Home ଉପ ନିର୍ବାଚନ ଚଳିତ ଉପନିର୍ବାଚନରେ ବିଜୁ ଜନତା ଦଳର ଆଦର୍ଶ ଆଚରଣ ବିଧି ଉଲଂଘନ – କଂଗ୍ରେସ

ଚଳିତ ଉପନିର୍ବାଚନରେ ବିଜୁ ଜନତା ଦଳର ଆଦର୍ଶ ଆଚରଣ ବିଧି ଉଲଂଘନ – କଂଗ୍ରେସ

45

ଭୁବନେଶ୍ୱର ୨୧-୧୦ (ଓଡ଼ିଆ ପୁଅ) – ଚଳିତ ଉପନିର୍ବାଚନରେ ଶାସକ ବିଜୁ ଜନତା ଦଳର ତିର୍ତୋଲ ନିର୍ବାଚନ ମଣ୍ଡଳୀରେ ଖୋଲା ଖୋଲି ଭାବରେ ଆଦର୍ଶ ଆଚରଣ ବିଧିର ଉଲ୍ଲଘନ କରାଯାଉଛି। ଆଜି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଏକ ପ୍ରତିନିଧି ମଣ୍ଡଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ସାକ୍ଷାତ କରି ଏ ସଂପର୍କରେ ଅବଗତ କରାଇଛନ୍ତି। ଏହି ପ୍ରତିନିଧି ମଣ୍ଡଳରେ ପିସିସି ମୁଖପାତ୍ର ତଥା ଆଇନ୍ଜୀବୀ ନିଶିକାନ୍ତ ମିଶ୍ର, ପ୍ରଶାନ୍ତ ଶତପଥି, ରଂଜିତ୍ ଦାଶ ଓ ଜିନେଶ ଦାସ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଜଣାଇଥିଲେ ଯେ ତିର୍ତୋଲ ବ୍ଲକ ଅନ୍ତର୍ଗତ ଗୋପାଳପୁର ପଂଚାୟତର କୀର୍ତନପୁର ଗ୍ରାମରେ ଥିବା ସରକାରୀ ଘରକୁ ବିଜେଡି ନିଜର ନିର୍ବାଚନୀ କାର୍ଯ୍ୟାଳୟ କରିଅଛି। ଉକ୍ତ ସରକାରୀ ଗୃହରେ ବିଜୁ ଜନତା ଦଳ ତା’ର ନିର୍ବାଚନୀ କାର୍ଯ୍ୟାଳୟ ଖୋଲି ଆଦର୍ଶ ଆଚରଣ ବିଧିର ଖୋଲା ଖୋଲି ଉଲଂଘନ କରୁଅଛି। ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କୁ ଏ ବିଷୟରେ ଅଭିଯୋଗ କଲେ ମଧ୍ୟ ସେ ନୀରବ ରହିବା ସହିତ ଏହାକୁ ନଜର ଅନ୍ଦାଜ କରୁଛନ୍ତି। ସରକାରୀ ଘରକୁ ଦଳୀୟ କାର୍ଯ୍ୟାଳୟ ଭାବରେ ଶାସକ ବିଜେଡି ବ୍ୟବହାର କରୁଥିଲା ବେଳେ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ପାଖରେ ବାରମ୍ବାର ଫେରାଦ ହେବା ସତ୍ୱେ କୌଣସି କାର୍ଯ୍ୟାନୁଷ୍ଠାନ ନ ନିଆଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା। ଏଥିରୁ ସ୍ପଷ୍ଟ ଅନୁମେୟ ଜିଲ୍ଲା ପ୍ରଶାସନ ସରକାରୀ ଦଳର ହାତବାରିସୀ ସାଜି ଏଭଳି ବେଆଇନ୍ କାମକୁ ସମର୍ଥନ ଜଣାଉଛନ୍ତି।

ଏଣୁ ପ୍ରଦେଶ କଂଗ୍ରେସ ତରଫରୁ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ବିଧିବଦ୍ଧ ଭାବରେ ଲିଖିତ ଅଭିଯୋଗ କରାଯାଇ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅନୁରୋଧ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.