Home କନ୍ଧମାଳ ଅଙ୍ଗନଓ୍ବାଡ଼ି ପାଚେରୀ ନିର୍ମାଣ କାର୍ଯ୍ୟରେ ଦୁର୍ନୀତି ଅଭିଯୋଗ : ବିଭାଗୀୟ ଅଧିକାରୀ ତଦନ୍ତ କରି ଠିକ୍...

ଅଙ୍ଗନଓ୍ବାଡ଼ି ପାଚେରୀ ନିର୍ମାଣ କାର୍ଯ୍ୟରେ ଦୁର୍ନୀତି ଅଭିଯୋଗ : ବିଭାଗୀୟ ଅଧିକାରୀ ତଦନ୍ତ କରି ଠିକ୍ ଭାବରେ କାମ କରିବା ପାଇଁ ଗ୍ରାମବାସୀଙ୍କ ଦାବି

65

ବାଲିଗୁଡା, ୨୯/୯-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): ଅଙ୍ଗନଓ୍ବାଡ଼ି କେନ୍ଦ୍ର ପାଚେରୀ ନିର୍ମାଣ କାମରେ ଦୁର୍ନୀତି ଅଭିଯୋଗ। ଏଭଳି ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ-ନୂଆଗାଁ ବ୍ଲକ୍ ବଣ୍ଡଗୁଡ଼ା ଗ୍ରାମ ପଞ୍ଚାୟତର ଚଞ୍ଚଳା ସାହି ରୁ। ସୂଚନା ପ୍ରକାରେ ଏହି କାର୍ଯ୍ୟଟି ବିଭାଗୀୟ କାର୍ଯ୍ୟ ହୋଇଥିବା ବେଳେ ଚଞ୍ଚଳା ସାହି ଆଦର୍ଶ ଅଙ୍ଗନଓ୍ବାଡ଼ି କେନ୍ଦ୍ରର ପାଚେରୀ ନିର୍ମାଣ କାର୍ଯ୍ୟ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ନାମରେ କାର୍ଯ୍ୟାଦେଶ ରହିଛି। କିନ୍ତୁ ପଞ୍ଚାୟତ ନିର୍ବାହୀ ଅଧିକାରୀ ଏହି କାମଟିକୁ ବଣ୍ଡଗୁଡ଼ା ଗ୍ରାମର ରବି ବିନ୍ଧାଣୀ ନାମକ ଜଣେ ବ୍ୟକ୍ତିଙ୍କୁ ତଦାରଖ କରିବା ପାଇଁ କହି ଅନୁପସ୍ଥିତ ଅଛନ୍ତି। ସେପଟେ ରବି ବିନ୍ଧାଣୀ ନିଜ ମନ ମୁତାବକ ନିମ୍ନ ମାନର କାମ କରୁଥିବା ଅଭିଯୋଗ କରିଛନ୍ତି ଗାଁ ସଭାପତି କବିରାଜ ଭୋଇ, ପୂର୍ବତନ ସରପଞ୍ଚ ଲମ୍ବୁରା ପ୍ରଧାନ ଓ ଗ୍ରାମବାସୀ। ଗାଁ ର ସ୍ବାର୍ଥ ଦୃଷ୍ଟିରୁ ଏହାର ଉପଯୁକ୍ତ ତଦନ୍ତ କରାଯିବା ସହ ଭଲ କାମ କରିବା ପାଇଁ ଦାବି କରିଛନ୍ତି ଗ୍ରାମବାସୀ। ଘଟଣା ସମ୍ପର୍କରେ କ-ନୂଆଗାଁ ବିଡ଼ିଓଙ୍କ ନିକଟକୁ ଆମ ପ୍ରତିନିଧି ଯାଇଥିଲେ ମଧ୍ୟ କାର୍ଯ୍ୟାଳୟ ପରିସରକୁ ଯିବାକୁ ଅନୁମତି ଦେଇନଥିବା ସହ କିଛି କହିବାକୁ ମନା କରିଦେଇଛନ୍ତି ବିଡ଼ିଓ ମନୋଜ ତ୍ରିପାଠୀ। ଅନ୍ୟପଟେ ଆମେ ଆମ ନିର୍ବାହୀ ଯନ୍ତ୍ରୀଙ୍କୁ ପଠାଇ ଘଟଣାର ତଦନ୍ତ କରିବୁ ବୋଲି ମୌଖିକରେ କହିଛନ୍ତି। ଏଠି ପ୍ରଶ୍ନ ଉଠୁଛି ସରକାରୀ କାର୍ଯ୍ୟରେ ସରକାରୀ ବାବୁଙ୍କ ଅନୁପସ୍ଥିତିରେ କିଭଳି କାମ ହେଉଛି। ସରକାରୀ ବାବୁ ସ୍ଥାନୀୟ କିଛି ଲୋକଙ୍କ ହାତରେ ଦାୟିତ୍ବ ଦେଇ କିଭଳି ନିଶ୍ଚିନ୍ତରେ ରହିଯାଉଛନ୍ତି। ଯାହାଫଳରେ ସରକାରଙ୍କ ଉନ୍ନୟନ କାମ ଠିକ୍ ଭାବରେ ହୋଇପାରୁନାହିଁ ଏବଂ ସରକାରୀ ବାବୁ ସ୍ଥାନୀୟ ଅସାମାଜିକ ଲୋକଙ୍କ ସହ ମିଳିମିଶି ନିମ୍ନ ମାନର କାମ କରି ବଳକା ଅର୍ଥ ଚଳୁ କରିବାକୁ ଯୋଜନା କରୁଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.