ନୂଆ ଦିଲ୍ଲୀ ୪-୯ (ଓଡ଼ିଆ ପୁଅ) ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ୧୧.୭୦ ଲକ୍ଷ ନମୁନା ପରୀକ୍ଷା କରାଯାଇଛି। ଏହି ସମୟ ମଧ୍ୟରେ ଦିନିକିଆ ରେକର୍ଡ ଭାବେ ୬୮, ୫୮୪ ଜଣ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ଏହାଫଳରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ପାଖାପାଖି ୩୦ ଲକ୍ଷ (୨୯, ୭୦, ୪୯୨)ରେ ପହଞ୍ଚିଛି।
ଏଥିସହିତ ସୁସ୍ଥତା ହାର ୭୭ ପ୍ରତିଶତ (୭୭.୦୯)କୁ ଅତିକ୍ରମ କରିଛି। ଫଳସ୍ଵରୂପ ସକ୍ରିୟ ରୋଗୀ ୮, ୧୫, ୫୩୮ ତୁଳନାରେ ଅଧିକ ୨୧.୫୦ ଲକ୍ଷ ସୁସ୍ଥ ହୋଇଛନ୍ତି। ଦେଶରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ସଂକ୍ରମିତଙ୍କ ତୁଳନାରେ ୩.୬ଗୁଣ ଅଧିକ ହୋଇଛି। ରେକର୍ଡ ସଂଖ୍ୟକ ସୁସ୍ଥ ହେବା ଫଳରେ ଦେଶରେ ସକ୍ରିୟ ମାମଲା ହ୍ରାସ ପାଇ ମୋଟ ସଂକ୍ରମଣ ସଂଖ୍ୟା ମାତ୍ର ୨୧.୧୬ରେ ରହିଛି। ହସ୍ପିଟାଲର ଚିକିତ୍ସା ସୁବିଧାରେ ଉନ୍ନତି, ଘରୋଇ ଏକାନ୍ତବାସରେ ଥିବା ରୋଗୀମାନଙ୍କ ତଦାରଖ, ଆମ୍ବୁଲାନ୍ସ ବ୍ୟବସ୍ଥାର ସୁପରିଚାଳନା, ନୂଆଦିଲ୍ଲୀସ୍ଥିତ ଏମ୍ସ ବିଶେଷାଜ୍ଞଙ୍କ ଦ୍ଵାରା ସ୍ଵତନ୍ତ୍ର ପରାମର୍ଶ ଯୋଗୁଁ ଏହି ସୁସ୍ଥତା ହାରର ବୃଦ୍ଧି ସମ୍ଭବ ହୋଇଛି। ଏହିସବୁ ସୁଚିନ୍ତିତ ପଦକ୍ଷେପ ବଳରେ ବିଶ୍ଵରେ ସଂକ୍ରମଣ ତୁଳନାରେ ମୃତ୍ୟୁ ହାର ୩.୩ ଥିବା ବେଳେ ଆମ ଦେଶରେ ଆଜି ଏହା ୧.୭୫ ପ୍ରତିଶତରେ ରହିଛି।
ନିର୍ଦ୍ଦେଶାବଳୀ ଓ ପରାମର୍ଶ ପାଇଁ ଭିଜିଟ୍ କରନ୍ତୁ: https://www.mohfw.gov.in/ and @MoHFW_INDIA।
କୋଭିଡ୍ ସଂକ୍ରାନ୍ତ ବୈଷୟିକ ପ୍ରଶ୍ନ ପଠାଇବା ପାଇଁ covid୧୯@gov.in ଏବଂ ଅନ୍ୟାନ୍ୟ ପ୍ରଶ୍ନ ncov୨୦୧୯@gov.in and @CovidIndiaSeva।
କୋଭିଡ-୧୯ ସଂକ୍ରାନ୍ତ କୌଣସି ପ୍ରଶ୍ନ ମଧ୍ୟ ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟର ହେଲ୍ପଲାଇନ ନଂ – +୯୧-୧୧-୨୩୯୭୮୦୪୬ କିମ୍ବା ୧୦୭୫ (ନିଃଶୁଳ୍କ)କୁ ପଚରା ଯାଇପାରିବ।
ରାଜ୍ୟଗୁଡିକର ହେଲ୍ପଲାଇନ ନଂ: https://www.mohfw.gov.in/pdf/ coronvavirushelplinenumber.pdfରେ ଉପଲବ୍ଧ।