Home ଜିଲ୍ଲା ପରିକ୍ରମା ଫାଇନାନ୍ସ କର୍ମଚାରୀଙ୍କ ଆତ୍ମହତ୍ୟା

ଫାଇନାନ୍ସ କର୍ମଚାରୀଙ୍କ ଆତ୍ମହତ୍ୟା

125

ଭଦ୍ରକ, ୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଏହି ଜିଲାର ଚାନ୍ଦବାଲି ବିଜ୍ଞାପିତ ଅଂଚଳ ଅଧୀନସ୍ଥ ସ୍ପନ୍ଦନ ଫାଇନାନ୍ସ କଂପାନୀର ଜଣେ କର୍ମଚାରୀ କାର୍ଯ୍ୟାଳୟ ମଧ୍ୟରେ ରଶି ଲଗାଇ ଆତ୍ମହତ୍ୟା କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଏହି କଂପାନୀରେ ସାବରଙ୍ଗ ଥାନା ଆଟୋ ଗ୍ରାମନିବାସୀ ପଦ୍ମନାଭ ସାହୁ (୨୧) କାର୍ଯ୍ୟ କରନ୍ତି। ସେ ସ୍ପନ୍ଦନ ଫାଇନାନ୍ସ କଂପାନୀ କାର୍ଯ୍ୟାଳୟରେ ୮ ମାସ ହେବ କାର୍ଯ୍ୟ କରୁଥିଲେ। ଗତକାଲି ବିଳମ୍ବିତ ରାତିରେ କାର୍ଯ୍ୟାଳୟରେ ଅନ୍ୟ କର୍ମଚାରୀମାନେ ଶୋଇପଡିବା ପରେ ପଦ୍ମନାଭ ଅନ୍ୟ ଏକ ରୁମ୍‌ରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ବୋଲି ପ୍ରାଥମିକ ତଦନ୍ତରୁ ଜଣାଯାଏ। ଏଥିନେଇ ସ୍ପନ୍ଦନ ଫାଇନାନ୍ସ କଂପାନୀର କର୍ମଚାରୀମାନଙ୍କ ପକ୍ଷରୁ ଚାନ୍ଦବାଲି ଥାନାରେ ଏକ ଲିଖିତ ଅଭିଯୋଗ ଦିଆଯିବା ସହ ମୃତ ପଦ୍ମନାଭ ପରିବାରକୁ ଅବଗତ କରାଯାଇଛି। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବାର ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.