ଭଦ୍ରକ, ୧୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଳକ ସରମଂଗା ଗ୍ରାମଠାରେ ଥିବା ମା’ ପଦ୍ମାଳୟା ପୀଠ ଭାଗବତ ସଂଘ ଆନୁକୁଲ୍ୟରେ ଏକ ଭାଗବତ ସତ୍ସଂଗ ଆଧ୍ୟାତ୍ମିକ ସଭା ଅନୁଷ୍ଠିତ ହୋଇ ଯାଇଛି । ସଭା ପ୍ରାରମ୍ଭରେ ଉପଦେଷ୍ଟା ମୋହିନୀ ମୋହନ ମହାପାତ୍ରଙ୍କ ନିମନ୍ତ୍ରଣ କ୍ରମେ ପ୍ରତିଷ୍ଠାତା ବଳରାମ ପାଣିଗ୍ରାହୀଙ୍କ ପୌରୋହିତ୍ୟରେ ଅନ୍ୟତମ ଉପଦେଷ୍ଟା ପଣ୍ଡିତ ରତ୍ନାକର ମିଶ୍ର ଓ ଜଗବନ୍ଧୁ ଦାଶ କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିଥିଲେ । ଆବାହନୀ ସଂଗୀତ ପରେ ଅନୁଷ୍ଠାନ ସଭାପତି ଗଙ୍ଗାଧର ରାଉଳ ଅତିଥି ପରିଚୟ ପ୍ରଦାନ କରିଥିଲେ । ସମ୍ପାଦକ ଦୁଃଶାସନ ଗାହାଣ ବିବରଣୀ ଉପସ୍ଥାପନ କରିଥିଲେ । ସଭ୍ୟ ଅମିୟ କୁମାର ମହାପାତ୍ର, ବିଜୟ କୁମାର ସାମଲ, ଅଶୋକ କୁମାର ଦାସ ନିଜସ୍ୱ ରଚନାରୁ ଆଧ୍ୟାତ୍ମବୋଧ କବିତା ପାଠ କରିଥିଲେ । ସାମ୍ପ୍ରତିକ ସମାଜର ହିତ ନିମିତ୍ତ ଉପସ୍ଥିତ ସମସ୍ତ ସଭ୍ୟ ଆଧ୍ୟାତ୍ମିକ ସାହିତ୍ୟର ଭୂମିକା ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ଆଳୋଚନା କରିଥିଲେ । ସଭ୍ୟ ରମାକାନ୍ତ ପଣ୍ଡା, ହରିହର ଯେନା, ଶ୍ରୀନିବାସ ମହାନ୍ତି, ବସନ୍ତ କୁମାର ମହାପାତ୍ର ସଭା ପରିଚାଳନା କରିଥିଲେ । ଉପଦେଷ୍ଟା କୃଷ୍ଣଚନ୍ଦ୍ର ରାଉଳ, ଦୋଳଗୋବିନ୍ଦ ଧଳ, ଯୋଗେନ୍ଦ୍ର ମହାକୁଡ, ଜଟାଦାରୀ ଦାସ, ସପନ କୁମାର ଚାଟାର୍ଜୀ ପରିଚାଳନାରେ ସହଯୋଗ କରିଥିଲେ । କୋଷାଧ୍ୟକ୍ଷ ଗୋପାଳ ଚନ୍ଦ୍ର ମୁଖୀ ଧନ୍ୟବାଦ ଅର୍ପଣ କରିଥିଲେ ।