ବାଲେଶ୍ୱର, ୧୮ା୮(ଓଡ଼ିଆ ପୁଅ/ଅଭୟ ଦାସ): ବିଦ୍ୟୁତ୍ ବିତରଣ ବ୍ୟବସ୍ଥାର ଘରୋଇକରଣ ପ୍ରତିବାଦରେ ସମଗ୍ର ଦେଶରେ ବିଜୁଳି କର୍ମଚାରୀ ଓ ଇଂଜିନିୟରମାନେ ବିକ୍ଷୋଭ କରିଥିବା ବେଳେ ବାଲେଶ୍ୱରରେ ମଧ୍ୟ ଏହାର ପ୍ରତିଫଳନ ଦେଖିବାକୁ ମିଳିଛି। ‘ନ୍ୟାସନାଲ କୋର୍ଡ଼ିନେସନ କମିଟି ଅଫ୍ ଇଲେକ୍ଟ୍ରସିଟି ଏମ୍ପେ୍ଲାଇଜ୍ ଏଣ୍ଡ ଇଂଜିନିୟର୍ସ’ ଆହ୍ୱାନ କ୍ରମେ ଆଜି ସମଗ୍ର ଦେଶରେ ଶକ୍ତି ସୁରକ୍ଷା ଦିବସ ପାଳନ ସାଙ୍ଗକୁ ଇଲେକ୍ଟ୍ରସିଟି ସଂଶୋଧନ ବିଲ-୨୦୨୦କୁ ବିରୋଧ କରାଯାଇଛି। ଏହି ପରିପ୍ରେକ୍ଷୀରେ ଉତ୍ତର-ପୂର୍ବ ବିଦ୍ୟୁତ୍ ଶ୍ରମିକ କର୍ମଚାରୀ ଇଂଜିନିୟ ଓ ଅଫିସର ଏକତା ମଞ୍ଚ ସମେତ ବିଭିନ୍ନ ସଂଗଠନ ଓ ମହାସଂଘର କର୍ମକର୍ତ୍ତା ତଥା ସଦସ୍ୟମାନେ ଏଥିରେ ସାମିଲ ହୋଇଥିଲେ। ବିଦ୍ୟୁତ୍ ସଂଶୋଧର ବିଲ୍ ପ୍ରତ୍ୟାହାର, ସେସୁ ବିକ୍ରି ବନ୍ଦ କରିବା, ନେସ୍କୋ, େଉଇସ୍କୋ, ସାଉଥକୋର ବିକ୍ରି ପ୍ରକ୍ରିୟାରୁ ନିବୃତ ହେବା, କୋଲ ଇଣ୍ଡିଆ ଘରୋଇକରଣ ବାତିଲ କରିବା, ବିଜୁଳି ବ୍ୟବହାରକୁ ମୌଳିକ ଅଧିକାର ଭୁକ୍ତ କରିବା ନେଇ ବାଲେଶ୍ୱର ବିଦ୍ୟୁ ବିଭାଗର ଶ୍ରମିକ କର୍ମଚାରୀ, ଇଂଜିନିୟର୍ସ ଓ ଅଧିକାରୀମାନେ ବକ୍ଷୋଭ କରିଥିଲେ। ସରକାର ନିଷ୍ପତିର ପୁନର୍ବିଚାର ନ କଲେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ଜୋରଦାର ହେବ ବୋଲି ସଂଗଠନର କର୍ମକର୍ତ୍ତାମାନେ ଚେତାବନୀ ଦେଇଛନ୍ତି।






