ଭଦ୍ରକ, ୨୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାରୁ ଆଜି ଆଉ ୭୬ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଭଦ୍ରକର ଉପଜିଲ୍ଲପାଳ କରୋନା ପଜିଟିଭ ଭାବେ ଚିହ୍ନଟ ହୋଇଥିବା ଜଣା ଯାଇଛି । ଯେଉଁଥି ପାଇଁ ଉପଜିଲ୍ଲାପାଳ ହୋମ କ୍ୱାରେଣ୍ଟିନ ହୋଇଥିବା ବେଳେ ଅତିରିକ୍ତ ଉପଜିଲ୍ଲାପାଳ ମନୋରମା ଭୁୟାଁ ଆସନ୍ତା ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ଉପଜିଲ୍ଲାପାଳଙ୍କ ଦାୟିତ୍ୱ ନିର୍ବାହ କରିବେ ବୋଲି ଜିଲ୍ଲାପାଳ ଡ. ଜ୍ଞାନ ଦାସ ଟୁଇଟ କରି ଜଣାଇଛନ୍ତି । ଆଜି ନୂତନ ଭାବେ ଚିହ୍ନଟ ଆକ୍ରାନ୍ତଙ୍କୁ ମିଶାଇ ମୋଟ ଜିଲ୍ଲାର ଆକ୍ରାନ୍ତଙ୍କ ସଂଖ୍ୟା ୨୫୪୬ରେ ପହଞ୍ଚିଛି । ଜିଲ୍ଲାର ମୋଟ ୪୬ ହଜାର ୧୧୦ଜଣଙ୍କ ନମୁନା ପରୀକ୍ଷା ପରେ ଏହି ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୭୭୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ମୋଟ ୭୬୩ଜଣ ଆକ୍ରାନ୍ତ ଆକ୍ଟିଭ କେଶ ଭାବେ ଚିକିତ୍ସାଧିନ ଅଛନ୍ତି । ଅନ୍ୟପକ୍ଷରେ ଜିଲ୍ଲାର ମୋଟ କରୋନା ମୃତ୍ୟୁ ସଂଖ୍ୟା ୭ରୁ ବୃଦ୍ଧି ହୋଇ ୮ ହୋଇଛି । ଆଜି ଚିହ୍ନଟଙ୍କ ମଧ୍ୟରେ ବାସୁଦେବପୁର ବ୍ଲକରୁ ୯ଜଣ, ବାସୁଦେବପୁର ପୌରପାଳିକାରୁ ୭, ଭଦ୍ରକ ବ୍ଲକରୁ ୧୧, ଭଦ୍ରକ ପୌରପାଳିକାରୁ ୨୩, ବନ୍ତ ବ୍ଲକରୁ ୩, ଭଣ୍ଡାରିପୋଖରୀ ବ୍ଲକରୁ ୩, ତିହିଡି ବ୍ଲକରୁ ୧୦, ଧାମନଗର ବ୍ଲକରୁ ୫ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ଜିଲ୍ଳାରୁ ୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
Home ଜିଲ୍ଲା ପରିକ୍ରମା ନୂଆ ୭୬ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଉପଜିଲ୍ଲାପାଳ ସାମିଲ : ମୋଟ ଆକ୍ରାନ୍ତ ୨୫୪୬, ମୃତ୍ୟୁ...