Home ଓଡ଼ିଶା ସିଲାବସ୍ କମିବ କି ପରୀକ୍ଷା ଘୁଞ୍ଚିବ – CBSE ବୋର୍ଡ଼ ପରୀକ୍ଷା କିପରି କରିବ ?

ସିଲାବସ୍ କମିବ କି ପରୀକ୍ଷା ଘୁଞ୍ଚିବ – CBSE ବୋର୍ଡ଼ ପରୀକ୍ଷା କିପରି କରିବ ?

147

ନୂଆ ଦିଲ୍ଲୀ ନଭେମ୍ବର ୬ (ଓଡ଼ିଆ ପୁଅ) : ମହାମାରୀ ମଧ୍ୟରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ବୋର୍ଡ ପରୀକ୍ଷା ୨୦୨୧ ପାଇଁ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିଦେଇଛି।

ରିପୋର୍ଟ ଅନୁଯାୟୀ, କରୋନାଭାଇରସ୍ ପରେ ସାରା ଦେଶରେ ସାଧାରଣ ଶ୍ରେଣୀଗୁଡିକ ୭ ମାସରୁ ଅଧିକ ସମୟ ପାଇଁ ବନ୍ଦ ହୋଇଥିବାରୁ ବୋର୍ଡ ସିଲାବସ୍ କୁ ହ୍ରାସ କରିବ କିମ୍ବା ପରୀକ୍ଷାକୁ ୪୫ ରୁ ୬୦ ଦିନ ବିଳମ୍ବ କରିବ ତାହା ଉପରେ ତେବେ ବୋର୍ଡ ପକ୍ଷରୁ ଏକ ଚୂଡ଼ାନ୍ତ ଘୋଷଣାକୁ ଅପେକ୍ଷା କରାଯାଇଛି।

ଅନ୍ୟପକ୍ଷରେ, ଅନେକ ବିଦ୍ୟାଳୟ ସେମାନଙ୍କ ସମୟ ସାରଣୀ ଅନୁସରଣ କରୁଥିବା ଏବଂ ସିବିଏସ୍ଇ ପରୀକ୍ଷାର୍ଥୀ ତାଲିକା, ପରୀକ୍ଷା ଫର୍ମ (LOC) ପ୍ରକ୍ରିୟା ଶେଷ କରିଥିବାରୁ ସିଲାବସ୍ ସଂପୂର୍ଣ୍ଣ କରିବାକୁ ଚେଷ୍ଟା କରୁଥିବା ଜଣାପଡ଼ିଛି।

ରିପୋର୍ଟ ଅନୁଯାୟୀ, ଦିଲ୍ଲୀ-ଏନସିଆର ଏକ ଉଚ୍ଚ ବିଦ୍ୟାଳୟର ଗଣିତ ଶିକ୍ଷକ କହିଛନ୍ତି ଯେ, ସିବିଏସ୍ଇ ବିଦ୍ୟାଳୟରୁ ମତାମତ ସଂଗ୍ରହ କରୁଛି ଏବଂ ଗ୍ରହଣ କରାଯାଇଥିବା ମତାମତ ଆଧାରରେ ସିବିଏସଇ ନିଷ୍ପତ୍ତି ନେବ ବୋଲି ଆଶା କରାଯାଉଛି। ଅନଲାଇନ୍ କ୍ଲାସ ଚାଲିଥିବାରୁ ସିଲାବସ୍ ସମାପ୍ତ କରାଯିବାପାଇଁ ପ୍ରୟାୟ କରାଯାଉଛି ବୋଲି ସେ କହିଛନ୍ତି।

ଟାଇମ୍ସ ନାଓ କୁ ଜଣେ ଶିକ୍ଷକ କହିଛନ୍ତିଯେ, “ଅଧିକାଂଶ ବିଦ୍ୟାଳୟରେ ମଧ୍ୟ ସମାନ ଘଟଣା, ତେଣୁ ସିବିଏସ୍ଇ ସିଲାବସ୍ ହ୍ରାସ କରିବ କି ନାହିଁ ଆମେ ସନ୍ଦେହ କରୁଛୁ। ସେ ଆହୁରି ମଧ୍ୟ କହିଛନ୍ତି ଯେ ବୋର୍ଡ ପରୀକ୍ଷା ପାଇଁ ସିଲାବସ୍ ହ୍ରାସ କରିବାକୁ ନିଷ୍ପତ୍ତି ନେଲେ NEET, JEE ଇତ୍ୟାଦି ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରଭାବିତ ହେବ।

୨୦୨୧ ବୋର୍ଡ ପରୀକ୍ଷାରେ ବିଳମ୍ବ ବିଷୟରେ ପଚରାଯିବା ପରେ, ବିଶେଷଜ୍ଞମାନେ ମତ ଦେଇଛନ୍ତି ଯେ ଏକାଡେମିକ୍ ସାଇକେଲ୍ ବ୍ୟାହତ ହୋଇପାରେ।
ସେମାନେ କହିଛନ୍ତିଯେ, ବୋର୍ଡ ପରୀକ୍ଷା କରିବା ଉପରେ ପ୍ରକୃତ ନିଷ୍ପତ୍ତି କେବଳ ସାଧାରଣ କ୍ଲାସ ଆରମ୍ଭ ହେବା ପରେ ନିଆଯାଇପାରେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.