Home କେନ୍ଦ୍ରାପଡ଼ା ଜିଲ୍ଲା ପ୍ରତିଭା ପୂଜା ସଂସଦ ପକ୍ଷରୁ ସୂର୍ଗତ କୃଷ୍ଣଚନ୍ଦ୍ର କରଙ୍କ ବିୟୋଗରେ ସ୍ମୃତିସଭା

ଜିଲ୍ଲା ପ୍ରତିଭା ପୂଜା ସଂସଦ ପକ୍ଷରୁ ସୂର୍ଗତ କୃଷ୍ଣଚନ୍ଦ୍ର କରଙ୍କ ବିୟୋଗରେ ସ୍ମୃତିସଭା

102

କେନ୍ଦ୍ରାପଡା ୧/୯(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – କେନ୍ଦ୍ରାପଡା ଜିଲ୍ଲା ପ୍ରତିଭା ପୂଜା ସଂସଦ ଆନୁକୁଲ୍ୟରେ ମଙ୍ଗଳବାର ସନ୍ଧ୍ୟାରେ ସ୍ଥାନୀୟ ପବ୍ଲିକ ରିଡିଂରୁମ ପରିସରରେ ପୂର୍ବତନ ଜିଲ୍ଲାଜଜ ସୂର୍ଗତ କୃଷ୍ଣଚନ୍ଦ୍ର କରଙ୍କ ବିୟୋଗରେ ଏକ ସର୍ବଦଳୀୟ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ସଂସଦର ସଭାପତି ପ୍ରଦିପ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସ୍ମୃତିସଭାରେ ଓକିଲ ସଙ୍ଘର ସଭାପତି ସରୋଜରାଜ ସିଂ, ପୂର୍ବତନ ସମ୍ପାଦକ ଗଗନବିହାରୀ ଜେନା, ଆଇନଜୀବି ରମଣୀରଞ୍ଜନ ରାଉତରାୟ ଓ ସଂସଦର ସମ୍ପାଦକ ସୁଶିଲ କୁମାର ସାମଲ ପ୍ରମୁଖ ଯୋଗଦେଇ ସୂର୍ଗତ କରଙ୍କ ଗୁଣାବଳୀ ସମ୍ପର୍କରେ ଆଲୋକପାତ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।ଏହି ଅବସରରେ ବକ୍ତାମାନେ ସୂର୍ଗତ କର କିଭଳି ନିର୍ଭିକ ତଥା ସମାଜରେ ସଂସ୍କାର ଆଣିବା ପାଇଁ ବିଭିନ୍ନ ସମୟରେ ତାଙ୍କ ଚାକିରୀ କାଳରେ ରାୟ ପ୍ରଦାନକରି ଚର୍ଚ୍ଚିତ ହୋଇଥିଲେ ସେ ସମ୍ପର୍କରେ ବର୍ଣ୍ଣନା କରିଥିଲେ। ପ୍ରାରମ୍ଭରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ୨ମିନିଟ ନୀରବ ପ୍ରାର୍ଥନା କରାଯାଇ ତାଙ୍କପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ସଂସଦର ସଂଯୋଜକ ଗୋଲେକ ଚନ୍ଦ୍ର ପଢିହାରୀ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଯୁବ ଆଇନଜୀବି ଆଶିଷ ସେନାପତି, ଶ୍ରମିକନେତା ମୁକ୍ତାର ଖାଁ, ସାମ୍ବାଦିକ ଚିତ୍ତରଞ୍ଜନ ଦାସ, ଅମରବର ବିଶ୍ୱାଳ, ସନ୍ତୋଷ କର, ଜସ୍ମିନ ବେଗମ, ସୁରେନ୍ଦ୍ର ମଣ୍ଡଳ, ସେକ ଆକ୍ରମ, ସେକ ଟିପୁସୁଲତାନମ ପ୍ରମୁଖ ଯୋଗଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ସୂର୍ଗତ କରଙ୍କ ଏକ ଆବକ୍ଷ ପ୍ରତିମୂର୍ତ୍ତି କେନ୍ଦ୍ରାପଡା ସହରରେ ପ୍ରତିଷ୍ଠା କରାଯିବାକୁ ସ୍ଥିର କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.