Home ଓଡ଼ିଶା ଗୁଣି ଗାରେଡି ସନ୍ଦେହରେ ହତ୍ୟା, ଜଣେ ଗିରଫ

ଗୁଣି ଗାରେଡି ସନ୍ଦେହରେ ହତ୍ୟା, ଜଣେ ଗିରଫ

163

ମାଲକାନଗିରି,୯ା୮ (ଓଡିଆ ପୁଅ )ଇଟଂରନେଟ ଯୁଗରେ ବିଜ୍ଞାନ ଯେତେ ଆଗଉଛି,ଏବେ ବି କିଛି ଲୋକ କୁସଂସ୍କାର ଅନ୍ଧବିଶ୍ୱାସକୁ ଜାବୁଡିଧରିଛନ୍ତି ।ସେମାନେ ଅନ୍ଧବିଶ୍ୱାସର କବଳରେ ପଡି ନରହତ୍ୟାପରି ବିଭିତ୍ସକାଣ୍ଡ ଘଟାଇବାକୁ ଟିକିଏ ବି ପଛାଉନାହାଁନ୍ତି । ଏପରି ଲୋମହର୍ଷ କାରୀ ଘଟଣା ଦେଖିବାକୁ ମିଳିଛି ମାଲନାଗିରି ଥାନାସ୍ଥ ଆଦିବାସୀ ଅଧ୍ୟୁଷିତ ତୁମସାପାଲି ଗ୍ରାମରେ । ସେହି ଗ୍ରାମର ମୁକାମାଡକାମି(୫୫) ଙ୍କୁ ରାମ ସୋଡି (୬୦)ନାମକ ଜଣେ ଆଦିବାସୀ ବୃଦ୍ଧ ଗୁଣିଆ ସନ୍ଦେହରେ ନିର୍ମମଭାବେ ହତ୍ୟାକରିଛନ୍ତି । ଶନିବାର ରାତ୍ରରେ ନିଜଘର ବାରଣ୍ଡାରେ ମୁକାମାଡକାମି ଶୋଇଥିବା ସମୟରେ ରୋମ ସୋଡି ଏକ ଧାରୁଆ ଅସ୍ତ୍ରଧରି ତାଙ୍କ ନିକଟକୁ ଯାଇଥିଲେ । ମୁକାମାଡକାମି ଗୁଣିକରି ତାଙ୍କ ପୁଅ ମୁକା ସୋଡିକୁ ଗତ୬ବର୍ଷତଳେ ମାରିଦେବା ସହିତ ତାଙ୍କୁ ମଧ୍ୟ ଗୁଣି କରିଛିବୋଲି କହି ସେହି ଧୁରଆ ଅସ୍ତ୍ରରେ ମୁକାମାଡକାମିଙ୍କ ବେକକୁ କାଟିଦେଇଥିଲେ । ଘଟଣାସ୍ଥଳରେ ଚିତ୍କାର କରି ମୁକା ମାଡକାମିଙ୍କର ମୃତ୍ୟୁ ଘଟିଥିଲା । ପରିବାର ଲୋକେ କଣ ହେଲା ବୋଲି ବାହରକୁ ଆସିଦେଖିଲା ବେଳକୁ ରକ୍ତମୁଖା ହୋଇ ହାତରେ ଧାରୁଆ ଅସ୍ତ୍ରଧରି ମୁକାଙ୍କ ମୃତଶରୀର ନିକଟରେ ହତ୍ୟାକାରି ରୋମସୋଡି ଠିଆହୋଇଛି . ସଙ୍ଗେ ସଙ୍ଗେ ଗ୍ରାମବାସୀମାନଙ୍କ ସହୟାତାରେ ଅଭିଯୁକ୍ତ ରାମକୁ ଅଟକ ରଖି ମାଲକାନଗିରି ଥାନାକୁ ଜଣାଇଥିଲେ । ମାଲକାନଗିରି ଥାନା କେସ ନମ୍ବର ୨୮୧/୨୦ ଭାରତୀୟ ପାଙ୍ଗଳ କୋର୍ଡ୩୦୨ ଦଫାରେ ହତ୍ୟାମକୋଦମା ରୁଜୁକରି ଥାନା ଅଧିକାରୀ ରାମପ୍ରସାଦ ନାଗଙ୍କ ନେତୃତ୍ୱରେ ପୁଲିସ ସଦଳବଳ ଆଜି ସକାଳେ ତୁମୁସାପାଲି ଗ୍ରାମରେ ପହଁଚି ମୁକାଙ୍କ ମୃତ ଶରୀର ଜବତକରି ମାଲାକନଗିରି ହସପିଟାଲରେ ଶବବ୍ୟବଛେଦ ପରେ ତାଙ୍କପରିବାରଙ୍କୁ ମୃତ ଶରୀର ହସ୍ତାନ୍ତର କରିଛନ୍ତି ଓ ଅଭିଯୁକ୍ତ ରାମ ସୋଡିଙ୍କୁ ପୁଲିସ ଗିରଫ କରି ତଦନ୍ତ ଚଳାଇଛନ୍ତି ।ସୁଚନା ଯୋଗ୍ୟ ଗତ ଦୁଇମାସ ମଧ୍ୟରେ ଜିଲ୍ଲାରେ ଗୁଣିଗାରେଡି ସନ୍ଦେହରେ ପ୍ରାୟ୪ଜଣଙ୍କୁ ହତ୍ୟାକରାଗଲାଣି । ଅନ୍ଧବିଶ୍ୱାସ କୁସଂସ୍କାର ଠାରୁ ଦୁରରେ ରହି ଗୁଣିଗାରେଡିକୁ ବିଶ୍ୱାସ ନକରିବା ପାଇଁ ଜିଲ୍ଲାପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ଏକ ଜନସଚେତନତା ରଥ ଜିଲ୍ଲାର ବିଭିନ୍ନ ଗ୍ରାମରେ ପରିକ୍ରମା କରୁଛି ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.