Home କେନ୍ଦୁଝର ଟେଣ୍ଡର ଶୁଣାଣି ହେଉ ନଥିବାରୁ ବଢ଼ୁଛି ଅସନ୍ତୋଷ

ଟେଣ୍ଡର ଶୁଣାଣି ହେଉ ନଥିବାରୁ ବଢ଼ୁଛି ଅସନ୍ତୋଷ

36

ହାଟଡ଼ିହି, ୮ । ୧୨ : (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ତହସିଲରେ ବାଲିଘାଟ ଟେଣ୍ଡର ଶୁଣାଣିକୁ ନେଇ ବିଡର ମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ତାରିଖ ପରେ ତାରିଖ ଗଡୁଥିଲେ ମଧ୍ୟ ନିଲାମ ଶୁଣାଣି ହେଉ ନଥିବାରୁ ମାନସିକ ଦୁଶ୍ଚିନ୍ତାରେ ପଡିଯାଇଛନ୍ତି । ବାରମ୍ବାର ତହସିଲକୁ ଦୌଡି ଦୌଡି ସେମାନେ ଖର୍ଚ୍ଚାନ୍ତ ହେୁଥିବା ଅଭିଯୋଗ କରିଛନ୍ତି । ସେମାନଙ୍କ ଅଭିଯୋଗ ଅନୁଯାଇ ଗତ ୨୯/୧୦/୨୦୨୦ରେ ଡିମିରିଆ ଓ ହାବଳେଶ୍ୱର ବାଲିଘାଟ ନିଲାମ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ୨୬ ନଭେମ୍ବର ଟେଣ୍ଡର ପକାଇବାର ଶେଷ ତାରିଖ ଧାର‌୍ୟ୍ୟ କରାଯାଇଥିବାବେଳେ ୨୭ତାରିଖ, ୨ ତାରିଖ ଓ ୭ତାରିଖ ଏହାର ଶୁଣାଣି ପାଇଁ ଦିନ ଧାର‌୍ୟ୍ୟ ହୋଇଥିଲା । ମାତ୍ର ୨୭ତାରିଖ ହାବଳେଶ୍ୱର ବାଲିଘାଟର ଟେଣ୍ଡର ଖୋଲାଯାଇଥିବାବେଳେ ଡିମିରିଆ ବାଲିଘାଟର ଶୁଣାଣି ସ୍ଥଗିତ ରଖାଯାଇଥିଲା । ପରବର୍ତ୍ତି ତାରିଖ ଡିସେମ୍ବର ୨ ଓ ଡିସେମ୍ବର ୭ତାରିଖକୁ ଧାର‌୍ୟ୍ୟ କରାଯାଇଥିଲେ ମଧ୍ୟ ତାହା ଆଜି ପର‌୍ୟ୍ୟନ୍ତ ଶୁଣାଣି ହୋଇ ପାରିଲାନାହିଁ । ଫଳରେ ଟେଣ୍ଡର ପକାଇଥିବା ବିଡର ମାନେ ନିୟମିତ ତହସିଲକୁ ଆସି ଆସି ନୟାନ୍ତ ହୋଉଛନ୍ତି । ସେମାନଙ୍କ କହିବାନୁଯାଇ ଆମେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚକରି ଟେଣ୍ଡର ପକାଇଲୁ, ଶୁଣାଣି ତାରିଖରେ ଆମେ ମାନେ ନିୟମିତ ଆସି ତହସିଲ ବାରଣ୍ଡାରେ ବସିବସି ଫେରୁଛୁ କିନ୍ତୁ କୌଣସି ନିର୍ଦ୍ଦିଷ୍ଟ ତାରିଖ ଆମକୁ ଦିଆଯାଉ ନାହିଁ । ଫଳରେ ଆମେମାନେ ମାନସିକ ଦୁଶ୍ଚିନ୍ତାରେ ଦିନ କାଟୁଛୁ ବୋଲି ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ତହସିଲର କାର‌୍ୟ୍ୟାଳୟର ଜଣେ ବରିଷ୍ଠ କର୍ମଚାରୀଙ୍କୁ ପଚାରିବାରେ ଡିମିରିଆ ବାଲିଘାଟକୁ ନେଇ ଏକ ମାମଲା ହାଇକୋର୍ଟରେ ଦାଖଲ ହୋଇଛି । ହାଇକୋର୍ଟଙ୍କ ନିର୍ଦ୍ଦେଶ ମିଳିବା ପରେ ଯାହା କିଛି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି । କେନ୍ଦୁଝର ଜିଲ୍ଲାପାଳ ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟିଦେବାକୁ ବିଡର ମାନେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.