ନୟାଗଡ/୦୮/୧୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- କେନ୍ଦ୍ର ସରକାର ଙ୍କ କୃଷି ମାରଣ ନୀତି ଓ ନୁଆ କୃଷି ଆଇନ୍ କୁ ବିରୋଧ କରି କୃଷକ ସଂଗଠନ ମାନେ ଡିସେମ୍ବର ୮ ତାରିଖ କୁ ଭାରତ ବନ୍ଦ ଡାକରା ଦେଇଥିଲେ । ଏହାକୁ କଂଗ୍ରେସ ଦଳ ପୁର୍ଣ୍ଣ ସମର୍ଥନ କରିଥିଲା । ଏବଂ ଓଡିଶା ର ବିଜୁ ଜନତା ଦଳ ପରୋକ୍ଷ ରେ ସମର୍ଥନ କରି ଓଡିଶାର ସମସ୍ତ ସରକାରୀ କାର୍ଯ୍ୟାଳୟ କୁ ବନ୍ଦ ରଖିଥିଲେ ।
ଏହାକୁ ନେଇ ରଣପୁର ରେ ବନ୍ଦ ର ସଫଳତା ଦେଖିବାକୁ ମିଳିଛି । ରଣପୁର ଠାରେ ଭାରତୀୟ କମ୍ୟୁନିଷ୍ଟ ଓଡିଶା ସଂଗଠନର ନୟାଗଡ ନେତା ହରିଶ୍ଚନ୍ଦ୍ର ମିଶ୍ର , ନୟାଗଡ ଜିଲ୍ଲା କିଷାନ କଂଗ୍ରେସ ସଭାପତି ଧ୍ରୁବଚରଣ ପରିଡା ଓ ରଣପୁର ବ୍ଲକ ନବ ନିର୍ମାଣ କୃଷକ ସଂଗଠନ ର କର୍ମକତ୍ତା ପ୍ରଦିପ୍ତ କୁମାର ବେହେରା ଙ୍କ ନେତୃତ୍ୱ ରେ ଶତାଧିକ କର୍ମୀ ଭାରତ ବନ୍ଦ ଡାକରା ରେ ସାମିଲ୍ ହୋଇଥିଲେ । ଫଳରେ ଦିବା ୧୧ ସମୟ ଠାରୁ ଅପରାହ୍ନ ୩ ଘଟିକା ପର୍ଯ୍ୟନ୍ତ ଅଖ ଚକ ବନ୍ଦ ହୋଇ ଜୀବନ ଯାତ୍ରା ଠପ୍ ହୋଇଯାଇଥିଲା ।