Home ଜିଲ୍ଲା ପରିକ୍ରମା ବୃତ୍ତିଗତ ଶୈଖିକ ଗୋଷ୍ଠୀ ଗଠନ କର୍ମଶାଳା

ବୃତ୍ତିଗତ ଶୈଖିକ ଗୋଷ୍ଠୀ ଗଠନ କର୍ମଶାଳା

29

ଭଦ୍ରକ, ୧୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଲକର ମଣିନାଥପୁର ନରେନ୍ଦ୍ର କୁମାର ଉଚ୍ଚବିଦ୍ୟାପୀଠରେ ବୁଧବାର ଷୋଳମପୁର କ୍ଲଷ୍ଟରସ୍ତରୀୟ ଶୈଖିକ ଗୋଷ୍ଠୀ ଗଠନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ରବିନ୍ଦ୍ର କୁମାର ମହାରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମଶାଳାରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପୁରୁଷୋତ୍ତମ ଧଳ ଓ ଭଣ୍ଡାରିପୋଖରୀ ଶିକ୍ଷାସଂଯୋଜକ ଡଃ ସୁଶାନ୍ତ ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବୃତ୍ତିଗତ ଶିକ୍ଷାର ଉଦ୍ଦେଶ୍ୟ ଓ ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିବା ସହ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ କାର୍ଯ୍ୟଶୈଳୀ ସମ୍ପର୍କରେ ତାଲିମ ପ୍ରଦାନ କରିଥିଲେ । ସାଧନ କେନ୍ଦ୍ର ଶିକ୍ଷା ସଂଯୋଜକ ବିନୋଦ ରାଉତଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କର୍ମଶାଳାରେ ଦୁଇ ଜଣ ପ୍ରଧାନଶିକ୍ଷକଙ୍କ ସମେତ ଅଠର ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀ ଯୋଗଦେଇ ତାଳିମ ଗ୍ରହଣ କରିଥିଲେ । ଗରିତ, ବିଜ୍ଞାନ, ଇଂରାଜୀ, ସାମାଜିକବିଜ୍ଞାନ ଆଦି ବିଷୟରେ ଦକ୍ଷ ଶିକ୍ଷକଙ୍କୁ ନେଇ ଏକ କ୍ଲଷ୍ଟରସ୍ତରୀୟ କମିଟି ଗଠନ କରାଯାଇଥିଲା । ଶିକ୍ଷକ ପ୍ରମୋଦ କୁମାର ନାୟକ ଅତିଥି ପରିଚୟ ଓ ଶିକ୍ଷକ ସୂର୍ଯ୍ୟକାନ୍ତ ବରାଳ ଧନ୍ୟବାଦ ଦେଇଥିଲେ । ପ୍ରଧାନଶିକ୍ଷକ ନିମାଇଁ ଚରଣ ନାୟକ, ଚିନ୍ତାମଣି ନାୟକ, ଜୟଶ୍ରୀ ଦାସ, ଦେବେନ୍ଦ୍ର ବିଶ୍ୱାଳ, ବିଜୟ ପଣ୍ଡା, ଗୋବିନ୍ଦ ବେହେରା, ଲୋପାମୁଦ୍ରା ଦାସ, ରଶ୍ମିରେଖା ରାଉତ, ଦିପ୍ତିରଞ୍ଜନ ଶେଣ୍ଢ, ଶରତ ଥାଟୋଇ ପ୍ରମୁଖ ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ଶିବିରରେ ଅଂଶଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.