Home ଜିଲ୍ଲା ପରିକ୍ରମା ସ୍ୱାଧୀନତା ଦିବସ ଦିନ କଟକଣା କୋହଳ

ସ୍ୱାଧୀନତା ଦିବସ ଦିନ କଟକଣା କୋହଳ

116

ଭଦ୍ରକ, ୧୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) –ଆସନ୍ତା ଶନିବାର ପବିତ୍ର ସ୍ୱାଧୀନତା ଦିବସ ଦିନ ଜନ ସାଧାରଣ ବିିଭିନ୍ନ ସ୍ଥାନରେ ପତାକା ଉତ୍ତୋଳନ ଆଦି କରିବାକୁ ଥିବାରୁ ସେହିଦିନ ସକାଳ ୫ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ ଶଟଡାଉନ କଟକଣାକୁ ଜିଲ୍ଲାପାଳ ଡ- ଜ୍ଞାନ ଦାସ କୋହଳ କରିଛନ୍ତିି। ପ୍ରତ୍ୟେକେ ନିଜନିଜ ଘର, ସଂସ୍ଥା, ସରକାରୀ ସଂସ୍ଥା, ବେସରକାରୀ ସଂସ୍ଥା ଆଦିରେ ପତାକା ଉତ୍ତୋଳନ କରିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି। କରୋନା ମହାମାରୀ ନିମନ୍ତେ କଟକଣା ରହିଥିବାରୁ ଏହି ଉତ୍ସବକୁ ନିରାଡମ୍ବର ଭାବେ ପାଳନ ପାଇଁ ଅନୁରୋଧ କରିଛନ୍ତି। ପତାକା ଉତ୍ତୋଳନ ସ୍ଥାନରେ ୧୦ଜଣ ରୁ ଅଧିକ ଲୋକ ଏକତ୍ରିତ ହୋଇ ପାରିବେ ନାହିଁ ବୋଲି ଜିଳ୍ଲାପାଳ ଟୁଇଟ କରି ସୂଚନା ଦେଇଛନ୍ତି। ସମସ୍ତ ସ୍ଥାନରେ ସାମାଜିକ ଦୂରତ୍ୱ ରକ୍ଷା କରାଯିବା ସହିତ ମାସ୍କ ପରିଧାନ ଉପରେ ଗୁରୁତ୍ୱାରୋପ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.