Home ଜିଲ୍ଲା ପରିକ୍ରମା ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆର ଜିଲ୍ଲାସ୍ତରୀୟ ସେଲ୍‌ସ ହବ୍ ଉଦଘାଟିତ

ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆର ଜିଲ୍ଲାସ୍ତରୀୟ ସେଲ୍‌ସ ହବ୍ ଉଦଘାଟିତ

62

ଭଦ୍ରକ, ୧୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଗ୍ରାମାଞ୍ଚଳ ବିକାଶୋନ୍ମୁଖୀ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ ତଥା ଲୋକାଭିମୁଖୀ କରିବା ପାଇଁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ କେତେକ ବଳିଷ୍ଠ ପଦକ୍ଷେପ ଗ୍ରହଣ କରିଛି। ଆର୍ଥୀକ ଅର୍ନ୍ତଭୁକ୍ତିକରଣ ଓ ଗ୍ରାମାଞ୍ଚଳରେ କୃଷି, ଅଣୁ ଉଦ୍ୟୋଗ, କ୍ଷୁଦ୍ର ମଧ୍ୟମ ଉଦ୍ୟୋଗର ବିକାଶ ପାଇଁ ତୃଣମୂଳସ୍ତରରୁ ଜାତୀୟ ସ୍ତର ପର୍ଯ୍ୟନ୍ତ ବୈପ୍ଳବିକ ତଥା ସାଂଗଠନିକ ପରିବର୍ତ୍ତନର ଧାରା ଆରମ୍ଭ ହୋଇସାରିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୮ଟି ଜିଲ୍ଲାସ୍ତରୀୟ ସେଲ୍‌ସ ହବ୍‌, ୫୧ଟି ଗ୍ରାହକ ସେବା କେନ୍ଦ୍ରକୁ ଭିଡିଓ କନଫରେନ୍ସିଂ ଜରିଆରେ ଲୋକାର୍ପଣ କରିଛନ୍ତି। ଏଥିମଧ୍ୟରେ ରହିଛି ଭଦ୍ରକର ଗୋଟିଏ ସେଲସ ହବ୍ ଓ ୭ଟି ନୂଆ ଗ୍ରାହକ କେନ୍ଦ୍ର। ଶୁକ୍ରବାର ଭଦ୍ରକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୋଟ ୬୧ଟି ସ୍ୱୟଂ ସହାୟିକା ଗୋଷ୍ଠିକୁ ୧କୋଟି ୨୫ଲକ୍ଷ ଟଙ୍କାର ଋଣ ସହାୟତା ପ୍ରଦାନ କରାଯାଇଥିଲା। ଜିଲ୍ଲାର ପ୍ରଶାସନିକ ଅଧିକାରୀ ଓ ସରପଞ୍ଚମାନଙ୍କ ପରାମର୍ଶକ୍ରମେ ଜିଲ୍ଲା ସେଲ୍‌ସ ହବ୍ ଆର୍ଥୀକ ଅର୍ନ୍ତଭୂକ୍ତିକରଣ କାର୍ଯ୍ୟକୁ ସୂଚାରୁ ରୂପେ ସମାପନ କରିବ ବୋଲି କାର୍ଯ୍ୟକ୍ରମରେ ସୂଚନା ଦିଆଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ପ୍ରବନ୍ଧକ ହରିହର ପାଢ଼ୀ ଓ ଭାଗବତ ବେହେରା, ସହ ପ୍ରବନ୍ଧକ ବିଜନ ପତି, ପ୍ରଶାନ୍ତ କୁମାର ନାୟକ, କେତେକ ଗ୍ରାହକ ସେବା କେନ୍ଦ୍ରର ପ୍ରତିନିôଦ ଓ ମହିଳା ସ୍ୱୟଂ ଗୋଷ୍ଠିର ପ୍ରତିନିଧି ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.