Home କେନ୍ଦ୍ରାପଡ଼ା ମେଡିକାଲ କଲେଜ ପ୍ରତିଷ୍ଠା ଦାବିକୁ ସମର୍ଥନା କଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଙ୍ଘ

ମେଡିକାଲ କଲେଜ ପ୍ରତିଷ୍ଠା ଦାବିକୁ ସମର୍ଥନା କଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଙ୍ଘ

25

କେନ୍ଦ୍ରାପଡା, ୧୫/୧(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – କେନ୍ଦ୍ରାପଡାର ନୂତନ ଜିଲ୍ଲାପାଳ ଅମ୍ରୁତ ଋତୁରାଜଙ୍କୁ ତାଙ୍କ ତାଙ୍କ ଆବାସୀକ କାର୍ଯ୍ୟାଳୟରେ ଭେଟି ଶୁଭେଛା ଜଣାଇଲେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଙ୍ଘ। ସଙ୍ଘର ଉପଦେଷ୍ଟା ଈଶ୍ୱର ଚନ୍ଦ୍ର ସାହୁ, ବ୍ରଜକିଶୋର ଜେନା, ସାଧାରଣ ସମ୍ପାଦକ ହେମନ୍ତ କୁମାର ଜେନା, ରବୀନ୍ଦ୍ରନାଥ ରଥ, ସୁବାଷ ଚନ୍ଦ୍ର ପାତ୍ର, ତୈଲୋକ୍ୟ ଚରଣ ସ୍ୱାଇଁ ପ୍ରମୁଖ ଜିଲ୍ଲାପାଳଙ୍କୁ ଭେଟି ଶୁଭେଛା ଜଣାଇଛନ୍ତି। ଏହି ଅବସରରେ କେନ୍ଦ୍ରାପଡାରେ ଏକ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ହେଉଥିବା ଦାବିକୁ ସଙ୍ଘ ସମର୍ଥନ କରିବା ସହ ସାନ୍ତସାହିରେ ଥିବା ମହାଭୋଇ ପୋଖରୀର ଉନ୍ନତିକରଣକୁ ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲାପାଳଙ୍କୁ ନିବେଦନ କରିଥିଲା ସଙ୍ଘ। ଜିଲ୍ଲାପାଳ ଶ୍ରୀ ଋତୁରାଜ ସହୃଦୟତାର ସହିତ ସଙ୍ଘର ସଦସ୍ୟମାନଙ୍କ କଥା ଶୁଣି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ପ୍ରତିଶୃତି ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.