Home ଓଡ଼ିଶା ଟିଟିଲାଗଡ଼ରେ ପ୍ରଥମ କରୋନା ଆକ୍ରାନ୍ତ ମହିଳାଙ୍କ ମୃତ୍ୟୁ

ଟିଟିଲାଗଡ଼ରେ ପ୍ରଥମ କରୋନା ଆକ୍ରାନ୍ତ ମହିଳାଙ୍କ ମୃତ୍ୟୁ

118

ବଲାଙ୍ଗୀର, ୦୮-୦୯ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଟିଟିଲାଗଡରେ ଆଜି ପ୍ରଥମ କୋରୋନା ରୋଗୀଙ୍କ ମୃତ୍ୟୁ ହୋଇଛି। ସେ ଗତ କିଛି ଦିନ ହେଲା ଟିଟିଲାଗଡ ସ୍ଥିତ ଏମ୍ ସି ଏଚ୍ ରେ ଚିକିତ୍ସିତ ହେଉଥିଲେ। ଟିଟିଲାଗଡର ହାଟପଦା ପଡା ୧୫ ନମ୍ୱର୍ ୱାର୍ଡର ମୃତ ମହିଳା ଜଣକ ଉଚ୍ଚ ରକ୍ତଚାପ ଓ ମଧୁମେହ ରୋଗରେ ପୀଡ଼ିତ ଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ରହିଛି। କୋରୋନା ରୋଗୀଙ୍କ ମୃତ୍ୟୁ ପରେ ଟିଟିଲାଗଡରେ ଭୟର ବାତାବରଣ ଦେଖାଯାଇଛି। ଅନ୍ୟ ପଟେ ଦିନକୁ ଦୁଇଶହ ଲୋକଙ୍କ ପରୀକ୍ଷା କରିବା କୁହାଯାଉଥିବା ବେଳେ ଦିନକୁ ଗୁରୁତର ତଥା ଲକ୍ଷଣ ଥିବା ମାତ୍ର ୫୦ ଜଣଙ୍କ ପରୀକ୍ଷା ହେଉଛି। କୀଟ ପରିକ୍ଷଣ ପାଇଁ ବାରମ୍ବାର ଜିଲ୍ଲା ଅଧିକାରୀ ଙ୍କୁ ଅବଗତ ସତ୍ତ୍ୱେ କୀଟ ଆସୁ ନ ଥିବା ଟିଟିଲାଗଡ଼ ଉପଖଣ୍ଡ ଡାକ୍ତରଖାନା ଔଷଧ ବିତରଣ ମୁଖ୍ୟ ନିରୀକ୍ଷକ କଲ୍ୟାଣ କୁମାର ବୋଷ ଜଣାଇଛନ୍ତି। ଫଳରେ ଅନେକ ଆକ୍ରାନ୍ତ ଗୁରୁତର ଅବସ୍ଥାରେ ରହି ସୁଦ୍ଧା ନିଜ ପରୀକ୍ଷା କରି ପାରୁ ନାହାନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.