ଭୁବନେଶ୍ୱର ୧୦-୯ (ଓଡ଼ିଆ ପୁଅ) ପୁଣି ଏକ ଲଘୁଚାପ ସମ୍ଭାବନା। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଆନ୍ଧ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ଆସନ୍ତା ୧୩ ତାରିଖରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହି ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା IMD ପକ୍ଷରୁ ସୂଚନା ମିଳିଛି। ଏହାର ଲଘୁଚାପ ପ୍ରଭାବରେ ଆସନ୍ତା ୧୨ତାରିଖରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷ କରି ୭ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହି ଜିଲ୍ଲା ଗୁଡିକ ମଧ୍ୟରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି, କନ୍ଧମାଳ ଓ ଗଞ୍ଜାମ ରହିଛି। ତେବେ ଏ ନେଇ କେତେକ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି।
୧୨ ଓ ୧୩ ତାରିଖ ବେଳକୁ ଦକ୍ଷିଣ ଓଡ଼ିଶାରେ ମୌସୁମୀ ଅଧିକ ସକ୍ରିୟ ରହିବ। ଫଳରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ନବରଙ୍ଗପୁରର ଅଧିକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। କଟକ ଓ ଭୁବନେଶ୍ବର ସହରରେ ଆକାଶ ମେଘାଚ୍ଛନ୍ନ ରହିବା ସହ ସନ୍ଧ୍ୟାରେ ଘଡ଼ଘଡ଼ି ଓ ବଜ୍ରପାତ ହେବାର ଆଶଙ୍କା ରହିଛି।
ଆଜି ଆଭ୍ୟନ୍ତରୀଣ ଓଡିଶାର କେତେକ ଜିଲ୍ଲାରେ ହାଲୁକାରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ଅଛି। ଉପକୂଳ ଓଡିଶାର ବାଲେଶ୍ୱର ଜିଲ୍ଲାର କେତେକ ସ୍ଥାନ ସହିତ ଭଦ୍ରକ, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ପୁରୀ ଏବଂ ନୟାଗଡ଼, ବୌଦ୍ଧ ଓ କଳାହାଣ୍ଡି କନ୍ଧମାଳ , ବଲାଙ୍ଗୀର ସୋନପୁର, କନ୍ଧମାଳ ସମ୍ବଲପୁର, ଅନୁଗୁଳ, ଦେଓଗଡ, କେନ୍ଦୁଝର ଏବଂମୟୁରଭଞ୍ଜ ଜିଲ୍ଲାର କେତେକ ସ୍ଥାନରେ ବିଜୁଳି ଏଭଂ ଘଡ଼ଘଡ଼ ମାରିବାର ସମ୍ଭାବନା ରହିଛି। ତେବେ କଳାହାଣ୍ଡି, ବଲାଙ୍ଗୀର ସୋନପୁର, କନ୍ଧମାଳ ସମ୍ବଲପୁର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ୱେଲୋ ୱାର୍ଣ୍ଣିଂ ଜାରୀ କରାଯାଇଛି।
ସଂନ୍ଧ୍ୟା ସାଢ଼େ ଆଠଟା ପରେ ନବରଙ୍ଗପୁର, ନୂଆପଡ଼ା , କଳାହାଣ୍ଡି , କନ୍ଧମାଳ , ଗଜପତି, ରାୟଗଡ଼ା , କୋରାପୁଟ , ମାଲକାନଗିରି, ବରଗଡ଼ , ଝାରସୁଗୁଡ଼ା , ସୁନ୍ଦରଗଡ଼ ଏବଂ କେନ୍ଦୁଝର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେନବରଙ୍ଗପୁର ରେ, ନୂଆପଡ଼ା , କଳାହାଣ୍ଡି , କନ୍ଧମାଳ , ଗଜପତି, ରାୟଗଡ଼ା , କୋରାପୁଟ , ମାଲକାନଗିରି, ବରଗଡ଼ , ଝାରସୁଗୁଡ଼ା , ସୁନ୍ଦରଗଡ଼ ଏବଂ କେନ୍ଦୁଝର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଏବଂ ଘଡ଼ଘଡ଼ି ସହିତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ରରୁ ସୂଚନା ଜାରୀ କରାଯିବା ସହିତ ୱେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।







