଇନକୁ ରଦ୍ଦ କରିବାକୁ ପଡିବ। ଆମର ବିରୋଧ କର୍ପୋରେଟ୍ ବ୍ୟବସ୍ଥା ବିରୋଧରେ।

ଶୀତଦିନେ ବିରୋଧ କରୁଥିବା ଚାଷୀଙ୍କୁ ନେଇ ସରକାର ଚିନ୍ତିତ ଥିବା କୃଷିମନ୍ତ୍ରୀ କହିଛନ୍ତି। ବାର୍ତ୍ତାଳାପ ମାଧ୍ୟମରେ ସମାଧାନ ପାଇଁ କେନ୍ଦ୍ର ସରକାର ଚାହୁଁଛନ୍ତି ବୋଲି ସେ କହିଛନ୍ତି।

ଅପର ପକ୍ଷରେ ସୁପ୍ରିମକୋର୍ଟ କେନ୍ଦ୍ରର ତିନୋଟି କୃଷି ଆଇନର କାର୍ଯ୍ୟକାରିତାକୁ ସ୍ଥଗିତ ରଖିଥିବା ବେଳେ ଗଠିତ କମିଟିକୁ ଦୁଇ ମାସ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି। କିନ୍ତୁ କୃଷକ ସଂଗଠନର ନେତାମାନେ ଏହି କମିଟିକୁ ପ୍ରତ୍ୟାଖ୍ୟାନ କରି କହିଛନ୍ତି ଯେ ସେମାନଙ୍କ ସଦସ୍ୟମାନେ କୃଷି ଆଇନ ସପକ୍ଷରେ ଅଛନ୍ତି। ଭାରତୀୟ କୃଷକ ୟୁନିଅନର ରାଷ୍ଟ୍ରୀୟ ସଭାପତି ଭୁପିନ୍ଦର ସିଂ ମାନ୍ ଗୁରୁବାର ଦିନ ନୂତନ କୃଷି ଆଇନ ସମ୍ବନ୍ଧରେ ସର୍ବୋଚ୍ଚ ନ୍ୟାୟାଳୟ ଦ୍ୱାରା ନିଯୁକ୍ତ ଚାରିଜଣିଆ କମିଟିରୁ ନିଜକୁ ଦୂରେଇ ରଖିଛନ୍ତି।

ଆସନ୍ତାକାଲି ଅର୍ଥାତ୍ ଜାନୁଆରୀ ୨୧ ରେ କୃଷକମାନଙ୍କ ସହ ଏହି କମିଟି ପ୍ରଥମ ବୈଠକ କରିବ। ପ୍ୟାନେଲ ସଦସ୍ୟ ଅନିଲ ଧନାୱଟ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.