Home କେନ୍ଦୁଝର ପାଟଣା ବ୍ଲକରେ ୟୁରିଆ ସାରର କଳା ବଜାରୀ ପ୍ୟାକେଟ ପିଛା ୫୦୦ ଟଙ୍କାରେ ବିକ୍ରି

ପାଟଣା ବ୍ଲକରେ ୟୁରିଆ ସାରର କଳା ବଜାରୀ ପ୍ୟାକେଟ ପିଛା ୫୦୦ ଟଙ୍କାରେ ବିକ୍ରି

118

ପାଟଣା ୧୪-୮ (ଓଡ଼ିଆ ପୁଅ/ସନ୍ତୋଷ ପତି) : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକର ପାଟଣା ଓ ରାଜନଗର ଲ୍ୟାମ୍ସ ଅଧିନରେ ଥିବା ଡୁମୁରିଆ, ପାଟଣା, କେନ୍ଦେଇପଶି, ଏରେଣ୍ଡଇ, ରାଜନଗର, ଯମୁନାପଶି ଓ ଚେମେଣା ସାର ବିକ୍ରୟ କେନ୍ଦ୍ରରେ ୟୁରିଆ ସାର ମିଳୁନଥିବା ଅଭିଯୋଗ ହୋଇଛି। ଏହାବ୍ୟତୀତ ବ୍ଲକ ରେ ଥିବା ୨୯ ପଞ୍ଜିକୃତ ସାର ବିକ୍ରୟ କେନ୍ଦ୍ରରେ ମଧ୍ୟ ୟୁରିଆ ସାର ମିଳୁ ନଥିବାରୁ ଚାଷୀ ମାନେ ଚାଷ କାର୍ଯ୍ୟରେ ଆଗେଇବାରେ ବାଧା ପ୍ରାପ୍ତ ହୋଇଛି।ସରକାରୀ ଭାବେ ୟୁରିୟା ସାର ପ୍ୟାକେଟ ପିଚ୍ଛା ୨୬୬.୫୦ ପଇସା ଥିବା ବେଳେ ବ୍ଲକ ରେ ପ୍ୟାକେଟ ପିଛା ୫ ଶହ ଟଙ୍କାରେ କଳା ବଜାର ହେଉଥିବାର ଚାଷୀ ଅଭିଯୋଗ କରିଛନ୍ତି।ପାଟଣା ଲ୍ୟାମ୍ସ ର ୨୬୦୦ କ୍ୱିଣ୍ଟାଲ ୟୁରିଆ ସାର ଦରକାର ହେଉ ଥିବା ବେଳେ ତାକୁ ମାତ୍ର ୧୦୪୪ କ୍ୱିଣ୍ଟାଲ ସାର ମିଳିଛି। ସେହିପରି ରାଜନଗର ଲ୍ୟାମସ୍ ୩ ହଜ ର କ୍ୱିଣ୍ଟାଲ ୟୁରିଆ ସାର ର ଦରକାର ଥିବା ବେଳେ ମାତ୍ର ୧୫ ଶହ କ୍ୱିଣ୍ଟାଲ ୟୁରିଆ ସାର ସରକାର ପକ୍ଷରୁ ମିଳିଛି। ଏ ସଂପର୍କ ରେ ପାଟଣା ବ୍ଲକ ଅତିରିକ୍ତ କୃଷି ଅଧିକାରୀ ପରେଶ କୁମାର ଦାଶ ଙ୍କୁ ପଚାରିବାରୁ ଜିଲ୍ଲାରେ ସାର ଷ୍ଟକ ନଥିବାରୁ ଏଭଳି ସମସ୍ୟା ଉପୁଜି ଥିବା କଥା କହିଛନ୍ତି। ବର୍ତ୍ତମାନ ଲକ ଡାଉନ୍ ସମୟରେ ଚାଷୀ ଚଢା ରେଟ ରେ ସାର କିଣିବା ସକ୍ଷମ ହୋଇ ପାରୁ ନଥିବା ବେଳେ ଏଥି ପ୍ରତି ଜିଲାପାଳ ଦୃଷ୍ଟି ଦେଇ ସାର କଳା ବଜାରୀ ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ସହିତ ଚାଷୀ ଙ୍କ ଆବଶ୍ୟକ ଅନୁଯାୟୀ ସାର ଯୋଗାଇ ଦେବା କୁ ଚାଷୀମାନେ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.