Home ଅପରାଧ ଚକ୍ରଧରପୁର ଗ୍ରାମରେ ରିକ୍ରିଏସନ୍ ସେଣ୍ଟର୍ ମରାମତି ନାମରେ ଲକ୍ଷାଧିକ ଟଙ୍କା ଚଳୁ

ଚକ୍ରଧରପୁର ଗ୍ରାମରେ ରିକ୍ରିଏସନ୍ ସେଣ୍ଟର୍ ମରାମତି ନାମରେ ଲକ୍ଷାଧିକ ଟଙ୍କା ଚଳୁ

67

ହରିଚନ୍ଦନପୁର, ତା ୧୦ ସେପ୍ଟେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ମନୋହରପୁର ଗ୍ରାମ ପଞ୍ଚାୟତ ଚକ୍ରଧରପୁର ଗ୍ରାମର ରିକ୍ରିଏସନ୍ ସେଣ୍ଟର୍ ମରାମତି ନାମରେ ଲକ୍ଷାଧିକ ଟଙ୍କା ଚଳୁ ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ଆଜକୁ ଦୀର୍ଘବର୍ଷ ହେବ ସରକାରଙ୍କ ଅନୁଦାନରୁ ଗ୍ରାମରେ ରିକ୍ରିଏସନ୍ ସେଣ୍ଟର୍ ନିର୍ମାଣ ହୋଇଥିଲା । ଅନେକ ବର୍ଷ ହେଲା ମରାମତି ଅଭାବରୁ ଗୃହଟିର ଅବସ୍ଥା ବିପଦ ସଙ୍କୁଳ ଅବସ୍ଥାରେ ରହିଥିବା ନେଇ ଗ୍ରାମର ଲୋକମାନେ ମରାମତି ନିମନ୍ତେ ବାରମ୍ବାର ସରପଞ୍ଚ ଓ ବିଡିଓଙ୍କ ପାଖରେ ଅଭିଯୋଗ କରିଆସୁଥିଲେ । ଲୋକଙ୍କ ଅଭିଯୋଗ ପରେ ମରାମତି ନିମନ୍ତେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଦ୍ୱାରା ଚତୁର୍ଥ ଅର୍ଥ କମିଶନ ଅନୁଦାନରୁ ୨ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା । ହେଲେ ଗ୍ରାମର ସରପଞ୍ଚ ଓ ଠିକାଦାର ସଲାସୁତୁରା ହୋଇ ଅନୁଦାନର ଅଳ୍ପ ଟଙ୍କା ଖର୍ଚ୍ଚରେ କେତୋଟି କର୍କଟରେ ଛପର ଓ ନିମ୍ନମାନର ରଙ୍ଗ ଲଗାଇ ବଳକା ଟଙ୍କାଙ୍କୁ ହରିଲୁଟ୍ କରିନେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଗୃହଟିରେ ଦୀର୍ଘବର୍ଷ ଧରି ଲାଗିଥିବା କବାଟ୍, ଝରକା ଓ ଛପରରେ ଲାଗିଥିବା କାଠ ଗୁଡ଼ିକର ଅବସ୍ଥା ଅତି ଖରାପ୍ ହୋଇଯାଇଥିବା ବେଳେ ସେଗୁଡିକୁ ନବଦଳାଇ ସେଗୁଡିକୁ ପୁଣିଥରେ ଲଗାଯାଇଛି । ଗୃହଟିର ମରାମତି କାର୍ଯ୍ୟ ଏତେ ନିମ୍ନମାନର କରାଯାଇଛି, ଯେ ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏନେଇ ଗ୍ରାମର ୩, ୪ ନମ୍ବର ଓ୍ବାର୍ଡର ଓ୍ବାର୍ଡମେମ୍ବର ସରପଞ୍ଚ ଓ ବିଡିଓଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ମିଳିନଥିବା ସୂଚନା ଦେଇଛନ୍ତି । ତେଣୁ ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଯଥାଶୀଘ୍ର ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀଙ୍କ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.