Home ଓଡ଼ିଶା ବିଦ୍ୟୁତ ଆଘାତରେ ଛାତ୍ରର ମୃତ୍ୟୁ

ବିଦ୍ୟୁତ ଆଘାତରେ ଛାତ୍ରର ମୃତ୍ୟୁ

129

ଭଦ୍ରକ:୨୫/୧୦(ଓଡିଆ ପୁଅ/ସ୍ନିଗ୍ଧା ରାୟ)ଆଜି ସକାଳ ୮.୩୦ ରେ ଭଦ୍ରକ ପୌରାଞ୍ଚଳ ଅଧିନସ୍ତ ୯ନମ୍ବର ୱାର୍ଡ ମଣୀସାହି ନିବାସୀ ଅଟୋ ଚାଳକ ଅଜୟ ମହାନ୍ତିଙ୍କର ଏକମାତ୍ର ପୁତ୍ର ଦେବଦତ୍ତ ୧୧କେଭି ବିଦ୍ୟୁତ ତାର ଲାଗି ମୃତ୍ୟୁ ଘଟିଛି।ଖବରରୁ ପ୍ରକାଶ ଦେଵଦତ୍ତ ସକାଳେ କେଵଲ ସଜାଡୁ ଥିବାବେଳେ ଉକ୍ତ ତାର ସଂସ୍ପର୍ଶରେ ଆସିଥିଲା।ତାକୁ ପରିବାର ଓ ଗ୍ରାମବାସୀମାନେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟ ଆଣିଥିଲେ ମଧ୍ୟ ଡ଼ାକ୍ତରମାନେ ମୃତ ଘୋଷଣା କରିଥିଲେ।ଦେଵଦତ୍ତ ନୂଆବଜାର ସରସ୍ୱତୀ ଶିଶୁ ମନ୍ଦିରରୁ ଏବେ ମେଟ୍ରିକ ପରୀକ୍ଷାରେ ପାସ କରିଥିଲା।ତାର ଏଭଳି ମୃତ୍ୟୁରେ ସ୍ତାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.