Home ଜିଲ୍ଲା ପରିକ୍ରମା ସ୍କୁଲ ଖୋଲିବା ନେଇ ପ୍ରଧାନ ଶିକ୍ଷକମାନଙ୍କୁ ପ୍ରଶିକ୍ଷଣ , ବିଶୋଧନ, ପିଲାଙ୍କ ସ୍ୱାସ୍ଥ୍ୟକୁ ପ୍ରାଥମିକତା

ସ୍କୁଲ ଖୋଲିବା ନେଇ ପ୍ରଧାନ ଶିକ୍ଷକମାନଙ୍କୁ ପ୍ରଶିକ୍ଷଣ , ବିଶୋଧନ, ପିଲାଙ୍କ ସ୍ୱାସ୍ଥ୍ୟକୁ ପ୍ରାଥମିକତା

40

ଭଦ୍ରକ, ୬ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କରୋନା ସଂକ୍ରମଣ ଯୋଗୁଁ ଗତ ମାର୍ଚ୍ଚ ମାସଠାରୁ ସ୍କୁଲ କଲେଜ ବନ୍ଦ ରହିଛି । ଆସନ୍ତା ୮ ତାରିଖରେ ସ୍କୁଲଗୁଡିକ ଖୋଲିବାକୁ ଯାଉଛି । ୧୦୦ ଦିନ ଶିକ୍ଷାଦାନ ଜରିଆରେ ଆଗାମୀ ହାଇସ୍କୁଲ ପରୀକ୍ଷା ପାଇଁ ପ୍ରସ୍ତୁତି କରାଯିବ । ଏପରିକି ଶନିବାର ଓ ରବିବାର ଦିନ ପାଠ ପଢାହେବ । ସରକାରଙ୍କ ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ପାଇଁ ଭଦ୍ରକ ଜିଲାର ୭ ଟି ବ୍ଲକ୍‌ର ପ୍ରଧାନ ଶିକ୍ଷକମାନଙ୍କୁ ନେଇ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଭଦ୍ରକ ଜିଲା ସ୍କୁଲ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ, ତିହିଡି ସିଆରଏସ୍ ହାଇସ୍କୁଲ ଓ ବାସୁଦେବପୁର ଅଟଳ ବିହାରୀ ହାଇସ୍କୁଲରେ ଆୟୋଜିତ ହୋଇଥିଲା । ଭଦ୍ରକ ଜିଲାସ୍କୁଲରେ ଭଦ୍ରକ ଓ ବନ୍ତ ବ୍ଲକ୍‌, ଭଦ୍ରକ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟରେ ଭଣ୍ଡାରିପୋଖରୀ ଓ ଧାମନଗର, ତିହିଡି ସିଆରଏସ୍ ସ୍କୁଲରେ ଚାନ୍ଦବାଲି ଓ ତିହିଡି, ଅଟଳ ବିହାରୀ ହାଇସ୍କୁଲରେ ବାସୁଦେବପୁର ବ୍ଲକ୍‌ର ପ୍ରଧାନ ଶିକ୍ଷକମାନଙ୍କୁ ଜିଲା ଶିକ୍ଷାଧିକାରୀ କପିଳେନ୍ଦ୍ର ମିଶ୍ର ପ୍ରଶିକ୍ଷଣ ଦେଇଥିଲେ । ସଂପୃକ୍ତ ବ୍ଲକ୍‌ର ଶିକ୍ଷାଧିକାରୀମାନେ ସହାୟତା କରିଥିଲେ । ଜିଲାର ନୋଡାଲ ଅଫିସର ଭାବେ ନିଯୁକ୍ତ ଡ. ପ୍ରୀତିପ୍ରତିଭା ବଳ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ତଦାରଖ କରିଥିଲେ । ବିଶେଷକରି ସ୍କୁଲ ଖୋଲିବା ପୂର୍ବରୁ ବିଦ୍ୟାଳୟ ପରିବେଶ ଓ ଶ୍ରେଣୀଗୃହ ଗୁଡିକୁ ବିଶୋଧନ କରାଯିବା ସହ ପିଲାଙ୍କ ସ୍ୱାସ୍ଥ୍ୟକୁ ଗୋଟିଏ ଶ୍ରେଣୀରେ ୨୦ ରୁ ୨୫ ଜଣ ପିଲା ପାଠ ପଢିପାରିବେ । ଅଧିକ ପିଲା ହେଲେ ସେକସନ ବଢାଯିବ ।

ପାଠପଢା ନିମନ୍ତେ ସରକାରଙ୍କ ବିସ୍ତୃତ ମାର୍ଗଦର୍ଶିକା ଅନୁସାରେ ସରକାରୀ ସାହାଯ୍ୟ ପ୍ରାପ୍ତ ଓ ଘରୋଇ ଶିକ୍ଷା ଅନୁଷ୍ଠାନ ଖୋଲିବ । ଏହା ସହିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଗୁଡିକର ଅନୁପାଳନ ବାଧ୍ୟତା ହେବ ବୋଲି ପ୍ରଧାନ ଶିକ୍ଷକମାନଙ୍କୁ ପରାମର୍ଶ ଦିଆଯାଇଥିଲା । ଛାତ୍ରଛାତ୍ରୀଙ୍କର ଅଭିଭାବକ ଓ ପରିଚାଳନା କମିଟିର ସଦସ୍ୟମାନଙ୍କ ବୈଠକ ଡକାଇ ମତାମତ ନେବାକୁ ପ୍ରଧାନ ଶିକ୍ଷକମାନଙ୍କୁ କୁହାଯାଇଥିଲା । ବିଦ୍ୟାଳୟ ଗୁଡିକର ଶ୍ରେଣୀ ଗୃହରେ ୬ ଫୁଟ୍ ବ୍ୟବଧାନରେ ବସିବା, ମାସ୍କ ବ୍ୟବହାର କରିବା, ସ୍କୁଲ ଭିତରକୁ ପ୍ରବେଶଡ ଓ ବାହାରକୁ ଯିବାବେଳେ ହାତ ସାନିଟାଇଜ୍ କରିବା ପାଇଁ ପରାମର୍ଶ ଦିଆଯାଇଥିଲା । ଏପରିକି ପିଲାମାନେ ନିଜେ ନିଜର ଆଣିଥିବା ଖାଦ୍ୟ ଓ ବହି ପରସ୍ପର ମଧ୍ୟରେ ଦେବା ନେବା କରିବା ଏକାଠି ହୋଇ ନଖାଇବା ଓ ଖେଳିବା ପ୍ରତି ଦୃଷ୍ଟି ଦିଆଯିବ । ତେବେ ଶିବିରରେ ସଂଗରୋଧ କେନ୍ଦ୍ର ସ୍କୁଲଗୁଡିକରେ ଏବେସୁଦ୍ଧା ଲାଗି ରହିଥିବା ଭିତ୍ତିଭୂମିର ଅବ୍ୟବସ୍ଥା ଗୁଡିକ ସଂପର୍କରେ ସାହାସପୁର ହାଇସ୍କୁଲ ପ୍ରଧାନ ଶିକ୍ଷକ ପ୍ରଣବ କୁମାର ସାହୁ ଦୃଷ୍ଟି ଆକର୍ଷଣ କରିଥିଲେ । ତେବେ ଭିତ୍ତିଭୂମି ସଜାଡିବା ପାଇଁ ଉନ୍ନୟନ ପାଇଁ ମିଳୁଥିବା ସରକାରୀ ଅର୍ଥ ଓ ବିଦ୍ୟାଳୟର ଅନୁମୋଦନ ପାଇଁ ଜମାଥିବା ପାଣ୍ଠି ୧୦ ହଜାର ଟଙ୍କା ମୂଳ ରାଶିକୁ ରଖି ତାର ସୁଧ ଟଙ୍କାକୁ ଏନେଇ ଜିଲା ଶିକ୍ଷାଧିକାରୀଙ୍କ ଅନୁମତି ନେଇ ବ୍ୟୟ କରିପାରିବେ ବୋଲି ଜିଲା ଶିକ୍ଷାଧିକାରୀ ମତ ପ୍ରକାଶ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.