Home Coronavirus Outbreak ଦେଶରେ ଦୈନିକ ନମୁନା ପରୀକ୍ଷଣରେ ଅଭୂତପୂର୍ବ ବୃଦ୍ଧି – ଗତ ୨୪ ଘଣ୍ଟା ମଧ୍ୟରେ...

ଦେଶରେ ଦୈନିକ ନମୁନା ପରୀକ୍ଷଣରେ ଅଭୂତପୂର୍ବ ବୃଦ୍ଧି – ଗତ ୨୪ ଘଣ୍ଟା ମଧ୍ୟରେ ୧୧.୭୦ ଲକ୍ଷରୁ ଅଧିକ ନମୁନା ପରୀକ୍ଷା – ଏପର୍ଯ୍ୟନ୍ତ ୪.୫ କୋଟିରୁ ଅଧିକ ପରୀକ୍ଷା ସମ୍ପନ୍ନ

64

ନୂଆ ଦିଲ୍ଲୀ ୪-୯ (ଓଡ଼ିଆ ପୁଅ) ଦିନକୁ ଅନୁନ୍ୟ ୧୦ ଲକ୍ଷ ନମୁନା ପରୀକ୍ଷଣର ଲକ୍ଷ୍ୟ ନେଇ ଗତ ୨ ଦିନ ମଧ୍ୟରେ ଏହି ସଂଖ୍ୟାରେ ଆଶାତୀତ ଉନ୍ନତି ଘଟିଛି।

ଗତ ୨୪ ଘଣ୍ଟା ମଧ୍ୟରେ ୧୧.୭୦ ଲକ୍ଷ (୧୧, ୭୨, ୧୭୯) ନମୁନା ପରୀକ୍ଷଣ ହୋଇଛି ଯାହାକୁ ମିଶାଇ ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ୪.୫ କୋଟି (୪, ୫୫, ୦୯, ୩୮୦) ନମୁନା ପରୀକ୍ଷା ହୋଇସାରିଛି।

ଜାନୁଆରୀ ୩୦, ୨୦୨୦ ବେଳକୁ ଦେଶରେ ଦିନକୁ ମାତ୍ର ୧୦ଟି ନମୁନା ପରୀକ୍ଷା ହେଉଥିବା ବେଳେ ଆଜି ଏହା ୧୧ ଲକ୍ଷକୁ ଅତିକ୍ରମ କରିଛି। ବର୍ତ୍ତମାନ ଦେଶରେ ଦୈନିକ ପରୀକ୍ଷା ଅନ୍ୟାନ୍ୟ ଦେଶ ତୁଳନାରେ ସବୁଠାରୁ ଆଗରେ ରହିଛି। ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ବ୍ୟାପକ ପରୀକ୍ଷା ଯୋଗୁଁ ସଅଳ ରୋଗ ନିରୂପଣ, ହସ୍ପିଟାଲ ଓ ଘରୋଇ ଏକାନ୍ତବାସରେ ଚିକିତ୍ସା କରାଯାଇପାରୁଥିବାରୁ ମୃତ୍ୟୁ ହାର ହ୍ରାସ ପାଇଛି। କେବଳ ସେତିକି ନୁହେଁ, ଅଧିକ ନମୁନା ପରୀକ୍ଷା ଯୋଗୁଁ ପଜିଟିଭ ହାର ମଧ୍ୟ ହ୍ରାସ ପାଇବାରେ ଲାଗିଛି। ଦ୍ରୁତ ପରୀକ୍ଷାଗାର ପ୍ରତିଷ୍ଠା ଯୋଗୁଁ ଏପରି ବ୍ୟାପକ ପରୀକ୍ଷା ସମ୍ଭବ ହୋଇଛି। ୧୦୨୨ଟି ସରକାରୀ ଓ ୬୦୧ ଘରୋଇ ଏହିପରି ମୋଟ ୧୬୨୩ଟି ପରୀକ୍ଷାଗାରରେ ଦେଶବ୍ୟାପୀ ନମୁନା ପରୀକ୍ଷା କରାଯାଇ ପାରୁଛି।

ନିର୍ଦ୍ଦେଶାବଳୀ ଓ ପରାମର୍ଶ ପାଇଁ ଭିଜିଟ୍ କରନ୍ତୁ: https://www.mohfw.gov.in/ and @MoHFW_INDIA।

କୋଭିଡ୍ ସଂକ୍ରାନ୍ତ ବୈଷୟିକ ପ୍ରଶ୍ନ ପଠାଇବା ପାଇଁ [email protected] ଏବଂ ଅନ୍ୟାନ୍ୟ ପ୍ରଶ୍ନ [email protected] and @CovidIndiaSeva।

କୋଭିଡ-୧୯ ସଂକ୍ରାନ୍ତ କୌଣସି ପ୍ରଶ୍ନ ମଧ୍ୟ ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟର ହେଲ୍ପଲାଇନ ନଂ – +୯୧-୧୧-୨୩୯୭୮୦୪୬ କିମ୍ବା ୧୦୭୫ (ନିଃଶୁଳ୍କ)କୁ ପଚରା ଯାଇପାରିବ।

ରାଜ୍ୟଗୁଡିକର ହେଲ୍ପଲାଇନ ନଂ: https://www.mohfw.gov.in/pdf/ coronvavirushelplinenumber.pdfରେ ଉପଲବ୍ଧ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.