Home ଜିଲ୍ଲା ପରିକ୍ରମା ଅବକାରୀ ବିଭାଗ ଦ୍ୱାରା ଚଢାଉ ଦେଶୀମଦ ସହ ୨ ବାଇକ ଜବଦ ୯ ଗିରଫ

ଅବକାରୀ ବିଭାଗ ଦ୍ୱାରା ଚଢାଉ ଦେଶୀମଦ ସହ ୨ ବାଇକ ଜବଦ ୯ ଗିରଫ

43

ବାହାନଗା,୧୩ା୧୨(ଓଡ଼ିଆ ପୁଅ / ଭାରତୀ ଦାସ) : ବାଲେଶ୍ୱର ଜିଲ୍ଲାର ଅବକାରୀ ବଭାଗ ଦ୍ୱାରା ବିଭିନ୍ନ ସ୍ଥାନ ମାନଙ୍କରେ ଚଢାଉ କରି ୨୨୨ଲିଟର ଦେଶୀ ମଦ ଜବଦ କରିବା ସହ ୨ଟି ବାଇକ ଜବଦ ଓ ୯ଜଣଙ୍କୁ ଗିରଫକରିଥିବାର ଜଣାପଡ଼ିଛି । ସୂଚନା ଅନୁସାରେ ରବିବାର ଜିଲ୍ଲା ଅବକାରୀ ଅଧିକ୍ଷକ ବିବେକାନ୍ଦ ନାୟକଙ୍କ ନିର୍ଦ୍ଦେଶରେ ସୋର ଅବକାରୀ ଅଧିକାରୀଣୀ ସ୍ୱାତୀ ପଟ୍ଟନାୟକ, ନୀଳଗିରି ଅବକାରୀ ଇନସପେକ୍ଟର ନାରାୟଣ ବେେହେରା, ଜିଲ୍ଲା ଅବକାରୀ ଇନସପେକ୍ଟର ଗାଲୁରାମ ସୋରେନଙ୍କ ନେତୃତ୍ୱରେ ବାହାନଗା ବ୍ଲକର ଅଞ୍ଜି ଅଞ୍ଚଳ, ପିତଳପଦା ଅଞ୍ଚଳ, ସୋରର ଉତ୍ତରେଶ୍ୱର ଅଞ୍ଚଳରେ ଚଢାଉ କରି ୨୨୨ଲିଟର ଦେଶୀ ମଦ ଜବଦ କରିବା ସହ ୯ଜଣଙ୍କୁ ଗିରଫ କରିଛନ୍ତି । ସେଥିରୁ ଜଣେ ମହିଳା ଥିବାର ଜଣାପଡ଼ିଛି । ସେମାନଙ୍କୁ ଗିରଫ କରାଯାଇ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି । ‌

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.