ଭଦ୍ରକ, ୧୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) –ଭଦ୍ରକ ଜିଲ୍ଲାରୁ ପୁଣି ନୂଆ କରୋନା ଆକ୍ରାନ୍ତ ଆଉ ୬୫ଜଣ ଚିହ୍ନଟ ହୋଇଛନ୍ତି। ସେହି ସ୍ଥିତିରେ ଗତକାଲି ୪୩ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଯେଉଁ ନୂଆ ୬୫ଜଣ ଚିହ୍ନଟ ହେଲେ ସେମାନଙ୍କ ମଧ୍ୟରୁ ୪ଜଣ ସଂଗରୋଧ କେନ୍ଦ୍ରରୁ ବାକି ୬୧ଜଣ ସ୍ଥାନୀୟ ସଂକ୍ରମଣ। ଗତକାଲି ପର୍ଯ୍ୟନ୍ତ ଜିଲ୍ଲାରୁ ମୋଟ ୨୬ହଜାର ୯୨୮ ନମୁନା ସଂଗ୍ରହ ପରେ ଜିଲ୍ଲାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮୩ରେ ପହଞ୍ଚିଛି। ଅନ୍ୟପକ୍ଷରେ ମୋଟ ୮୧୬ ଜଣ ଆକ୍ରାନ୍ତ ମଧ୍ୟ ସୁସ୍ଥ ହୋଇସାରିଛନ୍ତି। ଏବେ ୩୬୩ଜଣ ଆକ୍ରାନ୍ତ ଚିକିତ୍ସାଧିନ ରହିଛନ୍ତି। ନୂତନ ୬୫ ଆକ୍ରାନ୍ତଙ୍କ ମଧ୍ୟରେ ସର୍ବାଧିକ ରହିଛନ୍ତିି ଧାମନଗର ବ୍ଳକ ଓ ଧାମନଗର ଏନଏସିରୁ। ଏହି ଦୁଇ ଅଞ୍ଚଳରୁ ମୋଟ ୩୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବନ୍ତ ବ୍ଲକରୁ ୭ଜଣ, ତିହିଡିରୁ ୪, ଭଣ୍ଡାରିପୋଖରୀରୁ ୨, ଚାନ୍ଦବାଲିରୁ ୨- ଭଦ୍ରକରୁ ୩, ବାସୁଦେବପୁରରୁ ୯, ଭଦ୍ରକ ପୌରପାଳିକାରୁ ୩ ଏବଂ ବାସୁଦେବପୁର ପୌରପାଳିକାରୁ ୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତମାନଙ୍କ ମଧ୍ୟରୁ ଜଣେ ଅର୍ଜୁନପୁର ହାଇସ୍କୁଲ ଟିଏମ୍ସିରୁ, ଜଣେ କେନ୍ଦୁଆପଦା ହାଇସ୍କୁଲ ଟିଏମ୍ସିରୁ, ୨ଜଣ ଗୋପୀନାଥପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଟିଏମ୍ସିରୁ, ଜଣେ ଆମ୍ବରୋଳୀ ଗ୍ରାମରୁ ଜଣେ ଗୁଜିଦରଡାରୁ, ୨ଜଣ ତାଳପଦା ଗ୍ରାମରୁ, ଜଣେ ସୂର୍ଯ୍ୟପୁରରୁ, ଗୋଖାଡିହ ଗ୍ରାମରୁ ଜଣେ ୭ଜଣ ତାଳପଦା ଗ୍ରାମରୁ, ଧାମନଗର ଏନ୍ଏସିରୁ ଜଣେ, ନାୟକାଣିଡିହିରୁ ୬ଜଣ, ଜୟନଗର କଣ୍ଟାବଣିଆ ଗ୍ରାମରୁ ଜଣେ, କୋଠାର ଗ୍ରାମରୁ ୩ଜଣ, ଷେଣ୍ଢପୁର ଗ୍ରାମରୁ ୬ଜଣ, କାଞ୍ଚନପୁର ଗ୍ରାମରୁ ଜଣେ, ଆର୍ସା ଗ୍ରାମରୁ ୩ଜଣ, ପାଟଣାସାହିରୁ ଜଣେ, ପୋଖରିଆ ଗ୍ରାମରୁ ୭ଜଣ, ଉତ୍ତରବାଡ ଗ୍ରାମରୁ ଜଣେ, ଆମ୍ବଗଡିଆ ଗ୍ରାମରୁ ଜଣେ, ଆଡିଆ ଗ୍ରାମରୁ ଜଣେ, ବିଟିପୁର ବରହମପୁର ଗ୍ରାମରୁ ୨ଜଣ, ଅଳଉତି ରଚାଗଡିଆ ଗ୍ରାମରୁ ଜଣେ, କରଞ୍ଜଆଡିଆ ବାଲିଆପାଳ ଗ୍ରାମରୁ ଜଣେ, ଭଦ୍ରକ ପୌରପାଳିକାର ବୁଧବିହାର ଗ୍ରାମରୁ ଜଣେ, ବାସୁଦେବପୁର ବାଲିନଗର ଗ୍ରାମରୁ ଜଣେ, ଆଡିଆ ଗୋବିନ୍ଦପୁର ଗ୍ରାମରୁ ଜଣେ, ଗୋପବନ୍ଧୁନଗର ଗଦି ଗ୍ରାମରୁ ଜଣେ, ପଧାନୀ ଗ୍ରାମରୁ ଜଣେ, ଭଦ୍ରକ ପୌରପାଳିକା ୧୧ନଂ ୱାର୍ଡରୁ ଜଣେ, ୨୭ ନଂ ୱାର୍ଡ ପୁରୁଣାବଜାରରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜିଲ୍ଲାପାଳ ଡ- ଜ୍ଞାନ ଦାସ ସଂପୃକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟଜୋନ ଘୋଷଣା କରିଛନ୍ତି।