Home ଜିଲ୍ଲା ପରିକ୍ରମା ଭଦ୍ରକର ରାସ୍ତାପାଶ୍ୱର୍ ଦୋକାନୀମାନଙ୍କୁ ଥଇଥାନ ପୂର୍ବରୁ ଉଚ୍ଛେଦ ବନ୍ଦ କରିବା ଦାବି, ସିଟୁ ପକ୍ଷରୁ ପୌରପାଳିକା...

ଭଦ୍ରକର ରାସ୍ତାପାଶ୍ୱର୍ ଦୋକାନୀମାନଙ୍କୁ ଥଇଥାନ ପୂର୍ବରୁ ଉଚ୍ଛେଦ ବନ୍ଦ କରିବା ଦାବି, ସିଟୁ ପକ୍ଷରୁ ପୌରପାଳିକା ଓ ଜିଲାପାଳଙ୍କ ଅଫିସ୍ ଘେରାଉ

29

ଭଦ୍ରକ, ୧୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହର ଉପକଣ୍ଠ ବନ୍ତଛକ ବସ୍‌ଷ୍ଟାଣ୍ଡ ନିକଟ ରାଜପଥର ଉଭୟପାଶ୍ୱର୍ରେ ବ୍ୟବସାୟ କରୁଥିବା ରାସ୍ତାପାଶ୍ୱର୍ ଦୋକାନୀମାନଙ୍କୁ ଜିଲା ପ୍ରଶାସନ ନିର୍ଦ୍ଦେଶ କ୍ରମେ ପୌରପାଳିକା କରୁଥିବା ଉଚ୍ଛେଦ ବନ୍ଦ କରିବା ଦାବିରେ ଆଜି ସିଆଇଟିୟୁ (ସିଟୁ) ପକ୍ଷରୁ ପୌରପାଳିକା ଓ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି । ଏଥି ଉପଲକ୍ଷେ ଆଜି ଭଦ୍ରକ ଜିଲା ସିଟୁ ଓ ଉଠାଦୋକାନୀ ସଂଘର ସଭାପତି ଦିବ୍ୟସିଂହ ନାୟକ ଓ ଉଠାଦୋକାନୀ ସଂଘର ସଂପାଦକ ରତିକାନ୍ତ ବଳଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା ଦିଲ୍ଲୀପ ସାହୁ, ଆସୋ ଖାଁ, ସେକ୍ ବାସୁ, ମିର୍ ବୁଦୁ, ସାଦବ କାଦ୍ରୀ, ସଂଜୟ ମହାପାତ୍ର, ମିନତୀ ସାମଲ, ନିଆଜ ଖାଁ, କାର୍ତ୍ତିକ ସାହୁ, ନୃସିଂହ ରେଡ୍ଡି, ଗୋପାଳ ଲାହା, କାର୍ତ୍ତିକ ବାରିକ, ଶଙ୍କର ସାହୁ, ପ୍ରଦୀପ ବେହେରା, ଲେବକ ମୁଣ୍ଡା, ମାମିନୀ ମୁଣ୍ଡା, ସେକ୍ ରାହାତ, ମିନାଜ ଖାଁ, ସେକ୍ କମର, ସେକ୍ ଅନୁ ପ୍ରମୁଖଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବାହାରି ସହର ପରିକ୍ରମା ପୂର୍ବକ ପୌର କାର୍ଯ୍ୟାଳୟ ଓ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା । ସେଠାରେ ଶ୍ରୀ ନାୟକଙ୍କ ଅଧ୍ୟକ୍ଷତାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ସେଠାରେ ଶ୍ରୀ ନାୟକ ନିଜ ବକ୍ତବ୍ୟରେ ଏହି ଉଠାଦୋକାନୀମାନଙ୍କୁ ରାଜ୍ୟ ସରକାର କରୋନା ସମୟରେ ୩ ହଜାର ଟଙ୍କା ସହାୟତା ଦେଇ ଜାତୀୟକରଣ ବ୍ୟାଙ୍କ ଜରିଆରେ ୧୦ ହଜାର ଟଙ୍କା ଋଣ ଦେଇଥିଲେ । ଭେଣ୍ଡିଂ ଲାଇସେନ୍ସ ମଧ୍ୟ ପୌରପାଳିକା ସେମାନଙ୍କୁ ପ୍ରଦାନ କରିଥିଲା ।

ତେବେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କ୍ରମେ କରୋନା ପାଇଁ ୨ ମାସ ସାବଧାନ ରହିବା ଏବଂ ସହରକୁ ସୁନ୍ଦର କରିବା ପାଇଁ ଫୁଲ ବଗିଚା, ପାର୍କ ନିର୍ମାଣ ସହ କାନ୍ଥବାଡରେ ରଂଗବେରଙ୍ଗର ଚିତ୍ର ଆଙ୍କିବା ଆଳରେ ଉଠାଦୋକାନୀମାନଙ୍କୁ ଉଚ୍ଛେଦ କରିବା ଘୋର ପରିତାପର ବିଷୟ ବୋଲି କହିଥିଲେ । ଏହି ସଭାରେ ଶ୍ରମିକ ନେତା ରାଧା ଦାସ, ଉଠାଦୋକାନୀ ସଂଘର ସଂପାଦକ ରତିକାନ୍ତ ବଳ, ବିନୋଦ ସାହୁ, ଗିରିଧାରୀ ନାଥ, ପ୍ରମୁଖ ନିଜ ବକ୍ତବ୍ୟରେ ସରକାର ଓ ପ୍ରଶାସନର ଏଭଳି ଉଚ୍ଛେଦ କରିବା ପୂର୍ବରୁ ଥଇଥାନ ପାଇଁ ଦାବି କରିଥିଲେ । ଏବଂ ପ୍ରତିନିଧି ଦଳ ଜିଲାପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ ସହ ସ୍ଥାନୀୟ ବିଧାୟକ ଓ ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ମଧ୍ୟ ଦେଇଥିଲେ । ତେବେ ଜିଲାପାଳ ଉକ୍ତ ଘଟଣାରେ ପ୍ରତିନିଧି ଦଳଙ୍କ ସହ ଆଲୋଚନା କରି ଉପଜିଲାପାଳ ପୀତାମ୍ବର ସାମଲଙ୍କୁ ଏହାର ଦାୟିତ୍ୱ ଦେଇ ତହସିଲଦାର, ରାଜସ୍ୱ ନିରୀକ୍ଷକ, ପୂର୍ତ୍ତ ଓ ଗୃହ ନିର୍ମାଣ ବିଭାଗ ଓ ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଡକାଇ ଉଠାଦୋକାନୀ ସଂଘ କମିଟିଙ୍କ ସହ ଆଲୋଚନା କରି ଭେଣ୍ଡିଂ ଜୋନ୍ ମାଧ୍ୟମରେ ସେମାନଙ୍କୁ ଥଇଥାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏବଂ ଥଇଥାନ ପର୍ଯ୍ୟନ୍ତ ଉଚ୍ଛେଦ ବନ୍ଦ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.