ନୂଆଦିଲ୍ଲୀ ୨୫-୧୦ (ଓଡ଼ିଆ ପୁଅ) : ମୁମ୍ବାଇର ଏକ ଛୋଟ ଟିଭି କଳାକାର ବିରୋଧରେ ସିବିଆଇ ଏକ ମାମଲା ରୁଜୁ କରିଛି। ଏହି କଳାକାର ଏକ ଆନ୍ତର୍ଜାତୀୟ ସେକ୍ସ ରାକେଟ ଚଳାଇଥିଲା ଯାହାକି ବିଦେଶରୁ ନାବାଳିକାଙ୍କ ଅଶ୍ଳୀଳ ଫଟୋ ଏବଂ ଭିଡ଼ିଓ ଇନଷ୍ଟାଗ୍ରାମରେ ପ୍ରଲୋଭନ ଦେଖାଇ କିମ୍ବା ବ୍ଲାକମେଲିଂ କରି ସଂଗ୍ରହ କରୁଥିଲା ଏବଂ ପରେ ଆନ୍ତର୍ଜାତୀୟ ସ୍ତରରେ ଏହାକୁ ନିଜ କ୍ଲାଏଣ୍ଟ ମାନଙ୍କୁ ବିକ୍ରୟ କରୁଥିଲା।
ରିପୋର୍ଟ ଅନୁଯାୟୀ, ଫଟୋ ସେୟାର୍ ସୋସିଆଲ୍ ମିଡିଆ ଆପ୍ ଇନଷ୍ଟାଗ୍ରାମ ମାଧ୍ୟମରେ ଆମେରିକା, ୟୁରୋପ ଏବଂ ଦକ୍ଷିଣ ଏସୀୟ ଦେଶରେ ୧୦ ରୁ ୧୬ ବର୍ଷ ବୟସର ପ୍ରାୟ ଏକ ହଜାର ନାବାଳିକାଙ୍କ ସହ ଯୋଗାଯୋଗ କରିଥିଲା ଏହି ଅଭିନେତା। ସିବିଆଇର ଅଧିକାରୀ ଜାତୀୟ ଗଣମାଧ୍ୟମକୁ କହିଛନ୍ତିଯେ, ଟିଭି ସିରିଏଲରେ ଜଣେ ଜୁନିଅର କଳାକାର ବୋଲି ଦାବି କରୁଥିବା ଅଭିଯୁକ୍ତ ଘରେ ସର୍ଚ୍ଚ କରିବା ପରେ ତା’ଠାରୁ ମୋବାଇଲ୍ ଫୋନ୍ ଏବଂ ଲାପଟପ୍ ଜବତ କରାଯାଇଛି।
ଅଧିକାରୀ କହିଛନ୍ତି ଯେ ତା’ ଉପକରଣର ଫୋରେନସିକ୍ ବିଶ୍ଳେଷଣରେ ଅନଲାଇନ୍ ଯୌନ ଶୋଷଣ ସମ୍ବନ୍ଧୀୟ ସାମଗ୍ରୀ ମିଳିଥିଲା ଯାହା ପରେ ଅଭିଯୁକ୍ତ ହ୍ୱାଟ୍ସ ଆପ୍ ଏବଂ ଅନ୍ୟାନ୍ୟ ଫୋରମ୍ ବ୍ୟବହାର କରି ଅନ୍ତର୍ଜାତୀୟ ଗ୍ରାହକଙ୍କୁ ବଣ୍ଟନ କରିଥିଲା। ଅଧିକାରୀମାନେ କହିଛନ୍ତି ଯେ ଅଭିଯୁକ୍ତ ହରିଦ୍ୱାରରୁ ଆସି ନାବାଳିକାମାନଙ୍କୁ ଚଳଚ୍ଚିତ୍ର ତାରକା ବୋଲି କହି ଅନଲାଇନ୍ ରେ ସମ୍ପର୍କ କରି ଅନେକ ନା ବାଳିକାଙ୍କୁ ଆକର୍ଷିତ କରୁଥିଲା ଏବଂ ଏହି ସମୟ ମଧ୍ୟରେ ସେମାନଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଅଶ୍ଳୀଳ ଚିତ୍ର ଏବଂ ଭିଡିଓ ଦେବାକୁ କହୁଥିଲା ଯାହାକୁ ସେମାନେ ପ୍ରଥମେ ଦେବା ପରେ ବ୍ଲାକମେଲିଂ କରି ଜାଲରେ ଫସାଇ ନେଉଥିଲା।
ରିପୋର୍ଟ ଅନୁଯାୟୀ, ଅଭିଯୁକ୍ତ ନାବାଳିକା ମାନଙ୍କୁ ତାଙ୍କ ହ୍ୱାଟ୍ସ ଆପ୍ ନମ୍ବର ନେଇ ତାଙ୍କ ସହ ଚାଟ୍ କରି ଏବଂ ଭିଡିଓ କଲ୍ ସମୟରେ ତାଙ୍କୁ ଅଶ୍ଳୀଳ କାର୍ଯ୍ୟ କରିବାକୁ କହୁଥିଲା ଯାହାକୁ ସେ ଇନଷ୍ଟାଗ୍ରାମ ମାଧ୍ୟମରେ ବିଭିନ୍ନ ଦେଶରେ ଥିବା ଗ୍ରାହକଙ୍କୁ ସେୟାର କରୁଥିଲା। ତା’ର ପରିବାର ଏବଂ ସାଙ୍ଗମାନଙ୍କ ସହିତ ଏହି ଅଭିଯୁକ୍ତ ଏହି ଅଶ୍ଲିଳ ଫଟୋ କିମ୍ବା ଭିଡ଼ିଓ ସେୟାର କରିବାର ଧମକ ମଧ୍ୟ ଦେଉଥିଲା। ତଦନ୍ତକାରୀ ସଂସ୍ଥା ଏବେ POCSO ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଛି।