ଭଦ୍ରକ, ୩୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମହିଳା ମହାସଂଘ କର୍ମକର୍ତ୍ତା ଚୟନକୁ ନେଇ ଭଣ୍ଡାରିପୋଖରୀ ଥାନା ନିଳାଦ୍ରୀ ଗ୍ରାମରେ ଗୋଷ୍ଠୀ ସଂଘର୍ଷ ଘଟିବା ଫଳରେ ରଜଣିତ ପଞ୍ଚାୟତ ଅଞ୍ଚଳରେ ରାଜନୈତିକ ବାତାବରଣ ଉଷ୍ଣ ହୋଇଛି । ଆରୋପ ପ୍ରତ୍ୟୋରୋପ ସହ ଗୋଷ୍ଠୀ ସଂଘର୍ଷରେ ଚାରିରୁ ଅଧିକ ଆହତ ହୋଇଥିବବା ବେଳେ ଏଥିନେଇ ତିନୋଟି ପୃଥକ ମାମଲା ଋଜୁ ହୋଇଛି । ମହିଳା ମହାସଂଘ ନିର୍ବାଚନରେ କଂଗ୍ରେସ ସମର୍ଥକ ବିଜୟୀ ହେବା ପରେ ବିଡେି ସମର୍ଥକମାନେ ପ୍ରତିକ୍ରିୟା ପ୍ରକାଶ କରିଥିଲେ । ଫଳରେ ପରସ୍ପର ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ଅନନ୍ତ ନାୟକ, ଧିରେନ୍ଦ୍ର ମଲ୍ଲିକ, ବିଷ୍ଣୁ ଜେନା ପ୍ରମୁଖ ଆହତ ହୋଇଛନ୍ତି । ନିରୂପମା ମିଶ୍ରଙ୍କ ଅଭିଯୋଗ କ୍ରମେ କିର୍ତ୍ତନ ମଳିକ, ବିଷ୍ଣୁ ଜେନା, ଅଶୋକ ଜେନାଙ୍କ ନାମରେ ୨୬୮/୨୦ ନଂ ମାମଲା ଋଜୁ ହୋଇଛି । ରଜନୀ ଜେନାଙ୍କ ଅଭିଯୋଗ କ୍ରମେ ୨୬୯/୨୦ନଂ ମାମଲା ଦିବ୍ୟରଞ୍ଜନ ନାୟକ ଓ ଅନ୍ୟମାନଙ୍କ ନାମରେ ଋଜୁ ହୋଇଛି । ରମାମଣି ବାରିକଙ୍କ ଏତାଲା କ୍ରମେ ରଶ୍କୀରଞ୍ଜନ ରାଉତ ଓ ଅନ୍ୟ ୧୭ ଜଣଙ୍କ ନାମରେ ପୁଲିସ ୨୭୦/୨୦ନଂ ମାମଲା ଋଜୁ କରିଛି । ଏହି ମାମଲାରେ କୌଣସି ଅଭିଯୁକ୍ତ ଗିରଫ ହୋଇନଥିବା ଜଣାଯାଇଛି ।